ଓଡିଶାରେ ପୁଂଜି ନିବେଶ ସଂପର୍କରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ମୁଖ୍ୟମନ୍ତ୍ରୀଙ୍କ ସହ କଲେ ଆଲୋଚନା

Published: Feb 9, 2020, 12:01 am IST

ଭୁବନେଶ୍ବର,  ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଓଡିଶାରେ ଆଦାନୀ ଗ୍ରୁପର ପୁଂଜି ନିବେଶକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ଗୌତମ ଆଦାନୀଙ୍କ ସହ କଂପାନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।  ଆଦାନୀ ଗ୍ରୁପ ରାଜ୍ୟରେ ପ୍ରତିଷ୍ଠା କରିବାକୁ ଥିବା ଶିଳ୍ପ ପାର୍କ, ନ୍ୟୁ ଏଜ୍ ଟେକନୋଲୋଜି ଏବଂ ମେଟାଲ କାରଖାନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସବୁ ଶିଳ୍ପ ପାଇଁ ଆଦାନୀ ଗ୍ରୁପକୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ମତି ଜଣାଇଛନ୍ତି। ବର୍ତ୍ତମାନ ଆଦାନୀ ଗ୍ରୁପ ଓଡିଶାରେ ଧାମରା ବନ୍ଦରକୁ ପରିଚାଳନା କରୁଛି। ଏଥିସହିତ ଏଲପିଜି ଏବଂ ଏନଏଲଜି ଟର୍ମିନାଲ ପାଇଁ ମଧ୍ୟ ଏହି ଗ୍ରୁପ କାମ ଆରମ୍ଭ କରିଛି।

Related posts