ଭାରତୀୟ ବୈଦ୍ୟୁତିକ ଯାନ ପାଇଁ ଲିଥିୟମ୍‌ ବ୍ୟାଟେରୀ ନିର୍ମାଣ କରିବ ଗ୍ରେଟ୍‌ ଓ୍ବାଲ

Published: Feb 9, 2020, 11:36 am IST

ବେଜିଂ : ଭାରତରେ ବୈଦ୍ୟୁତିକ ଯାନ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବା ବେଳେ ଭାରତରେ ଗୋଟିଏ ମଧ୍ୟ ବ୍ୟାଟେରୀ ନିର୍ମାଣ କାରୀ କମ୍ପାନୀ ନାହିଁ । ଚୀନ୍‌ର ଲିଥିୟମ୍‌ ବ୍ୟାଟେରୀ ନିର୍ମାଣକାରୀ କମ୍ପାନୀ ଗ୍ରେଟ୍‌ ଓ୍ବାଲ ମୋଟର୍ସ ଭାରତୀୟ ବଜାର ପାଇଁ ଲିଥିୟମ୍‌ ବ୍ୟାଟେରୀ ନିର୍ମାଣ କରିବ । ଚୀନ୍‌ର ଏକ ନମ୍ବର କାର୍‌ ନିର୍ମାଣକାରୀ କମ୍ପାନୀ ଭାରତୀୟ ବଜାର ପାଇଁ ବ୍ୟାଟେରୀ ନିର୍ମାଣ କରିବା ସହିତ ଭବିଷ୍ୟତରେ ବୈଦ୍ୟୁତିକ ଯାନ ନିର୍ମାଣ କରିବ ବୋଲି ଜଣାପଡିଛି । ଭାରତର ତାଲେଗାଓଁରେ କମ୍ପାନୀ ଏକ କାରଖାନା ପ୍ରତିଷ୍ଠା କରିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗ୍ରେଟ୍‌ ଓ୍ବାଲ ମୋଟର୍ସ ବିଶ୍ବର 7ଟି ଦେଶରେ ବ୍ୟାଟେରୀ ନିର୍ମାଣ କରୁଛି । 10ଟି ଗବେଷଣା କେନ୍ଦ୍ର ସହିତ ପ୍ରାୟ 70ଟି କାରଖାନାରେ ବ୍ୟାଟେରୀ ନିର୍ମାଣ କରୁଛି ଗ୍ରେଟ ଓ୍ବାଲ ମୋଟର୍ସ । (ଏଜେନ୍ସି)

Related posts