3 ମାସରେ 6 ହଜାର କୋଟି ହରାଇଲା ଏହି କମ୍ପାନୀ

Published: Feb 13, 2020, 8:48 pm IST

ମୁମ୍ବାଇ : 3 ମାସରେ 6 ହଜାର କୋଟିର କ୍ଷତି ସହିଛି ଏହି କମ୍ପାନୀ । ଭାରତୀୟ ଟେଲିକମ୍‌ କମ୍ପାନୀ ଆଇଡିଆ-ଭୋଡାଫୋନ୍‌ ବିଗତ ତିନିମାସରେ 6 ହଜାର କୋଟି ହରାଇଛନ୍ତି । ଗୁରୁବାର ଦିନ ପ୍ରକାଶିତ ଅର୍ଥନୈତିକ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ରିପୋର୍ଟରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କମ୍ପାନୀ 6438.4 କୋଟି ଟଙ୍କା କ୍ଷତି ସହିଥିବା ଜଣାପଡିଛି । 2019ର ସମାନ ସମୟରେ କମ୍ପାନୀ 5004.6 କୋଟି ଟଙ୍କାର କ୍ଷତି ସହିଥିଲା । ଏହା ସହିତ ଭୋଡାଫୋନ୍‌-ଆଇଡିଆର ସମୁଦାୟ ଆୟ 11380.5 କୋଟି ଟଙ୍କାକୁ ହ୍ରାସ ପାଇଛି । (ଏଜେନ୍ସି)

Related posts