Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଏକ ପ୍ରମୁଖ ଡିଜିଟାଲ୍ ସମାଜରେ ପରିଣତ ହେବା ଦିଗରେ ଅଗ୍ରସର: ମୁକେଶ ଅମ୍ବାନି
ବିଶେଷ ଖବର

ଭାରତ ଏକ ପ୍ରମୁଖ ଡିଜିଟାଲ୍ ସମାଜରେ ପରିଣତ ହେବା ଦିଗରେ ଅଗ୍ରସର: ମୁକେଶ ଅମ୍ବାନି

February 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଆଜି କହିଛନ୍ତି ଯେ ଏକ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ ହେବାର ଦ୍ୱାର ଦେଶରେ ରହିଛି ଭାରତ ଏବଂ ଏହା ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି ।

ଏଠାରେ ଆୟୋଜନ କରାଯାଇଥିବା “ଫ୍ୟୁଚର ଡିକୋଡେଡ ସିଇଓ ସମ୍ମିଳନୀ’ରେ ମାଇକ୍ରୋସଫ୍‌ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ନାଡେଲାଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି ଯେ, ମୋବାଇଲ୍ ନେଟ୍‌ୱର୍କ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ପ୍ରସାର ହେଉଥିବା କାରଣରୁ ବଡ଼ ଧରଣର ପରିବର୍ତନ ସହିତ ଏହି ରୂପାନ୍ତରଣ ଘଟୁଛି । ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଆମମାନଙ୍କୁ ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟ ପ୍ରଦାନ କଲେ ସେହି ଦିନଠାରୁ ଏହା ଆରମ୍ଭ ହୋଇଥିଲା । ୩୮ କୋଟିରୁ ଅଧିକ ଲୋକ ଜିଓର ୪ଜି ପ୍ରଯୁକ୍ତିକୁ ଆପଣେଇଛନ୍ତି । ଜିଓ ପୂର୍ବରୁ ଡାଟା ସ୍ପିଡ୍ ୨୫୬ କେବିପିଏସ୍ ଥିଲା ଓ ଜିଓ ଆଗମନ ପରେ ତାହା ୨୧ ଏମବିପିଏସ୍ ହୋଇଥିବା ସେ କହିଛନ୍ତି ।

“ଆମେ ଦୁନିଆର ଶ୍ରେଷ୍ଠ ତିନି ଅର୍ଥନୀତି ଭିତରେ ସ୍ଥାନ ପାଇବାକୁ ଯାଉଥିବା ବିଷୟରେ ମୋ ମନରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଏବେ କେବଳ ଏହି ବିତର୍କ ହେବ ଯେ ଏହା ପାଂଚ କିମ୍ବା ଦଶ ବର୍ଷରେ ସଂଘଟିତ ହେବ ବୋଲି ଅମ୍ବାନି କହିଛନ୍ତି । ଭାରତରେ ଆମ ପାଖରେ ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ ହେବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି ।

ନାଡେଲାଙ୍କ ସହ ଆଲୋଚନା ବେଳେ ଶ୍ରୀଯୁକ୍ତ ଅମ୍ବାନି କହିଛନ୍ତି ଯେ, ତୁମେ କିମ୍ବା ମୁଁ ବଢ଼ିଥିବା ବେଳର ଭାରତ ତୁଳନାରେ ନୂଆ ପିଢ଼ିର ଭାରତୀୟମାନେ ଏକ ଭିନ୍ନ ଭାରତକୁ ଦେଖିବେ । ତୁମେ ଯେତେବେଳେ ୧୯୯୨ରେ ମାଇକ୍ରୋସଫ୍‌ଟରେ ଯୋଗ ଦେଇଥିଲ ସେତେବେଳେ ଭାରତୀୟ ଅର୍ଥନୀତିର ପରିମାଣ ଥିଲା ୩୦୦ ବିଲିଅନ ଡଲାର । ବର୍ତମାନ ଭାରତ ୩ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ ହୋଇଛି । ଏହି ସମଗ୍ର ପ୍ରକ୍ରିୟା ପ୍ରଯୁକ୍ତି ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି ।

ଆମେ ଯେତେବେଳେ ଆର୍ଥିକ କ୍ଷେତ୍ର ବିଷୟରେ ଆଲୋଚନା କରୁଛେ ସେତେବେଳେ ମୁଁ କହିବାକୁ ଚାହେଁ ଯେ ଆମେ ନିକଟରେ ୟୁପିଆଇକୁ ଉନ୍ମୋଚନ କରିଥିଲୁ ଏବଂ ଏହା ସହିତ ଡିଜିଟାଲକରଣ ବା ଡିଜିଟାଇଜେସନ୍‌ରେ ୧୦୦% ଅଭିବୃଦ୍ଧି ଘଟିଛି ଏବଂ ଦେଶରେ ମୋଟ୍ ୟୁପିଆଇ କାରବାର ପରିମାଣ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇପାରିଛି । ଯେହେତୁ ଆମ ପାଖରେ ଭିତିଭୂମି ରହିଛି ଆମେ ଦ୍ରୁତ ଗତିରେ ଆଗକୁ ବଢ଼ଚୁ ଏବଂ ସମଗ୍ର ଯାତ୍ରାର ଏହା ମାତ୍ର ଶୁଭାରମ୍ଭ ବୋଲି ମୁକେଶ କହିଛନ୍ତି ।

ସେ କହିଛନ୍ତି ଯେ, “ରିଲାଏନ୍‌ସ ଏକ ଷ୍ଟାର୍ଟଅପ୍ ଭାବେ ସ୍ଥାପିତ ହୋଇଥିଲା । ମୋ ବାପା ଏକ ଟେବୁଲ୍ ଓ ଚେୟାର ଏବଂ ଏକ ହଜାର ଟଙ୍କା ନେଇ ପାଂଚ ଦଶନ୍ଧୀ ପୂର୍ବେ ରିଲାଏନ୍‌ସକୁ ସ୍ଥାପନ କରିଥିଲେ । ପରବର୍ତୀ ସମୟରେ ତାହା ଏକ ଲଘୁ ଉଦ୍ୟୋଗରେ ପରିଣତ ହୋଇଥିଲା ଏବଂ ତା’ ପରେ କ୍ଷୁଦ୍ର ଶିଳ୍ପରେ ପରିଣତ ହେଲା ଏବଂ ଏବେ ଆପଣମାନେ ଏହାକୁ ବୃହତ ବୋଲି ବିଚାର କରିପାରିବେ । ଏସବୁ ବର୍ଣ୍ଣନା କରିବା ପଛର କାରଣ ଏହା ଯେ ଭାରତରେ ପ୍ରତି କ୍ଷଦ୍ର ବ୍ୟବସାୟ ଏବଂ ଉଦ୍ୟୋଗୀଙ୍କ ପାଖରେ ଧୀରୁଭାଇ ଅମ୍ବାନି କିମ୍ବା ବିଲ୍ ଗେଟସ୍ ହେବାର ସୁଯୋଗ ରହିଛି ବୋଲି ସେ କହିଛନ୍ତି । ଏହି ଶକ୍ତି ଭାରତକୁ ଦୁନିଆର ଅନ୍ୟ ରାଷ୍ଟ୍ରମାନଙ୍କ ଠାରେ ଅଲଗା କରିପାରିଛି ବୋଲି ମୁକେଶ ଅମ୍ବାନି କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋମନାଥ ସ୍ବାଭିମାନ ପର୍ବ

January 11, 2026

ମିଥ୍ୟା ଦର୍ଶନ ଆଧାରିତ ଚିନ୍ତାଧାରା

January 11, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026
Latest News

ସୋମନାଥ ସ୍ବାଭିମାନ ପର୍ବ

January 11, 2026

ମିଥ୍ୟା ଦର୍ଶନ ଆଧାରିତ ଚିନ୍ତାଧାରା

January 11, 2026

ତିନି ଦଶନ୍ଧି ଧରି ବିଳମ୍ୱିତ ଥିଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ସମାପ୍ତ ହେଲା 90 ପ୍ରତିଶତ କାମ

January 11, 2026

ଆଜି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

January 11, 2026

ପୁରୀ ପୌରପାଳିକାରେ ଯୋଗ୍ୟ ହିତାଧିକାରୀମାନଙ୍କୁନୂଆ ରାସନ କାର୍ଡ ବଣ୍ଟନ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.