465 ପଏଣ୍ଟ ତଳକୁ ଖସିଲା ସେନ୍‌ସେକ୍ସ

Published: Feb 27, 2020, 3:05 pm IST

ମୁମ୍ବାଇ : କୋରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ଭୁଷୁଡି ପଡିଥିବା ବେଳେ ଭାରତୀୟ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଛି । ଗୁରୁବାର ଭାରତୀୟ ସେୟାର ବଜାର 465 ପଏଣ୍ଟ ତଳକୁ ଖସିଛି । ଗୁରୁବାର ସେନସେକ୍ସ 39947.80 ପଏଣ୍ଟରୁ ଆରମ୍ଭ ହୋଇଥିବା ବେଳେ 465 ପଏଣ୍ଟ ତଳକୁ ଖସି 39423.27 ପଏଣ୍ଟରେ ପହଞ୍ଚିଛି । ଏହି ସମୟରେ ନିଫ୍‌ଟୀ 58 ପଏଣ୍ଟ ତଳକୁ ଖସିଛି । ନିଫ୍‌ଟୀ 58.5 ପଏଣ୍ଟ ତଳକୁ ଖସି 11620.45 ପଏଣ୍ଟରେ ପହଞ୍ଚିଛି । ଏହା ସହିତ କୋରୋନା ଭାଇରସ୍‌ ପ୍ରଭାବରେ ଅନ୍ୟ ଦେଶର ସେୟାର ବଜାର ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । (ଏଜେନ୍ସି)

Related posts