
ମୁମ୍ବାଇ : ଟେଲିକମ୍ ମନ୍ତ୍ରାଳୟକୁ ଭାରତୀ ଏୟାରଟେଲ ପକ୍ଷରୁ 8 ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରାଯାଇଛି । ଏୟାରଟେଲ୍ର ସମୁଦାୟ ବକେୟା ରାଶି 35 ହଜାର 5 ଶହ କୋଟି ଟଙ୍କା ରହିଥିଲା । ଆଜିର 8004 କୋଟିକୁ ମିଶାଇ ଏୟାରଟେଲ ସମୁଦାୟ 18 ହଜାର 4 କୋଟି ଟଙ୍କା ପ୍ରଦାନ କରିଛି । ଶନିବାର ଏୟାରଟେଲ 5 ହଜାର କୋଟି ପ୍ରଦାନ କରିଥାନ୍ତା ମାତ୍ର ଅତିରିକ୍ତ 3004 କୋଟି ସହିତ ସମୁଦାୟ 8004 କୋଟି ଟଙ୍କା ପ୍ରଦାନ କରାଯାଇଛି । ଫେବୃୟାରୀ 17 ତାରିଖରେ ଏୟାରଟେଲ୍ ପକ୍ଷରୁ ଟେଲିକମ୍ ମନ୍ତ୍ରାଳୟକୁ 10 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିଲା । (ଏଜେନ୍ସି)