ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର ଜିଏସ୍ଟି ଆୟରେ ଅଭିବୃଦ୍ଧି ଘଟିଛି । ମଙ୍ଗଳବାର ଓଡିଶା ଅର୍ଥବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏପ୍ରିଲ୍ 2019ରୁ ଫେବୃୟାରୀ 2020 ମଧ୍ୟରେ ଏହି ଅର୍ଥ ଆଦାୟ କରାଯାଇଥିବା ଜଣାପଡିଛି । ପୂର୍ବବର୍ଷର ଜିଏସ୍ଟି ଆୟ 24325.79 କୋଟି ଟଙ୍କା ରହିଥିବା ବେଳେ ଚଳିତ ବର୍ଷର ଆୟ 27044.79 କୋଟି ଟଙ୍କା ରହିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଜିଏସ୍ଟି ଆୟରେ 11.18 ପ୍ରତିଶତର ଅଭିବୃଦ୍ଧି ଘଟିଛି ।
ଓଡିଶାର ଜିଏସ୍ଟି ଆୟରେ 11 ପ୍ରତିଶତର ଅଭିବୃଦ୍ଧି
Published:
Mar 4, 2020, 1:59 pm IST