ନୂତନ ଡିପାର୍ଟମେଣ୍ଟାଲ ଷ୍ଟୋର କିଣିଲା ରିଲାଏନ୍ସ

Published: Mar 5, 2020, 12:23 pm IST

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ତାମିଲନାଡୁର ଏକ ଡିପାର୍ଟମେଣ୍ଟାଲ ଷ୍ଟୋରକୁ ଅଧିଗ୍ରହଣ କରିଛି । ତାମିଲନାଡୁର ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ 152 କୋଟି ଟଙ୍କାରେ ରିଲାଏନ୍ସ ଅଧିଗ୍ରହଣ କରିଛି । ଗୁରୁବାର ଦିନ ରିଲାଏନ୍ସ ପକ୍ଷରୁ 152.5 କୋଟି ଟଙ୍କାରେ ଏହି କମ୍ପାନୀକୁ କିଣାଯାଇଛି । ଦକ୍ଷିଣ ଭାରତୀୟ ବଜାରକୁ ଅଧିକାର କରିବା ଲକ୍ଷ୍ୟରେ ରିଲାଏନ୍ସ ପକ୍ଷରୁ 152.5 କୋଟି ଟଙ୍କାରେ ଏହି ଷ୍ଟୋରକୁ କିଣାଯାଇଛି । ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋରକୁ କିଣିବା ପରେ ତାମିଲକନାଡୁରେ ଏହାର ଶାଖା ସମ୍ପ୍ରସାରଣ ନେଇ ରିଲାଏନ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପ୍ଟେମ୍ବର 15,1999ରେ ପ୍ରତିଷ୍ଠା କରାଯାଇଥିବା ଶ୍ରୀ କନ୍ନନ ଡିପାର୍ଟମେଣ୍ଟାଲ ଷ୍ଟୋର ଫଳ, ପନିପରିବା ପ୍ରଭୃତି ବିକ୍ରୟ କରିଥାଏ । ଏହି ଡିପାର୍ଟମେଣ୍ଟାଲ ଷ୍ଟୋରକୁ କିଣିବା ପରେ ରିଲାଏନ୍ସ ଅଂଶଧନ ମୂଲ୍ୟରେ 12.40 ପଇସା ହ୍ରାସ ପାଇଛି । (ଏଜେନ୍ସି)

Related posts