Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହିଳା ଦିବସ ଉପଲକ୍ଷେ ପୂର୍ବତଟ ରେଳର ଅଭିନବ ଉଦ୍ୟମ, ଚାଲିବ ମହିଳାମାନଙ୍କ ଦ୍ବାରା ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ :
ଜାତୀୟ ଖବର

ମହିଳା ଦିବସ ଉପଲକ୍ଷେ ପୂର୍ବତଟ ରେଳର ଅଭିନବ ଉଦ୍ୟମ, ଚାଲିବ ମହିଳାମାନଙ୍କ ଦ୍ବାରା ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ :

March 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅଭିଯାନକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ କେବଳ ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କୁ ନେଇ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ମଧ୍ୟରେ ଚଳାଚଳ କରିବ।

ସଶକ୍ତ ମହିଳା ମାନଦଣ୍ଡ ଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନା ଠାରୁ ସୁନ୍ଦର ଅଟନ୍ତି ଓ ପୁରୁଷ ମାନଙ୍କ ଦ୍ୱାରା କାର‌୍ୟ୍ୟ କରାଯାଉଥିବା ସମସ୍ତ କ୍ଷେତ୍ରରେ ମଧ୍ୟ ସମ ଭାଗିଦାରୀ ଅଟନ୍ତି ଓ “ସମାନତା ପାଇଁ ପ୍ରତ୍ୟକ” ବିଷୟବସ୍ତୁ ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ମାର୍ଚ୍ଚ ମାସ ପହିଲା ଠାରୁ ୧୦ ତାରିଖ ପର‌୍ୟ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅଭିଯାନ ପାଳନ କରାଯାଉଅଛି ଓ

ମହିଳା ସଶକ୍ତିକରଣକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଗତକାଲି ଖୋର୍ଦ୍ଧା ରୋଡ଼ ଠାରୁ ପଲାସା ପର‌୍ୟ୍ୟନ୍ତ ଏକ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଚଳାଚଳ କରାଯାଇଥିଲା ଯେଉଁଥିରେ କେବଳ ମହିଳା କର୍ମଚାରୀ ମାନେ ଯଥା ମହିଳା ଲୋକୋ ପାଇଲଟ, ସହାୟକ ଲୋକୋ ପାଇଲଟ ଏବଂ ଟ୍ରେନ ଗାର୍ଡ ମାନଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା ଓ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ପଲାସା ଠାରେ ସଂଧ୍ୟା ୫ଘ.୩୦ମି.ରେ ପହଞ୍ଚିଥିଲା ଓ ଫେରିବା ପଥରେ ମହିଳା ମାନଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନ ଆଜି ପଲାସା ଠାରୁ ସକାଳ ୫ଘ.୪୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିଥିଲା ଓ

ମହିଳା ମାନଙ୍କ ଦ୍ୱାରା ପରିଚାଳିତ ଏହି ସ୍ୱତନ୍ତ୍ର ପଣ୍ୟବାହୀ ଟ୍ରେନରେ ମହିଳା ଲୋକୋ ପାଇଲଟ ଶ୍ରୀମତୀ ମୁନ୍ନି ଟିଗା, ସହାୟକ ଲୋକୋ ପାଇଲଟ ରାଜେଶ୍ୱରୀ ବିଶ୍ୱାଳ ଏବଂ ଟ୍ରେନ ଗାର୍ଡ ଶ୍ରୀମତୀ ରେବତୀ ସିଂହ ପରିଚାଳନା କରିଥିଲେ ଓ ମହିଳା ଟ୍ରେନ କର୍ମଚାରୀମାନଙ୍କ ପାଇଁ ପଲାସା ଠାରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ପଲାସା ଷ୍ଟେସନ ଠାରେ ରନିଙ୍ଗ ରୁମ ର ବ୍ୟବସ୍ଥା କରାଯାଇଥିଲା।

ମହିଳା ଟ୍ରେନ କର୍ମଚାରୀ ମାନଙ୍କ ବିଶ୍ରାମ ନେବା ପାଇଁ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ଷ୍ଟେସନ ଠାରେ ରନିଙ୍ଗ ରୁମ ର ବ୍ୟବସ୍ଥା ମଧ୍ୟ କରାଯାଇଅଛି ଓ ଏହି ମହିଳା କର୍ମଚାରୀ ମାନେ ରେଳମଣ୍ଡଳ ର ଗୌରବ ଅଟନ୍ତି ଏବଂ ସମାଜ ପ୍ରତି ପ୍ରେରଣା ମଧ୍ୟ ଯୋଗାଇଛନ୍ତି ଓ

EastCaostRail
Share. Facebook Twitter LinkedIn Email WhatsApp Copy Link

Related Posts

ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ୫୦୭.୩୭ କୋଟି ମଞ୍ଜୁର କଲେ ଗୃହମନ୍ତ୍ରୀ

December 17, 2025

୨.୨୦ କୋଟି ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଲା ପାଞ୍ଚ ଖେଳାଳି: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

December 17, 2025

ଆଜି ୧୭ ତାରିଖ ବୁଧବାରରେ ନଅ ଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

December 17, 2025

ଗୁଗୁଲର ‘ଏଆଇ ଇମ୍ପାକ୍ଟ ସମ୍ମିଟ’ରେ କେନ୍ଦ୍ରମନ୍ତ୍ରୀ

December 16, 2025
Latest News

ବିପର୍ଯ୍ୟୟ ପ୍ରଶମନ ପଦକ୍ଷେପକୁ ସୁଦୃଢ଼ କରିବା ପାଇଁ ୫୦୭.୩୭ କୋଟି ମଞ୍ଜୁର କଲେ ଗୃହମନ୍ତ୍ରୀ

December 17, 2025

ଇଥିଓପିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ

December 17, 2025

ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ

December 17, 2025

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025

୨.୨୦ କୋଟି ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଲା ପାଞ୍ଚ ଖେଳାଳି: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.