Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ରିହାତି ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ,ଆୟକର ରିଟର୍ଣ୍ଣ ଘୁଞ୍ଚିବା ସହିତ ଆହୁରି ଅନେକ ଘୋଷଣା
ଜାତୀୟ ଖବର

କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ରିହାତି ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ,ଆୟକର ରିଟର୍ଣ୍ଣ ଘୁଞ୍ଚିବା ସହିତ ଆହୁରି ଅନେକ ଘୋଷଣା

March 24, 2020No Comments6 Mins Read
Share Facebook Twitter LinkedIn Email WhatsApp Copy Link

* ବିଭିନ୍ନ କ୍ଷେତ୍ରରେ ବୈଧାନିକ ଓ ନିୟାମକ ଅନୁପାଳନ କ୍ଷେତ୍ରରେ ମିଳିବ ରିହାତି
* ଆଧାର-ପ୍ୟାନ ସଂଯୋଗ ତାରିଖ ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ଘୁଂଚିଲା
* ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଘୁଂଚିଲା
* ଟିକସ ପଇଠ ବିଳମ୍ବ କ୍ଷେତ୍ରରେ ଲାଗୁ ହେବନି ଜୋରିମାନା କିମ୍ବା ଶୁଳ୍କ
* ଜିଏସଟିଆର-୩ବି ଦାଖଲ ପାଇଁ ଧାର୍ଯ୍ୟ ସୀମା ବଢ଼ିଲା
* ୩୦ ଜୁନ, ୨୦୨୦ ଶେଷ ପର୍ଯ୍ୟନ୍ତ ୨୪ ଘଂଟିଆ ସୀମାଶୁଳ୍କ କ୍ଲିୟରାନ୍ସ
* ଯେକୌଣସି ଏଟିଏମରୁ ନିଃଶୁଳ୍କ ଟଙ୍କା ଉଠାଣ ଅନୁମତି
* ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା ନିୟମ ଉଚ୍ଛେଦ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସ୍ଥିତିକୁ ଆଖି ଆଗରେ ରଖି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ରିହାତି ପଦକ୍ଷେପର ଘୋଷଣା କରିଛନ୍ତି । ବିଶେଷ କରି ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବୈଧାନିକ ଓ ନିୟାମକ ଅନୁପାଳନ ପ୍ରସଙ୍ଗରେ ଏହି ରିହାତି ଘୋଷଣା କରାଯାଇଛି । ଏଠାରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ଶ୍ରୀମତୀ ସୀତାରମଣ ଆୟକର, ଜିଏସଟି, ସୀମା ଶୁଳ୍କ ଓ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, କର୍ପୋରେଟ ବ୍ୟାପାର, ଦେବାଳିଆ ଓ ଦେବାଳିଆପଣ ସଂହିତା (ଆଇବିସି), ମତ୍ସ୍ୟପାଳନ, ବ୍ୟାଙ୍କିଙ୍ଗ କ୍ଷେତ୍ର ଓ ବାଣିଜ୍ୟ କ୍ଷେତ୍ର ପାଇଁ ଅତ୍ୟାବଶ୍ୟକ ରିହାତି ପଦକ୍ଷେପମାନ ଘୋଷଣା କରିଥିଲେ ।

ବିଭିନ୍ନ କ୍ଷେତ୍ର ପାଇଁ ବୈଧାନିକ ଓ ନିୟାମକ ଅନୁପାଳନ ପ୍ରସଙ୍ଗରେ ନିମ୍ନୋକ୍ତ ଘୋଷଣାମାନ କରାଯାଇଛି ।

୧. ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ୩୧ ମାର୍ଚ୍ଚ, ୨୦୨୦ରୁ ୩୦ ଜୁନ, ୨୦୨୦କୁ ଘୁଂଚାଇ ଦିଆଯାଇଛି।

୨. ଆଧାର-ପ୍ୟାନ ସଂଯୋଗ ତାରିଖକୁ ୩୧ ମାର୍ଚ୍ଚ, ୨୦୨୦ରୁ ୩୦ ଜୁନ, ୨୦୨୦କୁ ଘୁଂଚାଇ ଦିଆଯାଇଛି।

୩. ଜୁନ ୩୦, ୨୦୨୦ ସୁଦ୍ଧା ଅର୍ଥ ପଇଠ କରାଯାଇଥିଲେ ବିବାଦରୁ ବିଶ୍ୱାସ ଯୋଜନାରେ କୌଣସି ଅତିରିକ୍ତ ୧୦% ଦେୟ ପଇଠ କରିବାକୁ ପଡ଼ିବ ନାହିଁ ।

୪. ନୋଟିସ, ସୂଚନା, ବିଜ୍ଞପ୍ତି, ଅନୁମୋଦନ ଆଦେଶ, ଆବେଦନ ଦାଖଲ, ରିଟର୍ଣ୍ଣ ଦାଖଲ, ଜବାବ, ଆବେଦନ, ରିପୋର୍ଟ, ଅନ୍ୟ ଯେକୌଣସି କାଗଜପତ୍ର ଦାଖଲ କରିବାର ଧାର୍ଯ୍ୟ ତାରିଖ ଏବଂ ଆୟକର ଆଇନ, ସମ୍ପତି କର ଆଇନ, ବେନାମୀ ସମ୍ପତି କାରବାର ଆଇନ, କଳାଧନ ଆଇନ, ଏସଟିଟି ଆଇନ, ସିଟିଟି ଆଇନ, ସମୀକରଣ ଲେଭି ଆଇନ, ବିବାଦରୁ ବିଶ୍ୱାସ ଆଇନ ଅନ୍ତର୍ଗତ ଟିକସଦାତାଙ୍କ ଦ୍ୱାରା ଜମା ଉପାଦାନରେ ନିବେଶ କିମ୍ବା ପୁଞ୍ଜି ଲାଭ ନିବେଶ ସମେତ ଯେକୌଣସି ଅନୁପାଳନ ତଥା କର୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ କରିବାର ଅବଧି ଯାହା ପୂର୍ବରୁ ୨୦ ମାର୍ଚ୍ଚ ୨୦୨୦ରୁ ୨୯ ଜୁନ, ୨୦୨୦ରେ ଶେଷ ହେଉଥିଲା ତାହାକୁ ଏବେ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି।

୫. ୨୦ ମାର୍ଚ୍ଚ ୨୦୨୦ ଏବଂ ୩୦ ଜୁନ ୨୦୨୦ ମଧ୍ୟରେ ଦାଖଲ କରାଯାଉଥିବା ଅଗ୍ରୀମ ଟିକସ, ସ୍ୱ-ଆକଳନ ଟିକସ, ନିୟମିତ ଟିକସ, ଟିଡିଏସ, ଟିସିଏସ, ସମୀକରଣ ଲେଭି, ଏସଟିଟି, ସିଟିଟିର ବିଳମ୍ବିତ ପଇଠ ଲାଗି ବାର୍ଷିକ ସୁଧ ହାରକୁ ୧୨% କିମ୍ବା ୧୮%ରୁ ହ୍ରାସ କରାଯାଇ ୯% କରି ଦିଆଯାଇଛି (ମାସିକ ୧ରୁ ୧.୫% ବଦଳରେ ୦.୭୫%) । ଏହି ଅବଧି ମଧ୍ୟରେ ବିଳମ୍ବିତ ପଇଠ ଲାଗି କୌଣସି ଜୋରିମାନା କିମ୍ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ।

୬. ଉପରୋକ୍ତ ରିହାତି ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ବିଜ୍ଞପ୍ତି ଏବଂ ବୈଧାନିକ ସଂଶୋଧନ ସମୟକ୍ରମେ କରାଯିବ।

ଜିଏସଟି/ପରୋକ୍ଷ ଟିକସ

୭. ପାଂଚ କୋଟି ଟଙ୍କାରୁ କମ କାରବାର କରୁଥିବା ବ୍ୟବସାୟୀ ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୦ ମାସ ପାଇଁ ଜିଏସଟିଆର-୩ବି ଜୁନ, ୨୦୨୦ ଶେଷ ସପ୍ତାହ ସୁଦ୍ଧା ଦାଖଲ କରିପାରିବେ । କୌଣସି ସୁଧ, ବିଳମ୍ବିତ ଶୁଳ୍କ କିମ୍ବା ଜୋରିମାନା ଲାଗୁ ହେବ ନାହିଁ।

୮. ଅନ୍ୟମାନେ ମାର୍ଚ୍ଚ, ଏପ୍ରିଲ ଓ ମେ ୨୦୨୦ ପାଇଁ ଜୁନ ୨୦୨୦ ଶେଷ ସପ୍ତାହ ସୁଦ୍ଧା ଜିଏସଟିଆର-୩ବି ଦାଖଲ କରିପାରିବେ । ତେବେ ଧାର୍ଯ୍ୟ ତାରିଖର ୧୫ ଦିନ ପରେ ଦାଖଲ ପାଇଁ ସେମାନଙ୍କୁ ୯% (ବର୍ତମାନର ସୁଧ ହାର ୧୮% ବଦଳରେ) ହାରରେ ସୁଧ ଦେବାକୁ ପଡ଼ିବ । ୩୦ ଜୁନ ୨୦୨୦ ପୂର୍ବରୁ ଏଥିପାଇଁ କୌଣସି ବିଳମ୍ବିତ ଶୁଳ୍କ କିମ୍ବା ଜୋରିମାନା ଆଦାୟ କରାଯିବ ନାହିଁ ।

୯. କମ୍ପୋଜିସନ ସ୍କିମର ଲାଭ ଉଠାଇବା ତାରିଖକୁ ଜୁନ, ୨୦୨୦ ଶେଷ ସପ୍ତାହ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ଆହୁରି, କମ୍ପୋଜିସନ ଡିଲରଙ୍କ ଦ୍ୱାରା ୩୧ ମାର୍ଚ୍ଚ, ୨୦୨୦ରେ ଶେଷ ହେଉଥିବା ତ୍ରୈମାସ ପାଇଁ ଅର୍ଥ ପଇଠ କରିବାର ଶେଷ ତାରିଖ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖକୁ ଜୁନ, ୨୦୨୦ ଶେଷ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି।

୧୦. ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ, ୨୦୨୦ ପରିବର୍ତେ ଜୁନ ୨୦୨୦କୁ ଘୁଂଚାଇ ଦିଆଯାଇଛି।

୧୧. ନୋଟିସ, ବିଜ୍ଞପ୍ତି, ଅନୁମୋଦନ ଆଦେଶ, ମଞ୍ଜୁରି ଆଦେଶ, ଆବେଦନ ଦାଖଲ, ରିଟର୍ଣ୍ଣ ଦାଖଲ, ଜବାବ, ଆବେଦନ, ରିପୋର୍ଟ, ଯେକୌଣସି କାଗଜପତ୍ର ଦାଖଲର ଶେଷ ତାରିଖ ଏବଂ ଜିଏସଟି ଆଇନ ଅଧୀନରେ କୌଣସି ଅନୁପାଳନର ସମୟ ଅବଧି ଯାହା ୨୦ ମାର୍ଚ୍ଚ ୨୦୨୦ରୁ ୨୯ ଜୁନ ୨୦୨୦ ମଧ୍ୟରେ ଶେଷ ହେଉଥିଲା ତାହା ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

୧୨. ଜିଏସଟି ପରିଷଦର ଅନୁମୋଦନ କ୍ରମେ ଉପରୋକ୍ତ ଜିଏସଟି ରିହାତିକୁ ଲାଗୁ କରିବା ଲାଗି ଆବଶ୍ୟକ ଆଇନଗତ ବିଜ୍ଞପ୍ତି ଓ ବୈଧାନିକ ସଂଶୋଧନ ଅଣାଯିବ ।

୧୩. ସବକା ବିଶ୍ୱାସ ଯୋଜନାରେ ଅର୍ଥ ପଇଠ ତାରିଖକୁ ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯିବ । ୩୦ ଜୁନ, ୨୦୨୦ ସୁଦ୍ଧା ପଇଠ କରାଗଲେ ଏଥିପାଇଁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ।

ସୀମା ଶୁଳ୍କ

୧୪. ୩୦ ଜୁନ, ୨୦୨୦ ଶେଷ ପର୍ଯ୍ୟନ୍ତ ୨୪ ଘଂଟିଆ ସୀମାଶୁଳ୍କ କ୍ଲିୟରାନ୍ସ

୧୫. ନୋଟିସ, ବିଜ୍ଞପ୍ତି, ଅନୁମୋଦନ ଆଦେଶ, ମଞ୍ଜୁରି ଆଦେଶ, ଆବେଦନ ଦାଖଲ, ରିଟର୍ଣ୍ଣ ଦାଖଲ, ଜବାବ, ଆବେଦନ, ରିପୋର୍ଟ, ଯେକୌଣସି କାଗଜପତ୍ର ଦାଖଲର ଶେଷ ତାରିଖ ଏବଂ ସୀମା ଶୁଳ୍କ ଓ କିମ୍ବା ଅନ୍ୟ ଆନୁସଙ୍ଗିକ ଆଇନ ଅଧୀନରେ କୌଣସି ଅନୁପାଳନର ସମୟ ଅବଧି ଯାହା ୨୦ ମାର୍ଚ୍ଚ ୨୦୨୦ରୁ ୨୯ ଜୁନ ୨୦୨୦ ମଧ୍ୟରେ ଶେଷ ହେଉଥିଲା ତାହା ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଆର୍ଥିକ ସେବା

୧୬. ତିନି ମାସ ପର୍ଯ୍ୟନ୍ତ ରିହାତି

୧୭. ତିନି ମାସ ପାଇଁ ଡେବିଟ କାର୍ଡଧାରୀମାନେ ଯେକୌଣସି ଏଟିଏମରୁ ନିଃଶୁଳ୍କ ଟଙ୍କା ଉଠାଇପାରିବେ ।

୧୮. ସର୍ବନିମ୍ନ ଜମା ଶୁଳ୍କ ଉଚ୍ଛେଦ

୧୯. ସମସ୍ତ ବାଣିଜ୍ୟ ଅର୍ଥ ଉପଭୋକ୍ତାଙ୍କ ପାଇଁ ଡିଜିଟାଲ କାରବାର ଉପରେ ବ୍ୟାଙ୍କ ଶୁଳ୍କ ହ୍ରାସ

କର୍ପୋରେଟ ବ୍ୟାପାର

୨୦. ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୨୦ର ଅଧିସ୍ଥଗନ ଅବଧି ମଧ୍ୟରେ ଦାଖଲ କରାଯିବାକୁ ଥିବା ଯୈକୌଣସି ଧାର୍ଯ୍ୟ ତାରିଖ ପାଇଁ ଏମସିଏ-୨୧ ରେଜିଷ୍ଟ୍ରୀ ପାଇଁ ଆବଶ୍ୟକ ପଡ଼ୁଥିବା ଯେକୌଣସି କାଗଜପତ୍ର, ରିଟର୍ଣ୍ଣ, ଜବାବ ଆଦିର ବିଳମ୍ବିତ ଦାଖଲ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଯାହା କେବଳ କମ୍ପାନୀ/ଏଲଏଲପି ଗୁଡ଼ିକର ଅନୁପାଳନ ଓ ଆର୍ଥିକ ବୋଝକୁ ହ୍ରାସ କରିବ ନାହିଁ ବରଂ ନୂଆ ଆରମ୍ଭ ପାଇଁ ଦୀର୍ଘକାଳୀନ ଅଣଅନୁପାଳନ କମ୍ପାନୀଗୁଡ଼ିକୁ ସମର୍ଥ କରିବ।

୨୧. କମ୍ପାନୀ ଆଇନ, ୨୦୧୩ର ବ୍ୟବସ୍ଥା ଅନୁଯାୟୀ କମ୍ପାନୀଗୁଡ଼ିକର ନିର୍ଦ୍ଦେଶନା ମଣ୍ଡଳୀ ବୈଠକ ଆୟୋଜନ ନିମନ୍ତେ ଅନୁମୋଦିତ ଅନ୍ତରିଣ ଅବଧି (୧୨୦ ଦିନ)ର ବାଧ୍ୟତାମୂଳକ ଆବଶ୍ୟକତାକୁ ପରବର୍ତୀ ଦୁଇଟି ତ୍ରୈମାସ ପାଇଁ ଅତିରିକ୍ତ ୬୦ ଦିନ ଅର୍ଥାତ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଇଁ ବୃଦ୍ଧି କରି ଦିଆଯାଇଛି ।

୨୨. କମ୍ପାନୀ ଆଦେଶ (ଅଡିଟରଙ୍କ ରିପୋର୍ଟ), ୨୦୨୦ର ଉପଯୋଗିତା ୨୦୨୦-୨୦୨୧ ଆର୍ଥିକ ବର୍ଷଠାରୁ ଲାଗୁ କରିଦିଆଯାଇଛି । ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଏହା ୨୦୧୯-୨୦୨୦ ଠାରୁ ଲାଗୁ ହେବାର ଥିଲା । ଏହା ୨୦୧୯-୨୦ ବର୍ଷ ପାଇଁ କମ୍ପାନୀ ଓ ସେମାନଙ୍କ ଅଡିଟରମାନଙ୍କ ବୋଝ ଗୁରୁତ୍ୱପୂର୍ଣ୍ଣ ଭାବେ ହ୍ରାସ କରିବ ।

୨୩. କମ୍ପାନୀ ଆଇନ ୨୦୧୩ର ଅନୁଚ୍ଛେଦ ୪ ଅନୁଯାୟୀ ଅଣ-ସ୍ୱାଧୀନ ନିର୍ଦ୍ଦେଶକ ଏବଂ ପରିଚାଳନା ସଦସ୍ୟଙ୍କ ଅନୁପସ୍ଥିତିରେ ସ୍ୱାଧୀନ ନିର୍ଦ୍ଦେଶକମାନେ ଅତିକମରେ ଗୋଟିଏ ଗୋଟିଏ ବୈଠକ ଆୟୋଜନ କରିପାରିବେ । ୨୦୧୯-୨୦ ଆର୍ଥିକ ବର୍ଷରେ ସ୍ୱାଧୀନ ନିର୍ଦ୍ଦେଶକମାନେ ଯଦି ଗୋଟିଏ ହେଲେ ବୈଠକ ଆୟୋଜନ କରିନପାରନ୍ତି, ତା’ହେଲେ ଏହାକୁ ନିୟମ ଉଲ୍ଲଙ୍ଘନ ବୋଲି ଧରାଯିବ ନାହିଁ ।

୨୪. ୨୦୨୦-୨୧ ଆର୍ଥିକ ବର୍ଷରେ ୩୦ ଏପ୍ରିଲ ୨୦୨୦ ପୂର୍ବରୁ ପୂରଣ ହେଉଥିବା ଜମାର ୨୦% ଏକ ଜମା ରିଜର୍ଭ ସୃଷ୍ଟି କରିବାର ଆବଶ୍ୟକତାକୁ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ଅନୁପାଳନ ପାଇଁ ଅନୁମତି ଦିଆଯିବ।

୨୫. ୩୦ ଏପ୍ରିଲ ୨୦୨୦ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଉପାଦାନରେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ପୂରଣ ହେଉଥିବା ଡିବେଂଚରର ୧୫% ନିବେଶ କରିବାର ଆବଶ୍ୟକତାକୁ ୩୦ ଜୁନ ୨୦୨୦ ପୂର୍ବରୁ କରାଯାଇପାରିବ ।

୨୬. ନୂଆ କମ୍ପାନୀଗୁଡ଼ିକ ପାଇଁ ଗଠନ ହେବାର ୬ ମାସ ମଧ୍ୟରେ କାରବାର ଆରମ୍ଭ କରିବା ସମ୍ପର୍କରେ ଘୋଷଣାପତ୍ର ଦାଖଲ କରିବାର ଆବଶ୍ୟକତା ରହିଥିବା ବେଳେ ଏହାକୁ ଅତିରିକ୍ତ ୬ ମାସ ପାଇଁ ବୃଦ୍ଧି କରିଦିଆଯାଇଛି ।

୨୭. କମ୍ପାନୀ ଆଇନର ଧାରା ୧୪୯ ଅନ୍ତର୍ଗତ ପ୍ରତ୍ୟେକ କମ୍ପାନୀର ଅତିକମରେ ଜଣେ ନିର୍ଦ୍ଦେଶକ ଭାରତରେ ସର୍ବନିମ୍ନ ୧୮୨ ଦିନ ରହିବା ନିୟମ ଅନୁପାଳନ କରାଯାଇନପାରିଲେ ଏହାକୁ ଆଇନର ଉଲ୍ଲଙ୍ଘନ ବୋଲି ଧରାଯିବ ନାହିଁ ।

୨୮. କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ବ୍ୟାପକ ଆର୍ଥିକ ସଂକଟ ଦ୍ୱାରା ଅଧିକାଂଶ କମ୍ପାନୀ କ୍ଷତି ସହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଇବିସି, ୨୦୧୬ର ଧାରା ୪ ଅଧୀନରେ ଡିଫଲ୍ଟର ସୀମାକୁ ବର୍ତମାନର ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯିବା ଲାଗି ନିଷ୍ପତି ନିଆଯାଇଛି। ଏହା ଏମଏସଏମଇଗୁଡ଼ିକ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ରୋକିପାରିବ। ୩୦ ଏପ୍ରିଲ ୨୦୨୦ ପରେ ଯଦି ବର୍ତମାନର ପରିସ୍ଥିତି ଜାରି ରୁହେ ତା’ହେଲେ ୬ ମାସର ଅତିରିକ୍ତ ଅବଧି ପାଇଁ ଆଇବିସି ୨୦୧୬ର ଧାରା ୭, ୯ ଏବଂ ୧୦କୁ ରଦ୍ଦ କରାଯିବ। ଏହା ଫଳରେ ଡିଫଲ୍ଟର ବଡ଼ କାରଣ କ୍ଷେତ୍ରରେ କମ୍ପାନୀଗୁଡ଼ିକ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

୨୯. କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପୃଥକ ଭାବେ ଏ ଦିଗରେ ବିସ୍ତୃତ ବିଜ୍ଞପ୍ତି/ନିର୍ଦ୍ଦେଶନାମା ଜାରି କରାଯିବ।

ମତ୍ସ୍ୟପାଳନ ବିଭାଗ

ଏସପିଏଫ ଚିଙ୍ଗୁଡ଼ି ବ୍ରୁଡଷ୍ଟକ କିମ୍ବା ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ରପ୍ତାନି ପାଇଁ ଆବଶ୍ୟକ ସମସ୍ତ ସାନିଟାରୀ ମଞ୍ଜୁରି ଯାହାର ଅବଧି ୧.୩.୨୦୨୦ରୁ ୧୫.୦୪.୨୦୨୦ ମଧ୍ୟରେ ଶେଷ ହେଉଥିଲା ସେଗୁଡ଼ିକର ଅବଧିକୁ ୩ ମାସ ପାଇଁ ବୃଦ୍ଧି କରି ଦିଆଯାଇଛି।ମାଲ ପହଁଚିବାରେ ୧ ମାସ ବିଳମ୍ବ ପାଇଁ ରିହାତି ଦିଆଯିବ। ଚେନ୍ନାଇର କ୍ୱାରେଂଟାଇନ କେନ୍ଦ୍ର (ଏକ୍ୟୁଏଫ)ରେ ବାତିଲ ହୋଇଥିବା କନସାଇନମେଂଟ ପାଇଁ କ୍ୱାରେଂଟାଇନ କ୍ୟୁବିକଲ୍ସର ପୁନଃବୁକିଂ ନିମନ୍ତେ କୌଣସି ଅତିରିକ୍ତ ବୁକିଂ ଚାର୍ଜ ଦେବାକୁ ପଡ଼ିବ ନାହିଁ । କ୍ୱାରେଂଟାଇନ ପାଇଁ କାଗଜପତ୍ର ଯାଂଚ ଓ ଏନଓସି ଜାରି କରିବାର ସମୟକୁ ୭ରୁ ୩ଦିନକୁ ହ୍ରାସ କରି ଦିଆଯାଇଛି।
ବାଣିଜ୍ୟ ବିଭାଗ ବିଭିନ୍ନ ଅନୁପାଳନ ଏବଂ ପକ୍ରିିୟା ପାଇଁ ଧାର୍ଯ୍ୟ ତାରିଖକୁ ଘୁଂଚାଇ ଦିଆଯିବ। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବ।

Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସିଲେ ମଧ୍ୟ କାହିଁକି ହୋଇପାରୁ ନାହିଁ ନିଗମ ମୁଆଁ ବଣ୍ଟା

August 24, 2025
Latest News

ଭାରତର ‘ସୁଦର୍ଶନ ଚକ୍ର’ ପ୍ରସ୍ତୁତ: ୨୫୦୦ କିମି ଦୂରରୁ ଧ୍ଵଂସ ହେବ ଶତ୍ରୁ କ୍ଷେପଣାସ୍ତ୍ର

August 24, 2025

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଚେତେଶ୍ୱର ପୂଜାରା

August 24, 2025

ମମତା ବାନାର୍ଜୀଙ୍କ ପରେ ଏବେ କଂଗ୍ରେସକୁ ଝଟକା ଦେଲା ଏସପି!: JPC କୁ କଲା ବର୍ଜନ

August 24, 2025

ପୂର୍ବତନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଗିରଫଦାରୀରେ ଚିନ୍ତିତ କଂଗ୍ରେସ ସାଂସଦ, କିନ୍ତୁ କାହିଁକି?

August 24, 2025

ଲଘୁଚାପ ପ୍ରଭାବରେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.