କରୋନା ମୁକାବିଲା ପାଇଁ ଭାରତର ଜଣେ ଶିଳ୍ପପତି ଦାନ କଲେ ଏକାଥରକେ 500 କୋଟି ଟଙ୍କା, ଜାଣନ୍ତୁ କିଏ

Published: Mar 28, 2020, 7:07 pm IST

ନୂଆଦିଲ୍ଲୀ, କରୋନା ରୋଗ ବର୍ତ୍ତମାନ ଯେପରି କାୟା ବିସ୍ତାର କରିବାରେ ଲାଗିଛି, ସେଥିରୁ ମୁକୁଳିବା ପାଇଁ ଯଥେଷ୍ଠ ପରିମାଣର ମାନବ ସମ୍ବଳ, ମେଡିକାଲ ଉପରଣ ଏବଂ ଶଯ୍ୟାର ଆବଶ୍ୟକ ରହିଛି। କାରଣ ବର୍ତ୍ତମାନ ବର୍ତ୍ତମାନ ଯେତିକି ପରିମାଣର ମେଡିକାଲ ଉପକରଣ ହେଉ କିମ୍ବା ହସପିଟାଲ ବେଡ ଅଛି ତାହା ଅଣ୍ଟିବ ନାହିଁ। ଏସବୁକୁ ବୃଦ୍ଧି କରିବାରେ ସରକାରଙ୍କ ପର୍ଯ୍ୟାପ୍ତ ପରିମାଣର ଅର୍ଥର ମଧ୍ୟ ଆବଶ୍ୟକତା ରହିଛି।

ଏପରି ପରିସ୍ଥିତିରେ ସରକାରଙ୍କୁ ସହାୟତା କରିବା ପାଇଁ ଦେଶର ପ୍ରମୁଖ ଶିଳ୍ପପତିମାନେ ଆଗେଇ ଆସିଛନ୍ତି। ଏହି ବଦାନ୍ୟତାରେ ବର୍ତ୍ତମାନ ଯେ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ଟାଟା ଟ୍ରଷ୍ଚ ଏବଂ ଟାଟା ସନସର ଅଧ୍ୟକ୍ଷ ରତନ ଟାଟା। ସେ ଦେଶର ଏପରି ଜରୁରୀ ପରିସ୍ଥିତିରେ ସରକାରଙ୍କୁ 500 କୋଟି ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କା ସରକାର 5ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ କରନ୍ତୁ ବୋଲି ରତନ ଟାଟା ଅନୁରୋଧ କରିଛନ୍ତି। ସେଗୁଡିକ ହେଲା

1-କରୋନା ରୋଗ ଭଲ ହେବା ପାଇଁ ଯେଉଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମି କାର୍ଯ୍ୟ କରୁଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ଥିବା ଉପକରଣ କିଣିବା।

2-ରୋଗୀଙ୍କ ଶ୍ବାସପ୍ରଶ୍ବାସ ସମ୍ବନ୍ଧୀୟ ବିଭିନ୍ନ ଉପକରଣ କିଣିବା

3-ଏହି ଭୂତାଣୁ ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ବା ଟେଷ୍ଟ କିଟ୍ କିଣିବା

4-ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠା ପାଇଁ ଅର୍ଥ ବିନିଯୋଗ କରିବା

5-ସ୍ବାସ୍ଥ୍ୟ କର୍ମି ଓ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ରହିଛି।

Related posts