Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୁକାବିଲା: ଦଶଦିନରେ ତେଇଶି ହଜାର ଅଭାବୀଲୋକଙ୍କୁ ଖାଦ୍ୟ ଯୋଗାଇଲା ପୂର୍ବ ତଟ ରେଳପଥ
ଆଜିର ଖବର

କରୋନା ମୁକାବିଲା: ଦଶଦିନରେ ତେଇଶି ହଜାର ଅଭାବୀଲୋକଙ୍କୁ ଖାଦ୍ୟ ଯୋଗାଇଲା ପୂର୍ବ ତଟ ରେଳପଥ

April 6, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, କରୋନା ଭୂତାଣୁ ସଂକ୍ରମଣର ସଂକଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବ ତଟ ରେଳପଥ ଆଇ.ଆର୍‌.ସି.ଟି.ସି. ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧାରୋଡ଼୍ ଓ ବିଶାଖାପାଟଣା ଫୁଡ଼୍‌କୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ ଗରିବଲୋକଙ୍କୁ ବୃହତ୍ ଆକାରରେ ଖାଦ୍ୟ ସହ ପେପର୍‌ପ୍ଲେଟ୍ ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛି ।

ପୂର୍ବ ତଟ ରେଳପଥ ଏହାର ସମସ୍ତ ଏଜେନ୍‌ସି ସହ ରେଳ ସୁରକ୍ଷାବଳକୁ ଅନ୍ତର୍ଭୂକ୍ତ କରି ଏହାର ପରିସୀମା ମଧ୍ୟରେ ବହୁ ପରିମାଣରେ ଖାଦ୍ୟ ଗରିବଲୋକମାନଙ୍କୁ ବଣ୍ଟନ କରିଛି । ଏହା ବ୍ୟତୀତ ବିଭିନ୍ନ ବେସରକାରୀ ସଂଗଠନ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ରେଳ କର୍ମଚାରୀ ମିଳିତ ଭାବେ ଏହି ସେବା କାର୍ଯ୍ୟରେ ଯୋଗଦେବାକୁ ଆଗେଇ ଆସିଛନ୍ତି ।

ଯେହେତୁ ତାଲାବନ୍ଦ୍ ଘୋଷଣା କରାଯାଇଛି, ତେଣୁ ବିଭିନ୍ନ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ଖାଦ୍ୟ ରୁଚିକୁ ସାମ୍ନାରେ ରଖି ଆଇ.ଆର୍‌.ସି.ଟି.ସି. ଦକ୍ଷିଣରେ ଲେମନ୍ ରାଇସ୍‌ରୁ ପୂର୍ବରେ ଖିଚିଡ଼ି ଓ ଚୋଖା ଠାରୁ ଆରମ୍ଭ କରି ଉତ୍ତରରେ ଭାତ ତରକାରୀ ଇତ୍ୟାଦି ବିଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଛି ।

ମାର୍ଚ୍ଚ ୨୬ ତାରିଖ ଠାରୁ ଆରମ୍ଭ କରି ପୁରୀ ରେଳ ଷ୍ଟେସନ୍‌ରେ ୨୫୦ଟି ମିଲ୍ ଏବଂ କଟକ ରେଳ ଷ୍ଟେସନ୍‌ରେ ମାର୍ଚ୍ଚ ୨୭ ତାରିଖ ଦିନ ୨୦୦ଟି ମିଲ୍ ରେଳ ସୁରକ୍ଷା ବଳ (ଆର୍‌.ପି.ଏଫ୍‌) ଏବଂ ଆଇ.ଆର୍‌.ସି.ଟି.ସି. ମିଳିତ ଭାବେ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ।

ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଆଇ.ଆର୍‌.ସି.ଟି.ସି. ଖୋର୍ଦ୍ଧାରୋଡ଼୍ ମୂଳ ରୋଷେଇଶାଳା ଓ ବିଶାଖାପାଟଣା ଫୁଡ଼୍‌କୋର୍ଟରେ ରନ୍ଧନକରି ୧୬,୪୦୦ ମିଲ୍ ବଣ୍ଟନ କରିଛି । ତେଣୁ ମାର୍ଚ୍ଚ ୩୦ ରୁ ଆଜି ଯାଏ ଆଇ.ଆର୍‌.ସି.ଟି.ସି. ରନ୍ଧନ ଓ ପରିବେଷଣ କରିଛି ୧୬,୪୦୦ଟି ମିଲ୍ ।
ସମ୍ବଲପୁର, ଟିଟିଲାଗଡ଼ ଓ ବଲାଙ୍ଗୀର ଷ୍ଟେସନମାନଙ୍କରେ ରେଳ ସୁରକ୍ଷାବଳଙ୍କ ସହ ସମ୍ବଲୁପର ଶାଖାର ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ମାରୱାଡ଼ି ଯୁବମଞ୍ଚ ଓ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ମିଳିତ ଭାବେ ୭୨୯ଟି ମିଲ୍‌କୁ ଗରିବ ଓ ଦୁସ୍ଥ ଲୋକମାନଙ୍କୁ ପରିବେଷଣ କରିଛନ୍ତି ।

ସେହିପରି, ଆଇ.ଆର୍‌.ସି.ଟି.ସି. ଓ ଏନ୍‌.ଜି.ଓ.ମାନେ ମିଳିତ ଭାବେ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ପାରାଦ୍ୱୀପ, ଖୋର୍ଦ୍ଧାରୋଡ଼, ବିଶାଖାପାଟଣା ଏବଂ ବିଜୟନଗରମ୍ ଷ୍ଟେସନ୍ ମାନଙ୍କରେ ଖାଦ୍ୟ ପ୍ୟାକେଟ୍‌/ମିଲ୍ ନିଃସହାୟ ଲୋକଙ୍କୁ ପ୍ରଦାନ କରିଛନ୍ତି ।

 

ECoRailway
Share. Facebook Twitter LinkedIn Email WhatsApp Copy Link

Related Posts

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025
Latest News

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025

ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.