Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଧାର ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଏକ ବଡ ଘୋଷଣା, ଏଣିକି ଖୋଲିବ ସମସ୍ତ ସାଧାରଣ ସେବା କେନ୍ଦ୍ର
ଜାତୀୟ ଖବର

ଆଧାର ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ଏକ ବଡ ଘୋଷଣା, ଏଣିକି ଖୋଲିବ ସମସ୍ତ ସାଧାରଣ ସେବା କେନ୍ଦ୍ର

April 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧିନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବ। କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟ୍ୱିଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ 20 ହଜାର ସିଏସସି ବର୍ତ୍ତମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ । ସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତି । ଏହି ସୁବିଧା ଗ୍ରାମାଞ୍ଚଳ ଅଧିବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ ।

ବ୍ୟାଙ୍କିଂ ସୁବିଧା ଥିବା ସିଏସି ଗୁଡିକ ନିଜ ଭିତ୍ତିଭୂମି ଓ ଆନୁସଙ୍ଗିକ ପ୍ରସ୍ତୁତି ଜୁନ ମାସ ସୁଦ୍ଧା ଶେଷ କରିବେ ବୋଲି ୟୁଆଇଡିଏଆଇ ସମୟସୀମା ଧାର୍ଯ୍ୟ କରିଛି । ସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଦିନେଶ ତ୍ୟାଗୀ ସମସ୍ତ କେନ୍ଦ୍ରଗୁଡିକୁ ଯଥାଶୀଘ୍ର ନିଜର ବୈଷୟିକ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ କି ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇପାରିବ।

ସିଏସିକୁ ଆଧାର ସଂଶୋଧନ ସେବା ପ୍ରଦାନ କରିବାର ଦାୟିତ୍ୱ ଦେଇଥିବାରୁ ଡ. ତ୍ୟାଗୀ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି।

ବିଶେଷ କରି କୋଭିଡ-19 ମହାମାରୀ ସଂକ୍ରମଣ ସମୟରେ ଏହି ନିଷ୍ପତ୍ତି ଅତି ଗୁରୁତ୍ୱପୂର୍ଣ୍ଣ। ଏହି ସେବା ଆରମ୍ଭ ହେବା ଫଳରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବ୍ୟାଙ୍କ ଆଧାର କେନ୍ଦ୍ର ବା ପୋଷ୍ଟ ଅଫିସ ଇତ୍ୟାଦି ସ୍ଥାନକୁ ଯିବାକୁ ପଡିବ ନାହିଁ। ସେମାନଙ୍କୁ ନିଜ ଘର ପାଖରେ ଏହି ସୁବିଧା ମିଳିପାରିବ

CSC UIDAI
Share. Facebook Twitter LinkedIn Email WhatsApp Copy Link

Related Posts

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026
Latest News

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଋଷିକେଶରେ ଆରଭିଏନଏଲ୍ ପ୍ରକଳ୍ପ ସାଇଟ୍ ପରିଦର୍ଶନ କଲେ ଓଡ଼ିଶା ପ୍ରତିନିଧି ଦଳ

March 13, 2026

ଖୋର୍ଦ୍ଧା ଟାଉନ୍ ଶାଖା ଚଣ୍ଡିଚୁଆ ନୁତନ ଷ୍ଟେଟ୍ ବ୍ୟାଙ୍କର ଶୁଭାରମ୍ଭ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.