
ମୁମ୍ବାଇ : ନିଜର 2.75 ପ୍ରତିଶତ ଅଂଶଧନ ବିକ୍ରି କରିଛି ଭାରତୀ ଏୟାରଟେଲ । ଭାରତର ଦ୍ବିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ 8433 କୋଟି ଟଙ୍କା ବିନିମୟରେ ଏହି ଅଂଶଧନ ବିକ୍ରି କରିଛି । 50ଟି ଭିନ୍ନ ଭିନ୍ନ ସଂସ୍ଥାକୁ ଏହି ଅଂଶଧନ ବିକ୍ରୟ କରାଯାଇଥିବା ନେଇ ଭାରତୀ ଏୟାରଟେଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କମ୍ପାନୀର ଦୁଇ ପ୍ରମୁଖ ଅଂଶୀଦାର ଭାରତୀ ଏୟାରଟେଲ ଏବଂ ସିଙ୍ଗଟେଲ ନିଜ ଅଂଶଧନ ବିକ୍ରି କରିନାହାନ୍ତି । ଦୀର୍ଘମିଆଦି ଫାଇଦା ପାଇଁ କମ୍ପାନୀର ଅଂଶଧନ ବିକ୍ରୟ କରାଯାଉଛି ବୋଲି ଭାରତୀ ଏଣ୍ଟରପ୍ରାଇଜେସ୍ର ନିର୍ଦ୍ଦେଶକ ହର୍ଜିତ୍ କୋହଲି ସୂଚନା ଦେଇଛନ୍ତି । (ଏଜେନ୍ସି)
Tags: airtel