କରୋନା ସଙ୍କଟ ସମୟରେ କର୍ମଚାରୀଙ୍କ ବେତନ ବୃଦ୍ଧି କରିଛି ଏହି କମ୍ପାନୀ

Published: Jun 15, 2020, 8:21 pm IST

ମୁମ୍ବାଇ : ଦେଶବ୍ୟାପୀ କରୋନା ସଙ୍କଟ ଯୋଗୁଁ ଚାକିରୀରୁ ଛଟେଇ ଦେଖିବାକୁ ମିଳୁଥିବା ବେଳେ ଗୋଟିଏ କମ୍ପାନୀ ନିଜ କର୍ମଚାରୀଙ୍କ ବେତନ ବଢାଇଛି । ସାହାରା ଗ୍ରୁପ୍‌ ପକ୍ଷରୁ ସୋମବାର ଦିନ ଏହିପରି ଏକ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଏହାର ସମସ୍ତ କର୍ମୀଙ୍କ ବେତନ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ କମ୍ପାନୀ ତରଫରୁ କୌଣସି ଛଟେଇ କରାଯିବ ନାହିଁ ବୋଲି ମଧ୍ୟ ଘୋଷଣା କରାଯାଇଛି । ସୋମବାର କମ୍ପାନୀ ପକ୍ଷରୁ ଏହାର 4 ଲକ୍ଷ 5 ହଜାର 874 କର୍ମଚାରୀଙ୍କ ବେତନ ବଢାଯାଇଥିବା ବେଳେ 4808 ଜଣଙ୍କୁ ପ୍ରମୋଶନ ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସାହାରା ଗ୍ରୁପ୍‌ର ବିଭିନ୍ନ ବ୍ୟବସାୟରେ ଅନ୍ୟୁନ 14 ଲକ୍ଷ ଲୋକ ନିଯୁକ୍ତ ଅଛନ୍ତି । (ଏଜେନ୍ସି)

Related posts