ଭୁବନେଶ୍ବର, ଆଜି ସଂଧ୍ୟା 7ଟା 45 ମିନଟରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକ ଭିଡିଓ କନଫ୍ରେସିଂ ମାଧ୍ୟମରେ ହେବ। ତେବେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।
ତେବେ ବିଶେଷ ସୁତ୍ରରୁ ଖବର ଅନୁସାରେ ଏହି ବୈଠକରେ 4 ଟି ଭିନ୍ନ ଭିନ୍ନ ପ୍ରସଂଗରେ ଆଲୋଚନା ହେବ। ସେଗୁଡିକ ମଧ୍ୟରେ ରହିଛି ପଞ୍ଚାୟତିରାଜ,ଅର୍ଥ,କୃଷି ଏବଂ ସ୍ବାସ୍ଥ୍ୟ ବିଭାଗର ପ୍ରସଂଗ। ତେବେ ଗତକାଲି ମୁଖ୍ୟମନ୍ତ୍ରୀ ପଞ୍ଚାୟତରେ କୋଭିଡ କେନ୍ଦ୍ର ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି। ତା ଉପରେ ମଧ୍ୟ କ୍ୟାବିନେଟ ମୋହର ଲାଗିପାରେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଅଫିସ ସମୟରେ ନ କରି ସଂଧ୍ୟା 7 ଟା 45 ମିନଟରେ କାହିଁକି ଡାକିଲେ ସେ ନେଇ କାହା ପାଖରେ ଉତ୍ତର ନାହିଁ।