Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-୧୯ ମୁକାବିଲାରେ ସହଯୋଗ ନିମନ୍ତେ ୭୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ
ଜାତୀୟ ଖବର

କୋଭିଡ-୧୯ ମୁକାବିଲାରେ ସହଯୋଗ ନିମନ୍ତେ ୭୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ

June 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-୧୯ ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ। ଏଆଇଆଇବି ପକ୍ଷରୁ ଏହା ହେଉଛି ଭାରତକୁ ସର୍ବପ୍ରଥମ ବଜେଟ ସହାୟତା।

ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ ମହାନିର୍ଦ୍ଦେଶକ (କାର୍ଯ୍ୟକାରୀ) ରଜତ ମିଶ୍ରା ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ।

ଖାରେ କହିଥିଲେ, “କରୋନା ଭୂତାଣୁ ମୁକାବିଲା ନିମନ୍ତେ ଏଆଇଆଇବି ପକ୍ଷରୁ ଏହି ସହାୟତା ପାଇଁ ଆମେ ଧନ୍ୟବାଦ ଜଣାଉଛୁ। କରୋନା ଭୂତାଣୁ କାରଣରୁ ମହିଳାଙ୍କ ସମେତ ସମାଜର ଦୁର୍ବଳ ବର୍ଗ ପ୍ରଭାବିତ ହୋଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ଅର୍ଥରେ ସହାୟତା ଯୋଗାଇ ଦିଆଯିବ। ସେହିପରି ପ୍ରଭାବିତ ହୋଇଥିବା ସଂଗଠିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପଦକ୍ଷେପ ସୁନିଶ୍ଚିତ କରାଯାଇପାରିବ। ଏଆଇଆଇବି ପକ୍ଷରୁ ଏହି ସମୟୋପଯୋଗୀ ଆର୍ଥିକ ସହାୟତା ସରକାରଙ୍କ କୋଭିଡ-୧୯ ଜରୁରିକାଳୀନ ମୁକାବିଲା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇପାରିବ।

ଏହି କାର୍ଯ୍ୟକ୍ରମ ଦ୍ୱାରା କୋଭିଡ ୧୯ ମହାମାରୀର ପ୍ରତିକୂଳ ସାମାଜିକ ଏବଂ ଆର୍ଥିକ ପ୍ରଭାବ ହ୍ରାସ କରିବା କ୍ଷେତ୍ରରେ ଭାରତ ସରକାରଙ୍କୁ ବଜେଟ ସହାୟତା ମିଳିପାରିବ। ପୂର୍ବରୁ ଏଆଇଆଇବି ପକ୍ଷରୁ ଭାରତକୁ କୋଭିଡ-୧୯ ମୁକାବିଲା ନିମନ୍ତେ ୫୦୦ ନିୟୁତ ଡଲାର ଋଣ ସହାୟତା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଖ୍ୟତଃ ଦାରିଦ୍ର‌୍ୟ ସୀମା ରେଖା ତଳେ ଥିବା ପରିବାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବିଧବା, ଦିବ୍ୟାଙ୍ଗଜନ ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା ପ୍ରଦାନ କରାଯିବ। ଏଆଇଆଇବି ଏବଂ ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ମୋଟ ୨.୨୫୦ ବିଲିୟନ ଡଲାର ମଧ୍ୟରୁ ଏଆଇଆଇବି ପକ୍ଷରୁ ୭୫୦ ମିଲିୟନ ଡଲାର ଏବଂ ଏଡିବି ପକ୍ଷରୁ ୧.୫ ବିଲିୟନ ଡଲାର ଅର୍ଥ ଯୋଗାଇ ଦିଆଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026
Latest News

ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା

March 19, 2026

ଏହି ରାଜ୍ୟରେ ପରିବର୍ତ୍ତନ ହେବ ସରକାର?: ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ବଢାଇଲା ପୋଲ ମନ୍ତ୍ରା ସର୍ଭେ

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଅଜିତ ଅଗରକରଙ୍କ ଅନନ୍ୟ ଦାବି: ସ୍ଵୀକାର କରିବ କି ବିସିସିଆଇ?

March 19, 2026

ଆଜି ଜେଡିୟୁ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ନୀତିଶ କୁମାର

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.