Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପ୍ଲାଟ୍‌ଫର୍ମସ୍‌ରେ ପୁଣି ୧୮୯୪.୫୦ କୋଟି ଟଙ୍କାର ପୁଞ୍ଜିନିବେଶ
ଆଜିର ଖବର

ଜିଓ ପ୍ଲାଟ୍‌ଫର୍ମସ୍‌ରେ ପୁଣି ୧୮୯୪.୫୦ କୋଟି ଟଙ୍କାର ପୁଞ୍ଜିନିବେଶ

July 3, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଓଫୋନ୍ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ବିନା ମୂଲ୍ୟରେ ମିଳିବ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ ଭଏସ୍ କଲ୍

ଭୁବନେଶ୍ୱର: ଜିଓ ପ୍ଲାଟ୍‌ଫର୍ମସ୍‌ରେ ପୁଣି ୧୮୯୪.୫୦ କୋଟି ଟଙ୍କାର ପୁଞ୍ଜିନିବେଶ । ଇଣ୍ଟେଲ କର୍ପୋରେସନର ନିବେଶ ସଂସ୍ଥା ଇଣ୍ଟେଲ୍ କ୍ୟାପିଟାଲ୍ କରିବ ପୁଞ୍ଜି ବିନିଯୋଗ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି । ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଣ୍ଟରପ୍ରାଇଜ୍‌ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଏହି ପୁଞ୍ଜିନିବେଶ କରାଯାଇଛି ।

ଇଣ୍ଟେଲ୍ କ୍ୟାପିଟାଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୦.୩୯% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଜିଓ ପ୍ଲାଟଫର୍ମସ୍‌ରେ ନିକଟରେ ପୁଞ୍ଜିନିବେଶ କରିଥିବା ବିଶ୍ୱର ବିଶିଷ୍ଟ ନିବେଶକମାନଙ୍କ ତାଲିକାରେ ଏବେ ଇଣ୍ଟେଲ୍ ସାମିଲ୍ ହୋଇଛି । ଏହି ନିବେଶକମାନେ ଜିଓ ପ୍ଲାଟଫର୍ମସରେ ମୋଟ ୧,୧୭,୫୮୮.୪୫ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତ୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ, ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି ।

ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ ସମୂହ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।

ଇଣ୍ଟେଲ୍ କ୍ୟାପିଟାଲ୍ ବିଶ୍ୱ ସ୍ତରରେ ଅଭିନବ କଂପାନିଗୁଡ଼ିକରେ ନିବେଶ କରୁଛି ଯେଉଁମାନେ ବୈପ୍ଳବିକ ପ୍ରଯୁକ୍ତି ଯଥା କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା ଓ ୫ଜି ଉପରେ କାର୍ଯ୍ୟ କରୁଛନ୍ତି । ଏହି ସବୁ କ୍ଷେତ୍ରରେ ଜିଓ ନୂତନତ୍ୱ ଆଣିବା ଦିଗରେ କାର୍ଯ୍ୟ କରିବା ସହ ଅଭିବୃଦ୍ଧି ପାଇଁ ନିବେଶ ଜାରି ରଖିଛି । ସେମିକଣ୍ଡକ୍ଟର ଶିଳ୍ପରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଇଣ୍ଟେଲ୍ କର୍ପୋରେସନର ନିବେଶ ସଂସ୍ଥା ହେଉଛି ଇଣ୍ଟେଲ୍ କ୍ୟାପିଟାଲ୍‌, ଯାହା କମ୍ପ୍ୟୁଟିଙ୍ଗ୍ ଓ ଯୋଗାଯୋଗ ପ୍ରଯୁକ୍ତି ସହିତ ଡାଟା କୈନ୍ଦ୍ରୀକ ଭବିଷ୍ୟତର ଢାଞ୍ଚା ପ୍ରସ୍ତୁତ କରୁଛି ଯାହା ହେଉଛି ବିଶ୍ୱ ସ୍ତରୀୟ ଅଭିନବ ପଦକ୍ଷେପର ମୂଳଦୁଆ । ଇଟେଂଲ୍ ଭାରତରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛି ଏବଂ ଆଜିର ଦିନରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦର ଷ୍ଟେଟ୍ ଅଫ୍ ଆର୍ଟ ଡିଜାଇନ୍ କେନ୍ଦ୍ରରେ ହଜାର ହଜାର କର୍ମଚାରୀଙ୍କୁ ନିଯୁକ୍ତ କରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଆମର ରହିଥିବା ଲକ୍ଷ୍ୟରେ ଅବତୀର୍ଣ୍ଣ ହୋଇ ଆମ ସହିତ ସମ୍ପର୍କକୁ ପ୍ରଯୁକ୍ତି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଦୃଢ଼ କରିଥିବାରୁ ଆମେ ବହୁତ ଖୁସି । ଇଣ୍ଟେଲ୍ ହେଉଛି ଶିଳ୍ପ କ୍ଷେତ୍ରର ଏକ ବାସ୍ତବିକ ଅଗ୍ରଣୀ ସଂସ୍ଥା ଓ ଏହା ବିଶ୍ୱ ସ୍ତରରେ ପରିବର୍ତ୍ତନ ସୃଷ୍ଟି କରୁଥିବା ପ୍ରଯୁକ୍ତି ଓ ଅଭିନବ ସୃଷ୍ଟି ଦିଗରେ କାର୍ଯ୍ୟ କରୁଛି ।

ୱେଣ୍ଡେଲ୍ ବ୍ରୁକସ୍‌, ଇଣ୍ଟେଲ୍ କ୍ୟାପିଟାଲ୍‌ର ସଭାପତି କହିଛନ୍ତି ଯେ, “ନିଜର ଉଲ୍ଲେଖନୀୟ ଇଞ୍ଜିନିୟରିଂ ଦକ୍ଷତାକୁ ଉପଯୋଗ କରି ଭାରତ ପାଇଁ ସୁଲଭ ମୂଲ୍ୟର ଡିଜିଟାଲ୍ ସେବାର ଶକ୍ତି ଆଣିବା ଉପରେ ଜିଓ ପ୍ଲାଟଫର୍ମ ଗୁରୁତ୍ୱ ଦେଉଛି ଯାହା ଜନଜୀବନକୁ ସମୃଦ୍ଧ କରିବା ଲାଗି ବୈପ୍ଳବିକ ପ୍ରଯୁକ୍ତି ପ୍ରଦାନ କରିବା ପାଇଁ ଇଣ୍ଟେଲ୍ ରଖିଥିବା ଲକ୍ଷ୍ୟ ସହ ମେଳ ଖାଉଛି ।’’

ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

ril
Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026

ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି

January 10, 2026
Latest News

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026

ସମ୍ବଲପୁରରେ ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ଅତ୍ୟାଧୁନିକ ବସ ଟର୍ମିନାଲ ଉଦ୍‌ଘାଟିତ

January 10, 2026

ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ: ୮୯୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ କଲେ ଭିତ୍ତିପ୍ରସ୍ତର ସ୍ଥାପନ

January 10, 2026

ପ୍ରଥମ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା!: ଅଭ୍ୟାସ ସମୟରେ ଆହତ ହେଲେ ଏହି ବିସ୍ଫୋରକ ଖେଳାଳି

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.