ନୂଆଦିଲ୍ଲୀ: କରୋନା ସଂକଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଦାଖଳ ସମୟସୀମା ନଭେମ୍ବର 30 ଯାଏଁ ବୃଦ୍ଧି କରିଛନ୍ତି । ଆୟକର ବିଭାଗ ଟ୍ବିଟ୍ କରି ଏହା ଜଣାଇଛି ।
ବର୍ତ୍ତମାନ ଅବସ୍ଥାରେ ଟିକସଦାତା ଅସୁବିଧାରେ ଥିବାରୁ ଏହାକୁ ହୃଦୟଙ୍ଗମ କରି ଆୟକର ବିଭାଗ 2019-20 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମାକୁ ପୁଣି ବୃଦ୍ଧି କରି ନଭେମ୍ବର 30, 2020 ଧାର୍ଯ୍ୟ କରିଛନ୍ତି । ଆୟକର ବିଭାଗର ଏହି ନିଷ୍ପତ୍ତିରେ ଟିକସଦାତା ନିଶ୍ଚିତ ଭାବେ ଉପକୃତ ହେବେ । (ସମୀକ୍ଷା ବ୍ୟୁରୋ)
Tags: IT Returns, Taxpayers