Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳବାଇ ପରିବହନ କ୍ଷେତ୍ରରେ ଆସୁଛି ଏକ ବଡ ପରିବର୍ତ୍ତନ, 2030 ମସିହା ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ
ଜାତୀୟ ଖବର

ରେଳବାଇ ପରିବହନ କ୍ଷେତ୍ରରେ ଆସୁଛି ଏକ ବଡ ପରିବର୍ତ୍ତନ, 2030 ମସିହା ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ

July 6, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରେଳବାଇ ପରିବହନ କ୍ଷେତ୍ରରେ ଆସୁଛି ଏକ ବଡ ପରିବର୍ତ୍ତନ, 2030 ମସିହା ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ, ଭାରତୀୟ ରେଳବାଇ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ଏକ ନୂଆ ଯୁଗରେ ପଦାର୍ପଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଥିପାଇଁ ରେଳବାଇ ମନ୍ତ୍ରଣାଳୟ ମିଶନ ମୋଡରେ କାମ କରୁଛି। ସବୁ ରେଳ ଷ୍ଟେସନକୁ ସୌରଶକ୍ତିରେ ଆତ୍ମନିର୍ଭରଶୀଳ କରିବା ଏବଂ ଏଥିପାଇଁ ଖାଲି ପଡିଥିବା ନିଜସ୍ୱ ଜମିରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କାଯ୍ୟକାରୀ ହେଉଛି। ରେଳବାଇ ଏହାର ଟ୍ରାକ୍‌ସନ ପାୱାର ବାବଦ ଆବଶ୍ୟକତା ପୂରଣ କରିବା ସହିତ ସଂପୂର୍ଣ୍ଣଭାବେ ପ୍ରଦୂଷଣମୁକ୍ତ ପରିବହନ ବ୍ୟବସ୍ଥାରେ ପରିଣତ ହେବାକୁ ଅଙ୍ଗୀକାରବଦ୍ଧ।

ରେଳ ମନ୍ତ୍ରଣାଳୟ ନିଜର ଖାଲି ସ୍ଥାନଗୁଡିକରେ ସୌରଶକ୍ତି କେନ୍ଦ୍ରମାନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ବୃହତ୍ ପ୍ରକଳ୍ପମାନ ସ୍ଥାପନ କରାଯିବ । ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇକୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ଏବଂ ଅଙ୍ଗାରକ ନିରୋଧ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହାକୁ ଏହି ସୌରଶକ୍ତି ଅଭିଯାନ ସାକାର କରିବ।

ନୂଆକରି କାର୍ଯ୍ୟକାରୀ ହେଉଥିବା ସୌର ପ୍ରକଳ୍ପଗୁଡିକ ଭାରତୀୟ ରେଳବାଇର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିବ ଏବଂ ଏହା ପ୍ରଥମ ଗଣପରିବହନ ସଂସ୍ଥାଭାବେ ଉର୍ଜ୍ଜା ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ। ଏହା ଭାରତୀୟ ରେଳବାଇକୁ ପ୍ରଦୂଷଣମୁକ୍ତ ଏବଂ ଆତ୍ମନିର୍ଭର କରିପାରିବ। ପ୍ରଦୂଷଣମୁକ୍ତ ବା ସବୁଜ ଶକ୍ତି ସଂଗ୍ରହ କରିବାରେ ଭାରତୀୟ ରେଳବାଇ ଏକ ଅଗ୍ରଗାମୀ ସଂଗଠନଭାବେ କାର‌୍ୟ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶର ରାଏବରେଲିସ୍ଥିତ ଏମ୍‌ସିଏଫ୍ ସୌରପ୍ଲାଣ୍ଟରୁ ୩ ମେଗାୱାଟ ଶକ୍ତି ଉତ୍ପାଦିତ ହେଉଛି ।

ଏହାଛଡା ଦେଶର ବିଭିନ୍ନ ଷ୍ଟେସନ ଏବଂ ରେଳବାଇ କୋଠା ଉପରେ ତିଆରି ହୋଇଥିବା ସୌର ପ୍ରକଳ୍ପରୁ ୧୦୦ ମେଗାୱାଟ ବିଜୁଳି ମିଳୁଛି । ଏହାଛଡା ମଧ୍ୟପ୍ରଦେଶର ବୀନାଠାରେ ୧.୭ ମେଗାୱାଟ ଶକ୍ତିସଂପନ୍ନ ଏକ ସୌରପ୍ରକଳ୍ପ ନିର୍ମାଣ କାର‌୍ୟ୍ୟ ଶେଷ ହୋଇଛି । ଏହି କେନ୍ଦ୍ରରୁ ଉତ୍ପାଦିତ ସୌରଶକ୍ତି ସିଧାସଳଖ ରେଳପଥ ଉପରେ ଥିବା ବିଜୁଳି ବ୍ୟବସ୍ଥା (ଟ୍ରାକ୍ସନ ସିଷ୍ଟମ) ସହ ସଂଯୁକ୍ତ ହେବ। ଏବେ ଏଥିରୁ ପରୀକ୍ଷାମୂଳକ ଉତ୍ପାଦନ ଚାଲିଛି ଏବଂ ପନ୍ଦର ଦିନ ମଧ୍ୟରେ ଏହା ଚାଲୁ ହେବ।

ଭାରତ ହେଭି ଇଲେକ୍ଟ୍ରିକାଲ୍ସ ସହଯୋଗିତାରେ ନିର୍ମିତ ଏହି ପ୍ରକଳ୍ପ ବିଶ୍ୱର ସର୍ବାଧୁନିକ ସୌର ପ୍ରକଳ୍ପ। ଏଥିରୁ ଉତ୍ପାଦିତ ଡାଇରେକ୍ଟ କରେଣ୍ଟକୁ ସିଙ୍ଗଲ ଫେଜ୍ ଅଲଟରନେଟ କରେଣ୍ଟରେ ପରିବର୍ତ୍ତନ କରିବାକୁ ଅଭିନବ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ଏହା ଫଳରେ ଉତ୍ପାଦିତ ସୌରଶକ୍ତି ସିଧାସଳଖ ରେଳବାଇର ଓଭରହେଡ ଟ୍ରାକ୍ସନ ବ୍ୟବସ୍ଥାକୁ ଯୋଗାଇ ଦେଇହେବ। ବୀନା ଟ୍ରାକ୍ସନ ସବ୍‌ଷ୍ଟେସନ ନିକଟରେ ଏହି ସୌରଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି। ବର୍ଷକୁ ଏହି କେନ୍ଦ୍ରରୁ ପ୍ରାୟ ୨୫ ଲକ୍ଷ ୟୁନିଟ ବିଜୁଳି ଉତ୍ପାଦିତ ହୋଇପାରିବ । ଏହାଦ୍ୱାରା ରେଳବାଇର ପ୍ରତିବର୍ଷ ୧.୩୭ କୋଟି ଟଙ୍କା ବଞ୍ଚିବ।

ଭାରତୀୟ ରେଳବାଇ ଏବଂ ‘ଭେଲ୍‌’ର ଅଧିକାରୀମାନେ ନିରବଚ୍ଛିନ୍ନଭାବେ କାର‌୍ୟ୍ୟକରି ଏହି ଅଭିନବ ପ୍ରକଳ୍ପ ନିର୍ମାଣ ଶେଷ କରିଛନ୍ତି । ‘ଭେଲ୍‌’ ଏହାର ସିଏସ୍‌ଆର କାର‌୍ୟ୍ୟକ୍ରମରେ ପ୍ରକଳ୍ପଟିକୁ ତିଆରି କରିଛି । କରୋନା ମହାମାରୀ ଜନିତ ଲକ୍‌ଡାଉନ ଓ ଶ୍ରମିକ, ସାମଗ୍ରୀ ଅଭାବଜନିତ ଅସୁବିଧା ସତ୍ତ୍ୱେ ମାତ୍ର ୮ ମାସରେ ‘ଭେଲ୍‌’ ଓ ରେଳବାଇ ମିଳିତଭାବେ ଏହି ପ୍ରକଳ୍ପ ନିର୍ମାଣ କାର‌୍ୟ୍ୟ ଶେଷ କରିବାରେ ସମର୍ଥ ହୋଇଛନ୍ତି ।

ଏଥିପାଇଁ ୨୦୧୯ ଅକ୍ଟୋବର ୯ ତାରିଖରେ ଦୁଇପକ୍ଷ ମଧ୍ୟରେ ଚୁକ୍ତିନାମା ସଂପନ୍ନ ହୋଇଥିଲା । ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଏହି ପ୍ଲାଣ୍ଟରୁ ଉତ୍ପାଦିତ ଡିସି କରେଣ୍ଟ ଏସି କରେଣ୍ଟରେ ପରିବର୍ତ୍ତିତ ହୋଇ ସିଧାସଳଖ ରେଳବାଇ ଟ୍ରାକ୍ସନ ବ୍ୟବସ୍ଥାକୁ ଯାଇପାରିବ । ସିଙ୍ଗଲ ଫେଜ୍ ୨୫ କେଭି ଏସି କରେଣ୍ଟ ଯୋଗାଇ ଦେବାକୁ ଏହା ସମର୍ଥ । ଏଥିପାଇଁ ଦରକାର ପଡୁଥିବା ଇନ୍‌ଭର୍ଟର ବଜାରରେ କିଣିବାକୁ ସହଜରେ ମିଳେ ନାହିଁ । ସେଥିପାଇଁ ସ୍ୱତନ୍ତ୍ର ଇନ୍‌ଭର୍ଟର ତିଆରି କରାଯାଇଛି ।

ଏହାସହିତ ଛତିଶଗଡ଼ର ଭିଲାଇ ନିକଟ ଅବ୍ୟବହୃତ ରେଳ ଜମିରେ ୫୦ ମେଗାୱାଟ ବିଶିଷ୍ଟ ଗୋଟିଏ ସୌରଶକ୍ତି କେନ୍ଦ୍ର ଏବଂ ହରିଆନାର ଦିୱାନାଠାରେ ୨ ମେଗାୱାଟର ଅନୁରୂପ ଏକ ପ୍ଲାଣ୍ଟ ନିର୍ମାଣ ଚାଲିଛି । ଭିଲାଇ ପ୍ଲାଣ୍ଟଟି ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ ଏବଂ ଦିୱାନ ପ୍ଲାଣ୍ଟଟି ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା କାର‌୍ୟ୍ୟକ୍ଷମ ହେବା ଘେନି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରେଳବାଇ ଉର୍ଜ୍ଜା ପରିଚାଳନା କଂପାନୀ ଲିମିଟେଡ ବା ଆରଇଏମ୍‌ସିଏଲ୍ ସୌରଶକ୍ତିର ବ୍ୟାପକ ବ୍ୟବହାର ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଏହି କଂପାନୀ ଇତିମଧ୍ୟରେ ଦୁଇଟି ନୂଆ ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଟେଣ୍ଡର ଆହ୍ୱାନ କରିଛି । ଦୁଇ ଜିଗାୱାଟ କ୍ଷମତାସଂପନ୍ନ ଏହି ପ୍ରକଳ୍ପ ଦୁଇଟି ରେଳବାଇର ନିଜସ୍ୱ ଜାଗାରେ ତିଆରି ହେବ ।

ଆହୁରି ମଧ୍ୟ ଯେଉଁସବୁ ଟ୍ରାକ୍‌କୁ ରେଳବାଇ ଏବେ ବ୍ୟବହାର କରୁଛି ସେଗୁଡିକରେ ସୌର ପ୍ରକଳ୍ପମାନ ବସାଇବାକୁ ନୂଆ ଟେକ୍‌ନୋଲଜି ବ୍ୟବହାର କରିବାକୁ ଉଦ୍ୟମ କରାଯାଉଛି । ଏହାଫଳରେ ରେଳବାଇ ଜମିର ଜବରଦଖଲକୁ ରୋକି ହେବ । ଟ୍ରାକ୍ ନିରାପଦ ରହିବା ସହିତ ଟ୍ରେନଗୁଡିକର ବେଗ ବୃଦ୍ଧି ପାଇବ। ସର୍ବୋପରି ଏସବୁ ପଥର ଟ୍ରାକ୍ସନ ବ୍ୟବସ୍ଥା ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ। ଆର୍‌ଇଏମ୍‌ସିଏଲ୍ ପକ୍ଷରୁ ଖୁବଶୀଘ୍ର ଆଉ ଗୋଟିଏ ଏକ ଜିଗାୱାଟ ସୌରପ୍ଲାଣ୍ଟ ସ୍ଥାପନ ପାଇଁ ଟେଣ୍ଡର ଦିଆଯିବ ।

ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏବେ ଯେଉଁ ପରିବେଶଗତ ଆହ୍ୱାନ ଆସିଛି ତାର ମୁକାବିଲା ପାଇଁ ଭାରତୀୟ ରେଳବାଇ ଲଢେଇ ଆରମ୍ଭ କରିଛି। ଅଣପାରମ୍ପରିକ ଶକ୍ତି ବ୍ୟବହାର କରିବା ସହିତ ପରିବେଶର କ୍ଷତି ସାଧନ କରୁଥିବା ପାରମ୍ପରିକ ଅଙ୍ଗାରକ ନିଷ୍କାସନକାରୀ ଇନ୍ଧନ ବ୍ୟବହାରକୁ ଯଥାସାଧ୍ୟ କମ୍ କରିବାକୁ ଚେଷ୍ଟା ଚଳାଇଛି । ପ୍ରଦୂଷଣ ରହିତ ଇନ୍ଧନ ବ୍ୟବହାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଭାରତ ଯେଉଁ ଲକ୍ଷ୍ୟ ରଖିଛି, ତାହାକୁ ପୂରଣ କରିବା ଦିଗରେ ରେଳବାଇ କାର୍ଯ୍ୟ କରୁଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.