Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିବ କୋଭିଡ19 ବିରୋଧୀ ସ୍ବତନ୍ତ୍ର କୋଚ୍, ରେଳ ବିଭାଗ ଦ୍ବାର ପ୍ରସ୍ତୁତ ଏହି ଟ୍ରେନରେ କଣ ରହିଛି ଜାଣନ୍ତୁ
ଜାତୀୟ ଖବର

ଆସିବ କୋଭିଡ19 ବିରୋଧୀ ସ୍ବତନ୍ତ୍ର କୋଚ୍, ରେଳ ବିଭାଗ ଦ୍ବାର ପ୍ରସ୍ତୁତ ଏହି ଟ୍ରେନରେ କଣ ରହିଛି ଜାଣନ୍ତୁ

July 14, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Indian Railways creates POST COVID COACH to ensure safer journey Rail Coach Factory, Kapurthala has designed a Post Covid Coach to fight COVID-19 Post Covid Coach is designed with handsfree amenities, copper-coated handrails latches, plasma air purification and titanium di-oxide coating

ଭୁବନେଶ୍ବର, କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । କପୁରତଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ।

ଏହି କୋଚରେ ହ୍ୟାଣ୍ଡ ରେଲ୍ ଓ ଲ୍ୟାଚେସ୍ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜାମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ ।

ଏହି କୋଚ୍‌ର ବିଭିନ୍ନ ସୁବିଧା ସୁଯୋଗ ଯାହା ରଖାଯାଇଛି ସେଗୁଡିକ ହେଲା

୧. ହ୍ୟାଣ୍ଡ୍ ଫ୍ରି ସୁବିଧା- ଏହି ନୂଆ କୋଚ୍‌ରେ ଏଣିକି ଆଉ ହାତରେ ପାଣି ଟ୍ୟାପ ଖୋଲିବାକୁ କିମ୍ବା ସାବୁନ ଉଠାଇବାକୁ ପଡିବ ନାହିଁ। ନୂଆ ବ୍ୟବସ୍ଥାରେ ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ ଖୋଲିବ ଏବଂ ସାବୁନ ବ୍ୟବହାରର ସୁବିଧା ମିଳିପାରିବ। ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ । ସେହିଭଳି ପାଇଖାନାର ଫ୍ଲସ ଭାଲ୍‌ବ ଗୋଡଦ୍ୱାରା ଚାଳିତ ହେବ। ପ୍ରତ୍ୟେକ କମ୍ପାର୍ଟମେଣ୍ଟର ଦ୍ୱାରକୁ ଆଉ ହାତରେ ନ ଖୋଲି କହୁଣି ସାହାଯ୍ୟରେ ଖୋଲାଯାଇପାରିବ।

୨. ହ୍ୟାଣ୍ଡରେଲ୍ ଓ ଲ୍ୟାଚ ଉପରେ ତମ୍ବା ଆବରଣ- ପୋଷ୍ଟ କୋଭିଡ କୋଚରେ ଥିବା ହ୍ୟାଣ୍ଡରେଲ୍ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି । କାରଣ ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଇଥାନ୍ତି । ଏହା ଉପରେ ଭାଇରସ୍ ଲାଗିବା କ୍ଷଣି ତମ୍ବାର ଆୟନ ପ୍ରଭାବରେ ଜୀବାଣୁର ପାଥୋଜେନ୍ ବିସ୍ଫୋରିତ ହୋଇ ଏହାର ଡିଏନ୍‌ଏ ଓ ଆରଏନ୍‌ଓକୁ ନଷ୍ଟ କରିଥାଏ।

୩. ପ୍ଲାଜାମା ବାୟୁ ବିଶୋଧକ- ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜାମା ବିଶୋଧକ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ। ଏସବୁ ଶୀତତାପ ନିୟନ୍ତ୍ରକର ଭିତରେ ଆୟନଯୁକ୍ତ ପବନ ବ୍ୟବହାର କରାଯାଉଛି।ଏହା ଫଳରେ ଡବା ଭିତରେ ଆୟନର ଉପସ୍ଥିତି ୧୦୦ ଗୁଣରୁ ୬ ହଜାର ଗୁଣ ବଢିପାରିବ। ଫଳରେ ସଂକ୍ରମଣର ଆଂଶକା ରହିବ ନାହିଁ ।

୪. ଟାଇଟାନିଅମ ଡାଇଅକ୍‌ସାଇଡ ପ୍ରଲେପ-ପୋଷ୍ଟ କୋଭିଡ କୋଚ୍‌ରେ ଟାଇଟାନଅୟମ ଡାଇଅକ୍‌ସାଇଡ ପ୍ରଲେପର ବ୍ୟବହାର କରାଯାଇଛି । ଏହି ପ୍ରଲେପରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଟାଇଟାନିଅମ ଡାଇଅକ୍‌ସାଇଡ ଏକ ବିଶୋଧକଭାବେ କାର‌୍ୟ୍ୟକରେ । ଏହା ପରିବେଶ ଅନୁକୂଳ । ଏହା ଜୀବାଣୁ, ଭୂତାଣୁ, ଫଙ୍ଗସ୍ ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁକୁ ନିପାତ କରିଥାଏ । ଏହି ପ୍ରଲେପ ମଣିଷ ପାଇଁ ବିଷାକ୍ତ ନୁହେଁ ।

୫.-ଏହାର ବ୍ୟବହାର ଆମେରିକାର ଖାଦ୍ୟ ଓ ଭେଷଜ ପ୍ରତିଷ୍ଠାନ ଏଫ୍‌ଡିଏ ଦ୍ୱାରା ଅନୁମୋଦିତ ହୋଇଛି । ଏହା ମଣିଷର କୌଣସି କ୍ଷତି କରିନଥାଏ । ଏହି ଟାଇଟାନିଅମ ଡାଇଅକ୍‌ସାଇଡ ପ୍ରଲେପ ୱାଶ ବେସିନ, ଶୌଚାଳୟ, ସିଟ୍ ଓ ବର୍ଥ, ସ୍ନାକ ଟେବୁଲ, ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରୀ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଦିଆଯିବ। ଏହି ପ୍ରଲେପ ଏକବର୍ଷ ପର‌୍ୟ୍ୟନ୍ତ କାମ କରିବ । ଏହାଦ୍ୱାରା ରେଳଯାତ୍ରା ସଂପୂର୍ଣ୍ଣ ରୋଗ ନିରୋଧକ ଏବଂ ନିରାପଦ ହୋଇପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.