Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଏସଟି ଭରଣା ଅର୍ଥ ରାଜ୍ୟମାନଙ୍କର ଅଧିକାର, ଏହା କେନ୍ଦ୍ର ସରକାରଙ୍କର ଦୟା କି ଦାନ ନୁହେଁ!!
ବିଶେଷ ଖବର

ଜିଏସଟି ଭରଣା ଅର୍ଥ ରାଜ୍ୟମାନଙ୍କର ଅଧିକାର, ଏହା କେନ୍ଦ୍ର ସରକାରଙ୍କର ଦୟା କି ଦାନ ନୁହେଁ!!

July 29, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜିଏସଟି ହ୍ରାସ
ସମବାୟ ସଂସ୍ଥା, କୃଷକ ଏବଂ ଗ୍ରାମୀଣ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦେବ ଜିଏସଟି ହ୍ରାସ

କେଦାର ମିଶ୍ର

ଗତକାଲି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜିଏସଟି ଭରଣା ବାବଦକୁ ୧,୬୫,୩୦୨ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟମାନଙ୍କର ଚାପ ଓ ଅନେକ ରାଜ୍ୟଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ପରେ କେନ୍ଦ୍ର ସରକାର ଏହି ଅର୍ଥରାଶି ରାଜ୍ୟମାନଙ୍କୁ ପ୍ରଦାନ କରିଛନ୍ତି। ଜିଏସଟି ନିୟମ ମୁତାବକ ରାଜ୍ୟ ଗୁଡିକୁ ପାଞ୍ଚ ବର୍ଷ ଲାଗି ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ କେନ୍ଦ୍ର ସରକାର ଅର୍ଥ ବରାଦ କରିବାକୁ ବାଧ୍ୟ। ଏହା କେନ୍ଦ୍ର ସରକାରଙ୍କର ସାମ୍ବିଧାନିକ ଦାୟିତ୍ଵ। ଏକ କୋଟି ୬୫ ଲକ୍ଷ ଟଙ୍କା ରାଜ୍ୟଭାଗରୁ ଓଡ଼ିଶାକୁ ୫୧୨୨ କୋଟି ଟଙ୍କା ମିଳିଛି। ତେବେ ଜିଏସଟି ଲାଗୁ ହେବାପରେ ରାଜ୍ୟ ଗୁଡିକ ହରାଇଥିବା ନିଜସ୍ଵ ଟିକସର ଭରଣା ଲାଗି ଏହି ଅର୍ଥ ଦିଆ ଯାଇଛି। ଜିଏସଟି ଫଳରେ ଟିକସ ବ୍ୟବସ୍ଥାର କେନ୍ଦ୍ରୀକରଣ ହୋଇଛି ଓ ରାଜ୍ୟ ଗୁଡିକ ଅତି ମାତ୍ରାରେ ରେ କେନ୍ଦ୍ର ଉପରେ ନିର୍ଭରଶୀଳ ହେଉଛନ୍ତି। ଗତ ଏପ୍ରିଲ ମାସରୁ ଜିଏସଟି ବକେୟା ଅର୍ଥରାଶି ପ୍ରଦାନ କରିବାକୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରି ଆସୁଥିଲେ। ଏଥିଲାଗି ମାତ୍ରାଧିକ ବିଳମ୍ବ ହେବାରୁ କେରଳ ଓ ପଞ୍ଜାବ ସରକାର ସୁପ୍ରିମ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସମ୍ବିଧାନର ଧାରା ୧୩୧ ଅନୁଯାୟୀ ରାଜ୍ୟଗୁଡିକୁ ଏହି ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ସୁପ୍ରିମ କୋର୍ଟ ଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ତାହାର ପରିଣତି ସ୍ଵରୂପା  ବିଳମ୍ବରେ ଏହି ଅର୍ଥ ରାଜ୍ୟମାନଙ୍କୁ ପ୍ରଦାନ କରିବା ପାଇଁ କେନ୍ଦ୍ର ବାଧ୍ୟ ହୋଇଛି।

ଜିଏସଟି ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଗୁଡିକ ନିଜର ପ୍ରାପ୍ୟ ପାଇଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀଙ୍କ ବଦାନ୍ୟତା ବୋଲି କହିବାର ମାନେ କଣ? କେନ୍ଦ୍ର ସରକାରଙ୍କର ଏହି ଅର୍ଥ ବରାଦ ପରେ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ-  “୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ୫ ହଜାର ୧୨୨ କୋଟି ଟଙ୍କା ଜିଏସଟି ପ୍ରଦାନ କରାଯାଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଜୀଙ୍କୁ ଧନ୍ୟବାଦ ଜଣାଉଛି । କେନ୍ଦ୍ର ସରକାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧ ଲକ୍ଷ ୬୫ ହଜାର ୩୦୨ କୋଟି ଟଙ୍କା ଜାରି କରିଛନ୍ତି ।“ ଏହି ଅର୍ଥ ବରାଦ ଲାଗି କେନ୍ଦ୍ର ସରକାର ବାଧ୍ୟ। ଠିକ ଅଛି, ସୌଜନ୍ୟତା ଦୃଷ୍ଟିରୁ ଏଥିଲାଗି ଧନ୍ୟବାଦ ଦେବାରେ କାହାର କିଛି କହିବାର ନାହିଁ। ଏଥିରୁ ଆହୁରି ପାଦେ ଆଗକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ବିଗତ ୩ ବର୍ଷ ଧରି ଓଡ଼ିଶା ପାଇଁ ଜିଏସଟି ପ୍ରଦାନରେ କ୍ରମାଗତ ବୃଦ୍ଧି ହୋଇଛି । ୨୦୧୭-୧୮ରେ ୪ ହଜାର ୭୪ କୋଟିରୁ ୨୦୧୮-୧୯ରେ ୪ ହଜାର ୮୬୭ କୋଟି ଟଙ୍କା ବୃଦ୍ଧି ହୋଇଛି, ଏହା ପୁଣି ୫.୨୩% ବୃଦ୍ଧି ହୋଇଛି” । ଏହାର ଅର୍ଥ କଣ? ପ୍ରଧାନମନ୍ତ୍ରୀ ଚାହିଁଲେ କୌଣସି ରାଜ୍ୟକୁ ଅଧିକ ବା କମ ଅର୍ଥ ବରାଦ କରିପାରିବେ କି?

୧୦୧ ତମ ସମ୍ବିଧାନ ସଂଶୋଧନ ଆଇନ ଓ ଜିଏସଟି କ୍ଷତିପୂରଣ ଆଇନ ୨୦୧୭ ଅନୁଯାୟୀ ଏହି ଅର୍ଥ ପ୍ରଦାନ କରାଯାଏ। ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରାଇଭି ପର୍ସ ନୁହେଁ। ସାମ୍ବିଧାନିକ ନିୟମ ଅନୁସାରେ ଓଡିଶାର ଯାହା ପ୍ରାପ୍ୟ ତାହା ଓଡ଼ିଶାକୁ ମିଳୁଛି। ବରଂ ଚିନ୍ତାର ବିଷୟ ହେଉଛି, ଏହା ବିଳମ୍ବରେ ମିଳୁଛି। କେନ୍ଦ୍ର ସରକାର ପ୍ରତି ଦୁଇ ମାସରେ ଏହି ଅର୍ଥ ରାଜ୍ୟମାନଙ୍କୁ ପ୍ରଦାନ କରିବା କଥା। କେନ୍ଦ୍ର ସରକାର ଏହି ଅର୍ଥ ନଦେଲେ କାର୍ୟାନୁଷ୍ଠାନ ଗ୍ରହଣ ର ବ୍ୟବସ୍ଥା କରିବାକୁ ଜିଏସଟି କାଉନ୍ସିଲ ର ଅଧିକାର ରହିଛି। ତେବେ ଜିଏସଟି କାଉନ୍ସିଲ ଏଯାଏ ସଠିକ ସମୟରେ ରାଜ୍ୟମାନଙ୍କୁ ଅର୍ଥ ନଦେଲେ କେନ୍ଦ୍ର ବିରୋଧରେ କି କାର୍ୟାନୁଷ୍ଠାନ ହେବ, ସେକଥା ନିଷ୍ପତ୍ତି ନେଉନାହିଁ। ତେଣୁ କେନ୍ଦ୍ର ସରକାର ନିଜେ ଆଇନକୁ ଅଣଦେଖା କରି ରାଜ୍ୟମାନଙ୍କର ଅର୍ଥ ଛାପି ରଖୁଛନ୍ତି।

ରାଜ୍ୟର ନିଜସ୍ଵ ଅଧିକାରକୁ ପ୍ରଧାନମନ୍ତ୍ରୀଙ୍କ ବଦାନ୍ୟତା ବୋଲି କହିବାର କୌଣସି ଯଥାର୍ଥତା ନାହିଁ। କରୋନା ମୁକାବିଲା ପାଇଁ ରାଜ୍ୟଗୁଡିକ ପ୍ରବଳ ଆର୍ଥିକ ଚାପର ସମ୍ମୁଖୀନ ହେଉଥିବା ବେଳେ, ବହୁ ବିଳମ୍ବରେ ଏହି ଅର୍ଥ ହୁଏତ ସେମାନଙ୍କୁ କିଛିଟା ଆଶ୍ଵସ୍ତି ପ୍ରଦାନ କରିବ। ଜିଏସଟି ଆମ ନିଜର ଅର୍ଥ। ଆମେ ଚୂଡା ଚାଉଳ ଠୁ ଆରମ୍ଭ କରି ଛତା-ଜୋତା ଯାଏଁ ଯାହା କିଣିଲେ, ଜିଏସଟି ଦେଉଛୁ। ଏପରିକି ସ୍ୱାସ୍ଥ୍ୟ ବୀମା ଓ ବ୍ୟାଙ୍କ ସଞ୍ଚୟ ଉପରେ ମଧ୍ୟ ଜିଏସଟି ଦେଉଛୁ। ଆମ ଅର୍ଥ ଆମ ରାଜ୍ୟକୁ ଫେରିବା ଏକ ସାମ୍ବିଧାନିକ ଆବଶ୍ୟକତା। ଏଥିରେ ଦାତାପଣ ଦେଖାଇବାର କାରଣ କଣ?

gst
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026
Latest News

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.