Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳୱେ ଚାକିରୀ ପାଇଁ ଆବେଦନ କରୁଥିଲେ ସାବଧାନ, ଜାଲ୍ ସଂସ୍ଥା କରିଛି ବିଜ୍ଞାପନ, ପଢନ୍ତୁ ଏହି ଖବର
ଜାତୀୟ ଖବର

ରେଳୱେ ଚାକିରୀ ପାଇଁ ଆବେଦନ କରୁଥିଲେ ସାବଧାନ, ଜାଲ୍ ସଂସ୍ଥା କରିଛି ବିଜ୍ଞାପନ, ପଢନ୍ତୁ ଏହି ଖବର

August 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Various

ନୂଆଦିଲ୍ଲୀ, ନିକଟରେ ରେଳୱେ ଚାକିରୀ ପାଇଁ ବାହାରିଥିବା ବିଜ୍ଞାପନ ଦେଖି ଆବେଦନ କରୁଛନ୍ତି। ହେଲେ ସାବଧାନ। କାରଣ ଏହି ସଂସ୍ଥା ଦ୍ବାରା ରେଳ ବିଭାଗ କୌଣସି ପଦପଦବୀରେ ନିଯୁକ୍ତି ପାଇଁ କ୍ଷମତା ଦେଇ ନାହିଁ। ଏପରି ସ୍ପଷ୍ଟିକରଣ ଦେଇଛି ରେଳ ବିଭାଗ। ଏହି ସଂସ୍ଥାର ବିଜ୍ଞାପନ ଲୋଭରେ ନ ପଡି କେହି ଆବେଦନ କରନ୍ତୁ ନାହିଁ କିମ୍ବା ଆବେନନ ଫି ଦାଖଲ କରନ୍ତୁ ନାହିଁ। ତାଗିଦ କରିଛି ରେଳ ବିଭାଗ।

ରେଳ ବିଭାଗ ତରଫରୁ ବାହାରିଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଗତ 8 ତାରିଖରେ ଦେଶର ପ୍ରମୁଖ ସଂବାଦପତ୍ରରେ ଏକ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ବିଜ୍ଞାପନ Avestran Infotech ସଂସ୍ଥା ବାହାର କରିଛି। ଏଥିରେ ଦର୍ଶାଯାଇଛି ଯେ, ରେଳ ବିଭାଗରେ 5285ଟି ଆଉଟସୋର୍ସିଂ ପଦବୀରେ ନିଯୁକ୍ତି ଦିଆଯିବ। ସେଥିପାଇଁ ଯୋଗ୍ୟ ପ୍ରାର୍ଥିମାନେ 750 ଟଙ୍କା ଫି ଦେଇ ଆବେଦନ କରିବେ।

ତେବେ ଏହି ବିଜ୍ଞାପନ ସଂପୂର୍ଣ୍ଣ ବେଆଇନି ବୋଲି ରେଳ ବିଭାଗ କହିଛି। ରେଳୱେର ଯାହା ନିଯୁକ୍ତି ହେବ ତାହା ରେଳୱେ ରିକ୍ୟୁରଟମେଣ୍ଟ ବୋର୍ଡ କିମ୍ବା ରେଳୱେ ରିକ୍ୟୁରଟମେଣ୍ଟ ସେଲ ଦ୍ବାରା କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ କୌଣସି ଘରୋଇ ସଂସ୍ଥାକୁ ନିଯୁକ୍ତି କରିବା ପାଇଁ କ୍ଷମତା ଦେଇ ନାହିଁ। ସେଥିପାଇଁ କେହି ଏହି ସଂସ୍ଥାର ବିଜ୍ଞାପନରେ ପ୍ରଲୋଭିତ ହୋଇ ଆବେଦନ ନ କରିବା ପାଇଁ ରେଳ ବିଭାଗ ତରଫରୁ କୁହାଯାଇଛି। ତେବେ ସଂସ୍ଥା ବିରୋଧରେ ରେଳ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025

ବଡ଼ ରେକର୍ଡ କଲା ଟାଟା ସିଏରା: ୨୪ ଘଣ୍ଟା ମଧ୍ୟରେ ହେଲା ୭୦,୦୦୦ ରୁ ଅଧିକ ବୁକିଂ

December 17, 2025
Latest News

ଓମାନରେ ଭାରତୀୟ ସମ୍ପ୍ରଦାୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ

December 17, 2025

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.