Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳୱେ ଚାକିରୀ ପାଇଁ ଆବେଦନ କରୁଥିଲେ ସାବଧାନ, ଜାଲ୍ ସଂସ୍ଥା କରିଛି ବିଜ୍ଞାପନ, ପଢନ୍ତୁ ଏହି ଖବର
ଜାତୀୟ ଖବର

ରେଳୱେ ଚାକିରୀ ପାଇଁ ଆବେଦନ କରୁଥିଲେ ସାବଧାନ, ଜାଲ୍ ସଂସ୍ଥା କରିଛି ବିଜ୍ଞାପନ, ପଢନ୍ତୁ ଏହି ଖବର

August 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Various

ନୂଆଦିଲ୍ଲୀ, ନିକଟରେ ରେଳୱେ ଚାକିରୀ ପାଇଁ ବାହାରିଥିବା ବିଜ୍ଞାପନ ଦେଖି ଆବେଦନ କରୁଛନ୍ତି। ହେଲେ ସାବଧାନ। କାରଣ ଏହି ସଂସ୍ଥା ଦ୍ବାରା ରେଳ ବିଭାଗ କୌଣସି ପଦପଦବୀରେ ନିଯୁକ୍ତି ପାଇଁ କ୍ଷମତା ଦେଇ ନାହିଁ। ଏପରି ସ୍ପଷ୍ଟିକରଣ ଦେଇଛି ରେଳ ବିଭାଗ। ଏହି ସଂସ୍ଥାର ବିଜ୍ଞାପନ ଲୋଭରେ ନ ପଡି କେହି ଆବେଦନ କରନ୍ତୁ ନାହିଁ କିମ୍ବା ଆବେନନ ଫି ଦାଖଲ କରନ୍ତୁ ନାହିଁ। ତାଗିଦ କରିଛି ରେଳ ବିଭାଗ।

ରେଳ ବିଭାଗ ତରଫରୁ ବାହାରିଥିବା ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଗତ 8 ତାରିଖରେ ଦେଶର ପ୍ରମୁଖ ସଂବାଦପତ୍ରରେ ଏକ ନିଯୁକ୍ତି ବିଜ୍ଞାପନ ବାହାରିଛି। ଏହି ବିଜ୍ଞାପନ Avestran Infotech ସଂସ୍ଥା ବାହାର କରିଛି। ଏଥିରେ ଦର୍ଶାଯାଇଛି ଯେ, ରେଳ ବିଭାଗରେ 5285ଟି ଆଉଟସୋର୍ସିଂ ପଦବୀରେ ନିଯୁକ୍ତି ଦିଆଯିବ। ସେଥିପାଇଁ ଯୋଗ୍ୟ ପ୍ରାର୍ଥିମାନେ 750 ଟଙ୍କା ଫି ଦେଇ ଆବେଦନ କରିବେ।

ତେବେ ଏହି ବିଜ୍ଞାପନ ସଂପୂର୍ଣ୍ଣ ବେଆଇନି ବୋଲି ରେଳ ବିଭାଗ କହିଛି। ରେଳୱେର ଯାହା ନିଯୁକ୍ତି ହେବ ତାହା ରେଳୱେ ରିକ୍ୟୁରଟମେଣ୍ଟ ବୋର୍ଡ କିମ୍ବା ରେଳୱେ ରିକ୍ୟୁରଟମେଣ୍ଟ ସେଲ ଦ୍ବାରା କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ କୌଣସି ଘରୋଇ ସଂସ୍ଥାକୁ ନିଯୁକ୍ତି କରିବା ପାଇଁ କ୍ଷମତା ଦେଇ ନାହିଁ। ସେଥିପାଇଁ କେହି ଏହି ସଂସ୍ଥାର ବିଜ୍ଞାପନରେ ପ୍ରଲୋଭିତ ହୋଇ ଆବେଦନ ନ କରିବା ପାଇଁ ରେଳ ବିଭାଗ ତରଫରୁ କୁହାଯାଇଛି। ତେବେ ସଂସ୍ଥା ବିରୋଧରେ ରେଳ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026
Latest News

ଆଜି ଏପ୍ରିଲ ୮ ତାରିଖ ବୁଧବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ନିରାଶର ଭାବ

April 8, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.