Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଦାନୀ ଏଣ୍ଟରପ୍ରାଇଜେସକୁ ତିନୋଟି ବିମାନ ବନ୍ଦର ଲିଜ୍ ରେ ଦିଆଯିବ, ମିଳିଲା କ୍ୟାବିନେଟ ଅନୁମତି
ଜାତୀୟ ଖବର

ଆଦାନୀ ଏଣ୍ଟରପ୍ରାଇଜେସକୁ ତିନୋଟି ବିମାନ ବନ୍ଦର ଲିଜ୍ ରେ ଦିଆଯିବ, ମିଳିଲା କ୍ୟାବିନେଟ ଅନୁମତି

August 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cabinet approves proposal for leasing out three airports - Jaipur, Guwahati and Thiruvananthapuram - of Airports Authority of India through Public Private Partnership

ନୂଆଦିଲ୍ଲୀ: ଜୟପୁର, ଗୌହାଟୀ ଏବଂ ତିରୁଅନନ୍ତପୁରମ୍ ବିମାନ ବନ୍ଦରକୁ ଘରୋଇ-ସରକାରୀ ସହଭାଗିତାରେ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏବେ ଏହି ୩ଟି ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଅଧୀନରେ କାର୍ଯ୍ୟ କରୁଛି। ନୂଆ ବ୍ୟବସ୍ଥାରେ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏହି ୩ଟିଯାକ ବିମାନ ବନ୍ଦରର ପରିଚାଳନା, ବିମାନ ଚଳାଚଳ ଓ ବିକାଶ କାର୍ଯ୍ୟ କରିବ।

ଏଏଆଇ ଦ୍ୱାରା ଏଥିପାଇଁ ହୋଇଥିବା ଆନ୍ତର୍ଜାତିକ ନିଲାମରେ ଆଦାନୀ ଗୋଷ୍ଠୀ ସର୍ବାଗ୍ରେ ରହି ଏହି ଅଧିକାର ପାଇଛି। ଏହି କଂପାନୀ ୫୦ ବର୍ଷ ପର୍ଯ୍ୟନ୍ତ ଏହି ୩ଟି ବିମାନ ବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବୁଝିବ। ଏହି ଲିଜ୍ ବ୍ୟବସ୍ଥା ଦ୍ୱାରା ସଂପୃକ୍ତ ୩ ବିମାନ ବନ୍ଦରର ସେବା ପ୍ରଦାନରେ ଉନ୍ନତି, ବୃତ୍ତିଗତ ଉତ୍କର୍ଷ, ବିଶେଷଜ୍ଞତା ଏବଂ ପୁଞ୍ଜି ନିବେଶ ଆଦି ପ୍ରୋତ୍ସାହିତ ହେବ।

ପୃଷ୍ଠଭୂମି

୧୦ ବର୍ଷ ପୂର୍ବେ ସରକାର ଏଏଆଇ ଦ୍ୱାରା ପରିଚାଳିତ ଦିଲ୍ଲୀ ଓ ମୁମ୍ବଇ ବିମାନ ବନ୍ଦରକୁ ଘରୋଇ-ସରକାରୀ ଅଂଶୀଦାରୀ (ପିପିପି)ରେ ପରିଚାଳନା ପାଇଁ ଲିଜ୍ ଦେଇଥିଲେ। ଏହି ସରକାରୀ-ଘରୋଇ ସହଭାଗିତା ବା ପିପିପି ଅନୁଭୂତି ବିଶ୍ୱସ୍ତରୀୟ ବିମାନ ବନ୍ଦର ସୃଷ୍ଟି କରିବାରେ ସଫଳ ହୋଇଛି। ସେବା ଯୋଗାଣରେ ଦକ୍ଷତା ବୃଦ୍ଧି ସହିତ ବିମାନ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ସେବାର ମାନ ମଧ୍ୟ ବଢିଛି। ଏହାଫଳରେ ଏଏଆଇର ରାଜସ୍ୱ ବୃଦ୍ଧି ପାଇଛି।

ଏହାଦ୍ୱାରା ଏହି ପ୍ରାଧିକରଣ ଦେଶର ବିଭିନ୍ନ ପ୍ରାନ୍ତରରେ ବିମାନ ବନ୍ଦରର ବିକାଶ ଓ ବିମାନ ସୁବିଧା ଯୋଗାଣ କାର୍ଯ୍ୟକ୍ରମ ହାତକୁ ନେଇଛି। ପିପିପି ଅଂଶୀଦାରୀ ଭିତ୍ତିରେ ଏଏଆଇ ଯେଉଁ ରାଜସ୍ୱ ପାଇବ ତାହାକୁ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ନଗରୀରେ ଥିବା ବିମାନ ବନ୍ଦର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରିବ। ଏହାଫଳରେ ଏସବୁ ବିମାନ ବନ୍ଦର ଆନ୍ତର୍ଜାତିକ ମାନର ହୋଇପାରିବ। ଆନ୍ତର୍ଜାତିକ ଏୟାରପୋର୍ଟ କାଉନ୍‌ସିଲର ବର୍ଗୀକରଣରେ ଭାରତରେ ପିପିପି ମୋଡରେ କାର‌୍ୟ୍ୟକାରୀ ହେଉଥିବା ୫ଟି ବିମାନ ବନ୍ଦର ରହିଛି। ଉଭୟ ସେବାର ମାନ ଓ ଦକ୍ଷତାକୁ ବିଚାରକୁ ନେଇ ଏହି ବର୍ଗୀକରଣ କରାଯାଇଛି।

ପିପିପି ମୋଡରେ ଭଲ କାମ ହେଉଥିବାରୁ ଭାରତ ସରକାର ଅଧିକରୁ ଅଧିକ ବିମାନ ବନ୍ଦରକୁ ଏବେ ସହଭାଗିତାରେ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପିପିପି ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚକ୍ଷମତା ସଂପନ୍ନ ଗୋଷ୍ଠୀ ଗଠନ କରିଛନ୍ତି। ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ଅଛନ୍ତି। ଏହି ଗୋଷ୍ଠୀର ସୁପାରିସ କ୍ରମେ ବିମାନ ବନ୍ଦରଗୁଡିକୁ ଘରୋଇ ସହଯୋଗରେ ଚଳାଇବା ପାଇଁ କାର୍ଯ୍ୟ କରାଯାଉଛି।

ଏହାଛଡା ଏଥିପାଇଁ ଏକ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ କମିଟି ବା ପିପିପିଏସି ଗଠନ ହୋଇଛି। ଏହି କମିଟି ଏ ସଂକ୍ରାନ୍ତ ସବୁ ପ୍ରାରମ୍ଭିକ କାର‌୍ୟ୍ୟ ତଦାରଖ କରୁଥିବାବେଳେ କ୍ଷମତା ପରିସରର ଅନ୍ୟକାମ ସଚିବସ୍ତରୀୟ ଗୋଷ୍ଠୀ ତୁଲାଉଛି। ଯେଉଁ ପିପିପିଏସି ଗଠନ କରାଯାଇଛି ତାହା ବିମାନ ବନ୍ଦର ହସ୍ତାନ୍ତରଣ କାର‌୍ୟ୍ୟକ୍ରମକୁ ତନଖି କରିବା ପରେ ଅନୁମୋଦନ ଦେଉଛି। ତା’ପରେ ଏଥିପାଇଁ ଆନ୍ତର୍ଜାତିକ ନିଲାମ କରାଯାଉଛି। ଏଥିରେ ଯାତ୍ରୀ ପିଛା କେତେ ଭଡା ଧାର‌୍ୟ୍ୟ ହେବ ତାହାର ମଧ୍ୟ ଏକ ମାନଦଣ୍ଡ ରହିଛି।

ସଚିବ ସ୍ତରୀୟ ଗୋଷ୍ଠୀରେ ମଧ୍ୟ ନୀତି ଆୟୋଗ, ବ୍ୟୟ ବିଭାଗ, ଅର୍ଥ, ବ୍ୟାପାର ଓ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନେ ସଦସ୍ୟ ଅଛନ୍ତି। ଉପରୋକ୍ତ ୩ଟି ବିମାନ ବନ୍ଦରର ମିଳିତ ପରିଚାଳନା ପାଇଁ ୨୦୧୮ ଡିସେମ୍ବର ୧୪ରେ ଆନ୍ତର୍ଜାତିକ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଥିରେ ମୁଣ୍ଡପିଛା ଯାତ୍ରୀଙ୍କ ଭଡା ଏକ ସର୍ତ୍ତ ଥିଲା।

୨୦୧୯ ଫେବୃୟାରୀ ୧୬ ତାରିଖରେ ଏହି ଟେକ୍‌ନିକାଲ ନିଲାମ ଖୋଲାଯାଇଥିଲା ଏବଂ ସେହି ମାସ ୨୫ ଓ ୨୬ ତାରିଖରେ ଆର୍ଥିକ ନିଲାମ ଖୋଲାଗଲା। ଉଭୟ ନିଲାମରେ ମୁଣ୍ଡ ପିଛା ଯାତ୍ରୀଭଡା ଧାର‌୍ୟ୍ୟ କ୍ଷେତ୍ରରେ ସବୁଠୁ ସର୍ବାଧିକ ଡାକ ଦେଇ ଆଦାନୀ ଶିଳ୍ପଗୋଷ୍ଠୀ ଏହି ୩ଟି ବିମାନ ବନ୍ଦର ପରିଚାଳନାରେ ଅଂଶୀଦାର ହେବାକୁ ଯୋଗ୍ୟତା ଅର୍ଜନ କରିଛି।

Adani Enterprises ltd Airport on PPP Mode Cabinet decission Jaipur Airport ଆଦାନୀ ଏଣ୍ଟରପ୍ରାଇଜେସ ଜୟପୁର ବିମାନ ବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Latest News

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025

ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ: ପଢନ୍ତୁ ତାଲିକା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.