ଭୁବନେଶ୍ବର, ବର୍ତ୍ତମାନ ନୂଆ ପଦ୍ଧତିରେ ଯେଉଁମାନେ ମାଛ ଚାଷ କରିବେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏ ନେଇ ମତ୍ସ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ହୋଇଛି। ମୁଖ୍ୟତଃ ପୋଖରୀ ନ ଖୋଳି ଏକ ବିଶେଷ ଧରଣର କୁଣ୍ଡରେ ମାଛଚାଷ କରିବା ପାଇଁ ପ୍ରତ୍ସାହିତ କରାଯିବ। ଏହି ପଦ୍ଧତି ମାଛଚାଷକୁ ‘ବାଓଫ୍ଲକ’ ବୋଲି କୁହାଯାଇଥାଏ। ଏହି ପଦ୍ଧତିରେ ଯେଉଁମାନେ ଚାଷ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ରାଜ୍ୟ ସରକାର 40 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେବେ। ତେବେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ 60 ପ୍ରତିଶତ ସହାୟତା ଯୋଗାଇ ଦିଆଯିବ।
(ଏହି ମାଛଚାଷ ସଂପର୍କରେ ଖୁବ ଶିଘ୍ର ଏକ ବିସ୍ତୁତ ଗବେଷଣାତ୍ମକ ରିପୋର୍ଟ ସମୀକ୍ଷାରେ ପ୍ରକାଶ ପାଇବାକୁ ଯାଉଛି।)
Tags: କୁଣ୍ଡରେ ମାଛଚାଷ, ବାଓଫ୍ଲକ