Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଟିଏ ଦିନରେ ଉତ୍ପାଦିତ କରିଛି ରେକର୍ଡ ସଂଖ୍ୟକ 51,960 ବୋତଲ ଫିନାଇଲ, ଜାଣନ୍ତୁ କେଉଁଠି
ଆଜିର ଖବର

ଗୋଟିଏ ଦିନରେ ଉତ୍ପାଦିତ କରିଛି ରେକର୍ଡ ସଂଖ୍ୟକ 51,960 ବୋତଲ ଫିନାଇଲ, ଜାଣନ୍ତୁ କେଉଁଠି

August 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
To meet the increasing demand due to COVID -19 Bengal Chemicals & Pharmaceutical Ltd creates a record of producing 51,960 pheneol bottles on a single day

ନୂଆଦିଲ୍ଲୀ, ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ (ବିସିପିଏଲ୍), ସାର ଏବଂ ରସାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କୋଭିଡ-19 ମହାମାରୀ ସମୟରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ପାଦନ କାର୍ଯ୍ୟ ଜାରି ରଖିଛି । ଗୋଟିଏ ଦିନରେ 51,960 ବୋତଲ ଫିନାଇଲ ଉତ୍ପାଦନ କରି ଏହା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମବଙ୍ଗର ଉତ୍ତର 24-ପ୍ରଗଣା ପାନିହାତିସ୍ଥିତ ବିସିପିଏଲ୍, ୟୁନିଟ୍ ଏହି ସଫଳତା ହାସଲ କରିଛି ।

କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଏହି ସର୍ବକାଳୀନ ରେକର୍ଡ ଉତ୍ପାଦନ ପାଇଁ କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିସିପିଏଲ୍ ନିର୍ଦ୍ଦେଶକ (ଅର୍ଥ) ପି. ଏମ ଚନ୍ଦ୍ରିୟା କହିଛନ୍ତି ଯେ ‘ଏହା ବିସିପିଏଲର 120 ବର୍ଷର ପୁରୁଣା ଇତିହାସରେ ଏକ ସର୍ବକାଳୀନ ରେକର୍ଡ । ଜୁଲାଇ 2020ରେ ଆମେ ଗୋଟିଏ ଦିନରେ 38,000 ଫିନାଇଲ ବୋତଲ ଉତ୍ପାଦନ କରିବାରେ ସଫଳ ହୋଇଥିଲୁ । ଏକ ମାସ ମଧ୍ୟରେ କମ୍ପାନୀ ଏହାକୁ ଆହୁରି ବୃଦ୍ଧି କରି ବର୍ତ୍ତମାନ ଗୋଟିଏ ଦିନରେ 50,000ରୁ ଅଧିକ ବୋତଲ ଫିନାଇଲ ଉତ୍ପାଦନ କରିପାରିଛି । ଅଗଷ୍ଟ 23, 2020ରେ 51,960 ବୋତଲ ଉତ୍ପାଦନ କରାଯାଇଥିଲା ।

ବିସିପିଏଲ କହିଛି, ଯେ କୋଭିଡ-19 ମହାମାରୀ ପୂର୍ବରୁ ଏହା ପ୍ରତିଦିନ 15,000 ବୋତଲ ଉତ୍ପାଦନ କରୁଥିଲା । ଫିନାଇଲର ମାସିକ ବିକ୍ରି 3 ରୁ 3.5 କୋଟି ଟଙ୍କା ଥିଲା । ‘‘କୋଭିଡ ସଂକ୍ରମଣ ପରେ ଏହା ମାସକୁ 4.5 ରୁ 6 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହା ଏହି ଉତ୍ପାଦର ଚାହିଦାକୁ ସ୍ପଷ୍ଟ ପ୍ରମାଣିତ କରୁଛି ’’ ।

ଏହି ସ୍ୱଚ୍ଛତା ଉତ୍ପାଦର ବ୍ୟାପକ ଚାହିଦାକୁ ପୂରଣ କରିବା ପାଇଁ କୋଭିଡ ମହାମାରୀ ପରିସ୍ଥିତିରେ ମଧ୍ୟ କର୍ମଚାରୀମାନେ ଅକ୍ଟୋବର 20 (ପୂଜା ଛୁଟି) ପର୍ଯ୍ୟନ୍ତ ସମସ୍ତ ରବିବାର ଏବଂ ଛୁଟିଦିନରେ ଦୁଇଟି ସିଫ୍ଟରେ କାର୍ଯ୍ୟ କରିବେ ।

ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ ହେଉଛି ଭାରତର ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହା ଅନେକ ଘର କରଣା, ଫାର୍ମା ଏବଂ ଶିଳ୍ପ ସଂସ୍ଥା ପାଇଁ ଉତ୍ପାଦ ପ୍ରସ୍ତୁତ କରେ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

August 28, 2025

ଗଣେଶ ପୂଜା ପରେ ସେୟାର ମାର୍କେଟରେ ଲାଗିଲା ନିଆଁ, ଘଟିଲା ବଡ ହ୍ରାସ

August 28, 2025

ଗଣେଶ ପୂଜାରେ ମୁକ୍ତିଲାଭ କଲା ମ୍ୟୁଜିକ୍ ଭିଡିଓ “ରେ ମନ”

August 28, 2025
Latest News

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

August 28, 2025

ବାଣପୁର ଏନଏସିରେ ଆରଟିଆଇରେ ମିଳୁନି ତଥ୍ୟ, ଭିଜିଲାନ୍ସ ତଦନ୍ତ ଓ ସ୍ୱତନ୍ତ୍ର ଅଡିଟ ଦାବି

August 28, 2025

ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

August 28, 2025

ଗଣେଶ ପୂଜା ପରେ ସେୟାର ମାର୍କେଟରେ ଲାଗିଲା ନିଆଁ, ଘଟିଲା ବଡ ହ୍ରାସ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.