Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ରିଲାଏନ୍ସ ଜିଓର ଦବ୍‌ଦବା, ମେ’ରେ ଯୋଡ଼ିଲା ୧.୮୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ
ବିଶେଷ ଖବର

ଓଡ଼ିଶାରେ ରିଲାଏନ୍ସ ଜିଓର ଦବ୍‌ଦବା, ମେ’ରେ ଯୋଡ଼ିଲା ୧.୮୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ: ଟ୍ରାଇ ତଥ୍ୟ

August 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓଫୋନ୍ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ବିନା ମୂଲ୍ୟରେ ମିଳିବ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ ଭଏସ୍ କଲ୍

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି।

ଏହି ସଫଳତା ଏହି ଦୃଷ୍ଟିରୁ ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ଆର୍ଥିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓର ଓଡିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତ ଅତିକ୍ରମ କରିଛି। ମଧ୍ୟ ପ୍ରଦେଶ ସହିତ ଓଡ଼ିଶା ହେଉଛି ଦେଶର ଅନ୍ୟତମ ରାଜ୍ୟ ଯେଉଁଠାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଚଳିତ ସପ୍ତାହରେ ଟ୍ରାଇ ପ୍ରକାଶ କରିଥିବା ଆର୍ଥିକ ରିପୋର୍ଟରେ ଆଲୋଚ୍ୟ ତ୍ରୟମାସ ପାଇଁ ବିଏସ୍‌ଏନ୍‌ଏଲ୍‌ର ରାଜସ୍ୱ ତଥ୍ୟକୁ ଯୋଡ଼ାଯାଇନାହିଁ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଉପଭୋକ୍ତା ତଥ୍ୟ ଅନୁଯାୟୀ ୨୦୨୦ ମେ’ରେ ରିଲାଏନ୍ସ ଜିଓ ୧,୮୭,୩୪୫ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି, ଯାହାଦ୍ୱାରା ରାଜ୍ୟରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏକ କୋଟି ୨୭ ଲକ୍ଷରୁ ଅଧିକରେ ପହଁଞ୍ଚିଛି। ଏହା ପଛକୁ ବିଏସ୍‌ଏନଏଲ୍ ଏହି ଅବଧିରେ ୫୨,୩୨୯ ନୂଆ ଗ୍ରାହକ ଯୋଡ଼ିଛି। ଟ୍ରାଇ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ମେ’ ମାସରେ ରାଜ୍ୟରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି। ଏହି ମାସରେ ଭାରତୀ ଏୟାରଟେଲ୍ ରାଜ୍ୟରେ ୨,୧୬,୧୮୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୧,୧୨,୨୯୫ ଗ୍ରାହକ ହରାଇଛି। ଓଡ଼ିଶାରେ ସାମଗ୍ରିକ ଭାବେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୨୦୨୦ ମେ’ ମାସରେ ୮୮,୮୦୧ ହ୍ରାସ ଘଟିଥିବାରୁ ମୋଟ ଗ୍ରାହକ ସଂଖ୍ୟା ୩.୩ କୋଟିକୁ ହ୍ରାସ ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି।

ଜାତୀୟ ସ୍ତରରେ ମଧ୍ୟ ମେ’ ମାସରେ ଜିଓ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ପ୍ରାୟ ୩୭ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବା ସହିତ ଦେଶରେ ଏହାର ମୋଟ ଗ୍ରାହକ ସଂଖ୍ୟା ୩୯.୭୨ କୋଟି ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବିଏସ୍‌ଏନ୍‌ଏଲ୍ ଏହି ମାସରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ମେ’ ମାସରେ ପ୍ରତ୍ୟେକ ୪୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ୁଥିବା ବେଳେ ଅନ୍ୟମାନେ ବିପୁଳ ସଂଖ୍ୟକ ଗ୍ରାହକ ହରାଉଛନ୍ତି। ୨୦୧୯ ଡିସେମ୍ବରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିବା ସହ ରିଲାଏନ୍ସ ଜିଓ ୨୦୨୦ ବର୍ଷର ପ୍ରଥମ ତିନିମାସରେ ୭ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଏହି ସମୟରେ ପ୍ରାୟ ୬ ଲକ୍ଷ ଗ୍ରାହକ ହରାଇଥିଲେ। ସମ୍ପୂର୍ଣ୍ଣ ୪ଜି ନେଟ୍‌ୱର୍କ, ଜିଓ ନେଟ୍‌ୱର୍କକର ଦ୍ରୁତ ସଂପ୍ରସାରଣ ଓ ଓଡ଼ିଶାର କୋଣ ଅନୁକୋଣରେ ହାଇ ସ୍ପିଡ୍ ଇଟଂରନେଟ୍ ସେବା ନିରନ୍ତର ଭାବେ ପହଞ୍ଚାଇବା ବଳରେ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟାରେ ଦ୍ରୁତ ଓ ନିରନ୍ତର ବୃଦ୍ଧି ହେଉଛି। ଜିଓ ପକ୍ଷରୁ ଓଡ଼ିଶାରେ ଜିଓଫାଇବର ହାଇ-ସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌କୁ ରାଜ୍ୟର ୧୩ଟି ପ୍ରମୁଖ ସହର ଯଥା ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ଭବାନୀପାଟଣା, ଯାଜପୁର ରୋଡ, ପୁରୀ, ଝାରସୁଗୁଡ଼ା, କୋରାପୁଟ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ଆରମ୍ଭ କରାଯାଇଛି।

jio Odisha trai
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026
Latest News

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026

ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ

March 11, 2026

ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସଂପର୍କରେ ସମୀକ୍ଷା କଲେ ଅନୁ ଗର୍ଗ

March 11, 2026

ଆଜି ମାର୍ଚ୍ଚ ୧୧ ତାରିଖ ବୁଧବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

March 11, 2026

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ, ବିଜେପିରେ ଦେବେ ଯୋଗ!!

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.