ବିଶ୍ବରେ ପ୍ରଥମ ଭାସମାନ ସୋ’ରୁମ ନିର୍ମାଣ କଲା ଆପଲ କଂପାନୀ, ଭିତରେ ଗ୍ରାହକଙ୍କୁ ମିଳିବ ଭିନ୍ନ ଅନୁଭବ

Published: Aug 30, 2020, 12:29 pm IST

ସିଙ୍ଗାପୁର, ଆପଲ୍ କଂପାନୀ ସିଙ୍ଗାପୁରରେ ତାହାର ତୃତୀୟ ଆଉଟଲେଟ୍ ଖୋଲିବାକୁ ଯାଉଛି। ଯାହା ସାରା ବିଶ୍ବରେ ଏହି ଷ୍ଟୋର ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ତାହା ହେଲା ଏହି ସୋ’ରୁମ ହେଉଛି ଭାସମାନ। ଅର୍ଥାତ ଗ୍ରାହକମାନେ ସେ ଭିତରକୁ ଆପଲ ଜିନିଷ କିଣିବାକୁ ଗଲେ ତାହା ପାଣିରେ ହଲଚଲ ହେଉଥିବ। ଏହି ଭାସମାନ ସୋ’ରୁମ ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସରେ ନିର୍ମାଣ ହୋଇଛି।

୨୦୧୭ ରେ ଅର୍କାର୍ଡ ରୋଡ୍ ସହିତ ନାଇଟସବ୍ରିଜ୍ ବିଲଡିଂରେ ଆପଲ୍ ସିଙ୍ଗାପୁରରେ ଏହାର ପ୍ରଥମ ଷ୍ଟୋର୍ ଖୋଲିଥିଲା। ଜୁଏଲ୍ ଚାଙ୍ଗି ବିମାନବନ୍ଦରରେ ଅବସ୍ଥିତ ଏହାର ଦ୍ୱିତୀୟ ଷ୍ଟୋର୍ ଗତ ବର୍ଷ ଜୁଲାଇରେ ଖୋଲା ଯାଇଥିଲା। ଏହି ନୂତନ ଭାସମାନ ଷ୍ଟୋର୍ ହେଉଛି ବିଶ୍ବରେ ଆପଲ୍ ର ୫୧୨ ତମ ଷ୍ଟୋର, ଯାହା ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି।

Related posts