ନରୱେବାସୀଙ୍କ ମନ କିଣି ନେଲା ଜଣେ ପଂଜାବୀଙ୍କ ଦ୍ବାରା ନିର୍ମିତ ଏକ ରେଷ୍ଟୁରାଣ୍ଟ, ଜାଣନ୍ତୁ କାହିଁକି

Published: Aug 30, 2020, 2:41 pm IST
ଚଣ୍ଡିଗଡ଼ : ପଞ୍ଜାବରେ ଜନ୍ମିତ ଜଣେ ବ୍ୟକ୍ତି ଗତ 40 ବର୍ଷ ଧରି ନରୱେ ଖାଦ୍ୟ ଜଗତରେ ଏକ ଇତିହାସ ସୃଷ୍ଟି କରି ଆସୁଛନ୍ତି। ସେ ହେଉଛନ୍ତି ଗୁରୁଦୟାଲ ସିଂ। ନରୱେର ଓସଲୋ ଠାରେ ଏହି ରେଷ୍ଟୁରାଣ୍ଟ କରି ସେ ବର୍ତ୍ତମାନ ସମସ୍ତଙ୍କ ସ୍ବାଦ ଜିତି ପାରିଛନ୍ତି। ମୁଖ୍ୟତଃ ଭାରତୀୟ ପାରମ୍ପାରିକ ଖାଦ୍ୟ ପରିବେଷଣ କରି ସେ ନରୱେବାସୀଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।

ଏହି ରେଷ୍ଟୁରାଣ୍ଟ ସଂରପର୍କରେ ଜାତିସଂଘର ପୂର୍ବତନ ପରିବେଶ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ୍ ସୋଲହାଇମ୍ ଶନିବାର ଏକ ଟୁଇଟ୍‌ରେ କହିଛନ୍ତି, “ଚାଳିଶ ବର୍ଷ ପୂର୍ବେ କାପୁରଥାଲାର ଗୁରୁଦୟାଲ ସିଂ ନରୱେରେ ପ୍ରଥମ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଥିଲେ। ସେ ମୋତେ ଏବଂ ଅନ୍ୟ ନରୱେମାନଙ୍କୁ ଭାରତୀୟ ଖାଦ୍ୟକୁ ଭଲ ପାଇବାକୁ ଶିଖାଇଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ତାଙ୍କ ପରିବାର ଦୁନିଆର କିଛି ସର୍ବୋତ୍ତମ ଭାରତୀୟ ରେଷ୍ଟୁରାଣ୍ଟ ଚଳାନ୍ତି। ଅବିଶ୍ୱାସନୀୟ ଖାଦ୍ୟର ସ୍ବାଦ ଉପଭୋଗ କରନ୍ତୁ।”
ଗୁରୁଦୟାଲ ସିଂ 1982 ମସିହାରେ ନରୱେର ଓସଲୋକୁ ଆସିଥିଲେ ଏବଂ ମହାରାଜା ରେଷ୍ଟୁରାଣ୍ଟ ପ୍ରତିଷ୍ଠା କରି ଭାରତୀୟ ରୋଷେଇର ଲୋକପ୍ରିୟତା ଆରମ୍ଭ କରିଥିଲେ। ତାଙ୍କ ପୁଅ ବଲଜିତ ସିଂ ପଦ୍ଦା ‘ଶୁଣ ବଲଜିତ’ ମାଧ୍ୟମରେ ଅନେକ ଦେଶର ପିଲାମାନଙ୍କୁ ମାଗଣା ଭୋଜନ ପ୍ରଦାନ କରୁଛନ୍ତି।

Related posts