Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ-୧୯ ମୁକାବିଲା ପାଇଁ ଭାରତକୁ ୩ ହଜାର ୫୦୦ କୋଟି ଟଙ୍କା ଦେବେ ଜାପାନ ସରକାର
ଜାତୀୟ ଖବର

କୋଭିଡ-୧୯ ମୁକାବିଲା ପାଇଁ ଭାରତକୁ ୩ ହଜାର ୫୦୦ କୋଟି ଟଙ୍କା ଦେବେ ଜାପାନ ସରକାର

September 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Suzuki Satoshi,Ambassador of Japan to India & CS Mohapatra, Addl Secy,Dept of Economic Affairs,Finance Ministry today exchanged Notes in New Delhi,concerning provision of a yen loan for response to #COVID19 emergency (total loan provision of up to 50 billion yen)

ନୂଆଦିଲ୍ଲୀ,  କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ ବା ଆନୁମାନିକ ୩୫୦୦ କୋଟି ଟଙ୍କାର ସରକାରୀ ବିକାଶମୂଳକ ଋଣ ସହାୟତା ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂକ୍ରାନ୍ତ ଭାରତ ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ଭାରତରେ ଅବସ୍ଥାପିତ ଜାପାନୀ ରାଷ୍ଟ୍ର ଦୂତ ମିଃ ସୁଜୁକି ସାତୋଶୀଙ୍କ ମଧ୍ୟରେ ଚୁକ୍ତି ହୋଇଛି। କୋଭିଡ-୧୯ ସଂକଟର ମୁକାବିଲା ଲାଗି ସ୍ବାସ୍ଥ୍ୟ କ୍ଷେତ୍ରର ଋଣ ସହାୟତା କାର୍ଯ୍ୟକ୍ରମ ସ୍ବରୂପ ଏହି ସହଯୋଗ ଜାପାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ।

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଡ. ସି.ଏସ ମହାପାତ୍ର ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ଜେଆଇସିଏର ମୁଖ୍ୟ ପ୍ରତିନିଧି ମିଃ କାତସୁଓ ମାତସୁମୋତୋ ଉଭୟ ପକ୍ଷରୁ ଋଣ ଚୁକ୍ତିରେ ସ୍ବାକ୍ଷର କରିଥିଲେ।

ଏହି ଋଣ ସହାୟତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତର କୋଭିଡ-୧୯ ଲଢ଼େଇରେ ସହାୟତା କରିବା ଏବଂ ଭବିଷ୍ୟତର ମହାମାରୀ ପାଇଁ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା। ଏହାଛଡ଼ା ସଂକ୍ରାମକ ରୋଗ ନିମନ୍ତେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ସହନଶୀଳତାରେ ସୁଧାର ଆଣିବା।

ଏହାବ୍ୟତୀତ, ଡ. ସିଏସ ମହାମାତ୍ର ଏବଂ ସୁଜୁକି ସାତୋଶୀଙ୍କ ମଧ୍ୟରେ ଜାପାନ ସରକାରଙ୍କ ପକ୍ଷରୁ ଜେପିଓ୍ବାଇ ୧ ବିଲିୟନ (ଆନୁମାନିକ ୭୦ କୋଟି ଟଙ୍କା)ପରିମାଣର ଗ୍ରାଣ୍ଟ ଇନ ଏଡ ସହାୟତା ଲାଗି ଏକ ଟିପ୍ପଣୀ ବିନିମୟ କରାଯାଇଥିଲା।

ଏହି ଗ୍ରାଣ୍ଟ ଇନ ଏଡ ସହାୟତା ଜାପାନ ସରକାରଙ୍କ ପକ୍ଷରୁ ଭାରତରେ ଚିକିତ୍ସା ସରଞ୍ଜାମ ଯୋଗାଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ଯୋଗାଇ ଦିଆଯିବ।
ଏହା କୋଭିଡ-୧୯ ସଂକ୍ରମଣ ସହିତ ଯୁଝୁଥିବା ଜଟିଳ ଓ ଗୁରୁତର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଶେଷ ସହାୟକ ହୋଇପାରିବ।

୧୯୫୮ ପରଠାରୁ ଭାରତ ଓ ଜାପାନ ମଧ୍ୟରେ ଏକ ଦୀର୍ଘ ଏବଂ ଫଳପ୍ରଦ ଐତିହାସିକ ଦ୍ବିପାକ୍ଷିକ ବିକାଶମୂଳକ ସହଯୋଗ ରହିଆସିଛି। ବିଗତ କିଛି ବର୍ଷ ହେବ, ଭାରତ ଓ ଜାପାନ ମଧ୍ୟରେ ଅର୍ଥନୈତିକ ସହଯୋଗ ସୁଦୃଢ଼ ହୋଇଛି ଏବଂ ଏହା ରଣନୈତିକ ଭାଗିଦାରୀରେ ରୂପାନ୍ତରିତ ହୋଇଛି। ଏହା ଦୁଇ ଦେଶ ମଧ୍ୟରେ ରଣନୈତିକ ଓ ବୈଶ୍ବିକ ସହଭାଗିତାକୁ ଆହୁରି ସୁଦୃଢ଼ କରିପାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.