ମାଛ ମଡକ; ଗୋଟିଏ ଦିନରେ ମରିଗଲେ ୬ ଶହ ୧୭ ମେଟ୍ରିକ୍ ଟନ୍ ମାଛ, କେମିତି ?

Published: Sep 4, 2020, 9:32 am IST

ଢାକା, ବାଙ୍ଗାଲାଦେଶର ରାଜଶାହୀ ଜିଲ୍ଲାରେ  ଗୋଟିଏ ଦିନରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୨୧୭ କୋଟି ଟଙ୍କା ହେବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ କହିଛନ୍ତି। ରାଜଶାହୀ ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ ଅଳକା କୁମାର କହିଛନ୍ତି, “ମଙ୍ଗଳବାର ଦିନ ହଠାତ୍ ପାଗ ଖରାପ ହେବା ପରେ ଜିଲାରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଥିଲା। ଆକାଶ ଘନ ମେଘ ଦ୍ୱାରା ଆଚ୍ଛାଦିତ ହୋଇଥିଲା ଏବଂ ପବନ ନଥିଲା ଯାହା ଦ୍ବାରା ପୋଖରୀରେ ଅମ୍ଳଜାନ ଅଭାବ ଦେଖାଦେଲା। ଫଳରେ ପୋଖରୀ ଏବଂ  କେନାଲଗୁଡିକରେ ଥିବା ମାଛର ମୃତ୍ୟୁ ହୋଇଛି। ”

ଜିଲ୍ଲା ମତ୍ସ୍ୟଜୀବୀ ଅଧିକାରୀ କହିଛନ୍ତି ଯେ ମତ୍ସ୍ୟ ବ୍ୟବସାୟୀଙ୍କୁ ୧୧.୭୩ କୋଟି ଟଙ୍କା କ୍ଷତି ସହିବାକୁ ପଡିବ କିନ୍ତୁ ବ୍ୟବସାୟୀମାନେ କହିଛନ୍ତି ଯେ ଏହାଠାରୁ ଅଧିକ କ୍ଷତି ହେବ। ପ୍ରାୟ ତିନି ରୁ ସାତ କିଲୋଗ୍ରାମର ରୁହି କାଟଲା ମାଛକୁ ମାତ୍ର ୫୦-୯୦ ଟଙ୍କାରେ ବିକ୍ରି କରାଯାଇଥିବା କୃଷକମାନେ କହିଛନ୍ତି। ଅନେକ ବ୍ୟବସାୟୀ ମୃତ ମାଛକୁ ବଜାରକୁ ବିକ୍ରୀ ପାଇଁ ନ ଆଣି ମାଟିରେ ପୋତି ଦେଇଥିବାର ଜଣାପଡିଛି।

Related posts