Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷରେ ଏକ ରେକର୍ଡ, ଏଥର ୧୦୯୫.୩୮ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ
ଜାତୀୟ ଖବର

ଚାଷରେ ଏକ ରେକର୍ଡ, ଏଥର ୧୦୯୫.୩୮ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ

September 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷରେ ଏକ ରେକର୍ଡ, ଏଥର ୧୦୯୫.୩୮ ଲକ୍ଷ ହେକ୍ଟର ଜମିରେ ହୋଇଛି ଖରିଫ ଫସଲ ଚାଷ

ନୂଆଦିଲ୍ଲୀ, ଚଳିତ ଖରିଫ ଋତୁ ୨୦୨୦ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି । ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, ଧାନ ବୁଣା ଓ ରୁଆ ଜାରି ରହିଛି । ଆଜି ପର‌୍ୟ୍ୟନ୍ତ ଖରିଫ ଫସଲ ଚାଷ ଏବଂ ଏହାର ପରିବ୍ୟାପ୍ତ ଓ ‌ଅଗ୍ରଗତି ଉପରେ କୋଭିଡ-୧୯ର କୌଣସି ପ୍ରଭାବ ପଡି ନାହିଁ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜି, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଭଳି ଇନପୁଟଗୁଡିକ ଠିକ୍ ସମୟରେ ଯୋଗାଇ ଦେବା ଦ୍ଵାରା ମହାମାରୀ ଯୋଗୁଁ ଲକଡାଉନ କାଳରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଖରିଫ ଚାଷ କାର‌୍ୟ୍ୟ ସମ୍ଭବ ହୋଇପାରିଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ସମସ୍ତ ପ୍ରୟାସ ଯୋଗୁଁ ମିଶନ କାର‌୍ୟ୍ୟକ୍ରମ ଏବଂ ପ୍ରମୁଖ ଯୋଜନାର ସଫଳ ରୂପାୟନ ହୋଇପାରିଛି । ଶ୍ରୀ ତୋମର କହିଛନ୍ତି ଯେ ଠିକ ସମୟରେ ପଦକ୍ଷେପ ତଥା ପ୍ରଯୁକ୍ତିବିଦ୍ୟାର ଉପଯୋଗ ଓ କୃଷକମାନଙ୍କୁ ଋଣ ଯୋଗାଣ ଦ୍ଵାରା ଚାଷୀମାନେ ସରକାରୀ ଯୋଜନାର ଲାଭ ଉଠାଇ ପାରିଛନ୍ତି ।

ଖରିଫ ଋତୁ ପାଇଁ ଚୂଡାନ୍ତ ଫସଲ ବୁଣାବୁଣି ପରିସଂଖ୍ୟାନ ୨ ଅକ୍ଟୋବର ୨୦୨୦ରେ ଶେଷ ହେବ । ଖରିଫ ଫସଲ ଅଧୀନରେ ବିଭିନ୍ନ ଫସଲର ବୁଣିବାର ସ୍ଥିତି ନିମ୍ନରେ ପ୍ରଦାନ କରାଗଲା:ଧାନ : ଗତ ବର୍ଷ ଏହି ସମୟ ମଧ୍ୟରେ ୩୬୫.୯୨ ଲକ୍ଷ ହେକ୍ଟର ତୁଳନାରେ ଚଳିତ ବର୍ଷ ୩୯୬.୧୮ ଲକ୍ଷ ହେକ୍ଟରରେ ଧାନ ବୁଣା ଓ ରୁଆ ​‌ଯାଇଛି। ଚାଷର ବ୍ୟାପକତା ୮.୨୭% ବୃଦ୍ଧି।

ଡାଲି: ଗତ ବର୍ଷର ୧୩୦.୬୮ ଲକ୍ଷ ହେକ୍ଟର ତୁଳନାରେ ୧୩୬.୭୯ ଲକ୍ଷ ହେକ୍ଟରରେ ବୁଣାଯାଇଛି। ଚାଷ ବ୍ୟାପକତା ୪.୬୭% ବୃଦ୍ଧି।

ମୋଟାଦାନା ଶସ୍ୟ: ଗତ ବର୍ଷର ୧୭୬.୨୫ ଲକ୍ଷ ହେକ୍ଟର ତୁଳନାରେ ୧୭୯.୩୬ ଲକ୍ଷ ହେକ୍ଟର କ୍ଷେତ୍ରରେ ହୋଇଛି। ଚାଷର ବ୍ୟାପକତା ୧.୭୭% ବୃଦ୍ଧି।

ତୈଳବୀଜ ଫସଲ: ଗତ ବର୍ଷର ୧୭୪.୦୦ ଲକ୍ଷ ହେକ୍ଟର ତୁଳନାରେ ୧୯୪.୭୫ ଲକ୍ଷ ହେକ୍ଟର ଜମିରେ ବୁଣାଯାଇଛି। ଚାଷର ବ୍ୟାପକତା ୧୧.୯୩% ବୃଦ୍ଧି ପାଇଛି।

ଆଖୁ: ଗତ ବର୍ଷର ୫୧.୭୧ ଲକ୍ଷ ହେକ୍ଟର ତୁଳନାରେ ୫୨.୩୮ ଲକ୍ଷ ହେକ୍ଟର କ୍ଷେତ୍ରରେ ଚାଷ ହୋଇଛି। ଚାଷର ବ୍ୟାପକତା ୧.୩୦% ବୃଦ୍ଧି।

କପା: ଗତ ବର୍ଷର ୧୨୪.୯୦ ଲକ୍ଷ ହେକ୍ଟର ତୁଳନାରେ ୧୨୮.୯୫ ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ ହୋଇଛି। ଚାଷର ବ୍ୟାପକତା ୩.୨୪% ବୃଦ୍ଧି।

ଝୋଟ ଏବଂ ମେସ୍ତା: ଗତ ବର୍ଷର ୬.୮୬ ଲକ୍ଷ ହେକ୍ଟର ତୁଳନାରେ ୬.୯୭ଲକ୍ଷ ହେକ୍ଟର ଅଞ୍ଚଳରେ ଚାଷ କରାଯାଇଛି। ଚାଷର ବ୍ୟାପକତା ୧.୬୮% ବୃଦ୍ଧି ହୋଇଛି।

ଖରିଫ ଫସଲ ଧାନ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Latest News

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.