Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଆରମ୍ଭ ହେଲା ୨୨ଟି ବାଉଁଶ କ୍ଲଷ୍ଟର
ଜାତୀୟ ଖବର

ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଆରମ୍ଭ ହେଲା ୨୨ଟି ବାଉଁଶ କ୍ଲଷ୍ଟର

September 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ଆରମ୍ଭ ହେଲା ୨୨ଟି ବାଉଁଶ କ୍ଲଷ୍ଟର

ନୂଆଦିଲ୍ଲୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା ସମେତ ଦେଶର ୯ଟି ରାଜ୍ୟ ଯଥା ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଜାତୀୟ ବାଉଁଶ ମିଶନର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ ମୋଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସେ କହିଲେଯେ ଦେଶ ଏବେ ବାଉଁଶରୁ ନିର୍ମିତ ବିଭିନ୍ନ ସୌଖିନ ସାମଗ୍ରୀକୁ ବିଦେଶକୁ ପ୍ରଚୁର ପରିମାଣରେ ରପ୍ତାନୀ ବୃଦ୍ଧି କରିବା ଦିଗରେ ନିଜକୁ ପ୍ରସ୍ତୁତ କରୁଛି ।

୨୦୧୮-୧୯ରେ ପୁନର୍ଗଠିତ ଜାତୀୟ ବାଉଁଶ ମିଶନର ଶୁଭାରମ୍ଭ କରାଯାଇଥିଲା ଏବଂ ଏଥିରେ ଏହି ସେକ୍ଟରରେ ଥିବା ସଂପୂର୍ଣ୍ଣ ଭାଲ୍ୟୁ ଚେନର ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା । ଏହି ମିଶନକୁ ଏକ ହବ୍ (ଶିଳ୍ପ) ଏବଂ ସ୍ପୋକ୍ ମଡ଼େଲ ଭାବେ ରୂପାନ୍ୱିତ କରାଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ହେଲା କୃଷକମାନଙ୍କୁ ବଜାର ସହିତ ପ୍ରତ୍ୟକ୍ଷ ଭାବେ ସଂଯୋଗ କରିବା ଯଦ୍ୱାରା ବାଉଁଶ କୃଷିକାରୀ ଉତ୍ପାଦନକାରୀମାନେ ବଜାରରେ ପ୍ରତ୍ୟକ୍ଷ ଭାବେ ପହଞ୍ଚିପାରିବେ । ଏହାଦ୍ୱାରା ଘରୋଇ ଶିଳ୍ପ ପାଇଁ ବାଉଁଶ ସଂପର୍କୀତ ଯାହାକିଛି କଞ୍ଚାମାଲ ଆବଶ୍ୟକ ହେଉଥିବ ତାହା ସ୍ଥାନୀୟ ଭାବେ ଉପଲବ୍ଧ ହୋଇପାରିବ । ଘରୋଇ ଚାହିଦା ମେଣ୍ଟି ପାରିବ ।

ଏହି ମିଶନକୁ ଏକ ପ୍ରାକୃତିକ ପରିଣାମ ଭାବେ ଆରମ୍ଭ କରାଯାଇଥିଲା ଯେଉଁଥିପାଇଁ ଐତିହାସିକ ଭାରତୀୟ ଜଙ୍ଗଲ ଆଇନକୁ ୨୦୧୭ ମସିହାରେ ସଂଶୋଧନ କରାଯାଇଥିଲା । ଏହା ଫଳରେ ବାଉଁଶକୁ ବୃକ୍ଷ ବୋଲି ପୂର୍ବରୁ ଯେଉଁଭଳି ଭାବେ ସଂଜ୍ଞା ନିରୂପଣ କରାଯାଉଥିଲା ତାହାକୁ ହଟାଯାଇ ଘାସ ବର୍ଗରେ ସ୍ଥାନୀତ କରାଯାଇଥିଲା । ଏହାଦ୍ୱାରା ଏବେ ଜଙ୍ଗଲ ବାହାରେ ଚାଷ କରାଯାଉଥିବା ବାଉଁଶ କାଟିବା ଏବଂ ଏହାର ଅନ୍ୟତ୍ର ସ୍ଥାନାନ୍ତରଣ ନିମନ୍ତେ ଆଉ ସରକାରଙ୍କ ଅନୁମତି ଆବଶ୍ୟକ ପଡ଼ିବନାହିଁ ।

ବାଉଁଶ ଚାଷ ଦେଶର ପ୍ରାୟ ୨୩ଟି ରାଜ୍ୟରେ ପରିଲକ୍ଷିତ ହୋଇଥାଏ ଏବଂ ସେଥି ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ୮ଟି ରାଜ୍ୟ ରହିଛି । ଶିଳ୍ପ ସଂସ୍ଥା ପାଇଁ ଯେଉଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଜାତିର ବୃକ୍ଷ ଆବଶ୍ୟକ ପଡ଼େ ସେଥି ମଧ୍ୟରୁ ବାଉଁଶ ଅନ୍ୟତମ । ବାଉଁଶ ଚାଷ ନିମନ୍ତେ ଗୁଣାତ୍ମକ ରୋପଣ ସାଧନ ଏବଂ ଚାରା କୃଷକମାନଙ୍କ ପାଇଁ ଉପଲବ୍ଧ । ଆସାମ ବାଉଁଶ ଚାଷ ପାଇଁ ଏଫପିଓମାନଙ୍କୁ ନିୟୋଜିତ କରିସାରିଛି ।

ନୂଆ ନୂଆ ଏଫପିଓମାନଙ୍କୁ ସଦ୍ୟ ସ୍ୱୀକୃତିପ୍ରାପ୍ତ ଡିଏସିଏଫଡବ୍ଲୁ ଯୋଜନା ମାଧ୍ୟମରେ ସାମିଲ କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ଏଭଳି ୧୦,୦୦୦ ଏଫପିଓ ଗଠନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅଧିକନ୍ତୁ ପ୍ରାଥମିକ ପ୍ରକ୍ରିୟାକରଣ ପାଇଁ ସିଏଫସିମାନ ବାଉଁଶ ଚାଷ ହେଉଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଉଛି । ଏହାଦ୍ୱାରା ବାଉଁଶ ପରିବହନ ସକାଶେ ମୂଲ୍ୟ ହ୍ରାସ ଘଟିବ । ସ୍ଥାନୀୟ ଉଦ୍ୟୋଗୀମାନେ ସୃଷ୍ଟି ହୋଇପାରିବେ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ଓ ଏହାଦ୍ୱାରା କୌଣସି ପ୍ରକାର ବର୍ଜ୍ୟ ସୃଷ୍ଟି ନହେବା ଭଳି କାର‌୍ୟ୍ୟପନ୍ଥା ଗ୍ରହଣ କରାଯାଇପାରିବ ।

ଏହିସବୁ ସଂସ୍ଥାମାନେ ନର୍ସରୀ ଠାରୁ ବାଉଁଶ ଚାରା ରୋପଣ ଏବଂ/ କିମ୍ବା ଉତ୍ପାଦ ବିକାଶ ଯଥା ବିଭିନ୍ନ ପ୍ରକାର ଉପକରଣ, ଅଗରବତୀ, ଭେନିସିଆନ ବ୍ଲାଇଣ୍ଡ୍, ଚୋପଷ୍ଟିକ୍, ଟୁଥବ୍ରଶ୍, ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ, ଅଳଙ୍କାର, ବୋତଲ, ଯୋଗାସନ, ଅଙ୍ଗାର ଇତ୍ୟାଦି ଉତ୍ପାଦନ କରିପାରିବେ ।

ଏଭଳି ଶୈଳ୍ପିକ ଉତ୍ପାଦ ସହିତ, ଜାତୀୟ ବାଉଁଶ ମିଶନ ମଧ୍ୟ ପାରମ୍ପରିକ ବାଉଁଶ କାରିଗରମାନଙ୍କ କଳା କୌଶଳର ଉନ୍ନତି ସାଧନ କରିବା ନିମନ୍ତେ ତଥା ବର୍ତ୍ତମାନର ବଜାର ଚାହିଦାକୁ ଚାହିଁ ସେମାନଙ୍କୁ କୁଶଳୀ କରିବା ଲାଗି ପ୍ରୟାସ କରିବେ । ସେମାନଙ୍କୁ ବିଭିନ୍ନ ଉଦେ୍ଦ୍ୟାଗୀ ତଥା ପ୍ରମୁଖ ପ୍ରତିଷ୍ଠାନମାନଙ୍କ ସହିତ ଅନୁବନ୍ଧିତ କରାଯିବ ଯଦ୍ୱାରା ଆମର ସାଂସ୍କୃତିକ ଐତିହ୍ୟ ମଧ୍ୟ ଏହା ମାଧ୍ୟମରେ ବଜାୟ ରଖାଯାଇପାରିବ ।

ଜାତୀୟ କୌଶଳ ବିକାଶ ଏଜେନ୍ସି ଅଧୀନରେ ପ୍ରତିଷ୍ଠିତ ସେକ୍ଟର କୌଶଳ ପରିଷଦଗୁଡ଼ିକ କୌଶଳ ଆମଦାନୀ କରିବେ ଏବଂ ପାରମ୍ପରିକ ଶିଳ୍ପୀ ଓ କାରିଗରମାନଙ୍କ ଠାରୁ ପ୍ରାକ୍ ତାଲିମ ପାଇପାରିବ ଓ ଏହାକୁ ସ୍ୱୀକୃତି ପ୍ରଦାନ କରାଯିବ । ଏହା ଦ୍ୱାରା ଯୁବକଯୁବତୀମାନେ ସେମାନଙ୍କର ପରିବାରର କୌଳିକ ବୃତ୍ତିକୁ ଆଗକୁ ଆଗେଇ ନେବା ସକାଶେ ଅଧିକ ପ୍ରୟାସୀ ହେବେ।

ଏଥି ପାଇଁ ଆୟୋଜିତ ଲୋଗୋ ପ୍ରତିଯୋଗିତାରେ ତେଲଙ୍ଗାନାର ଶ୍ରୀ ସାଇ ରାମ ଗୌଡ଼ି ଇଡ଼ିଗି ବିଜୟୀ ହୋଇଛନ୍ତି । ଏଥିପାଇଁ ସାରା ଦେଶରୁ ସର୍ବମୋଟ ୨୦୩୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନେ ନିଜ ନିଜର ଏଣ୍ଟ୍ରି ମାଇଁଗଭ୍ ପ୍ଲାଟଫର୍ମରୁ ହାସଲ କରିଥିଲେ ।

ବିଜୟୀ ଲୋଗୋରେ ଏକ ବାଉଁଶ କରଡ଼ି ଗୋଟିଏ ବୃତ୍ତର ମଝିରେ ଅଙ୍କାଯାଇଛି । ଏହି ବୃତ୍ତଟିର ଅର୍ଦ୍ଧେକ ଏକ ଶିଳ୍ପ ଚକ୍ର ଭାବେ ଅଙ୍କା ଯାଇଥିବା ବେଳେ ଅନ୍ୟ ଅର୍ଦ୍ଧେକରେ କୃଷକମାନେ ରହିଛନ୍ତି ଯାହାକି ଏନବିଏମର ଉଦ୍ଦେଶ୍ୟକୁ ଉପଯୁକ୍ତ ଭାବେ ପ୍ରତିଫଳିତ କରୁଛି। ଲୋଗୋରେ ବ୍ୟବହୃତ ସବୁଜ ଓ ହଳଦିଆ ରଙ୍ଗ ବାଉଁଶକୁ ସୂଚାଉଛି ଯାହାକୁ କି ସବୁଜ ସୁନା ବୋଲି ଲୋକେ କହିଥାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.