Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଥୁରା ସହରକୁ ଏନସିଆର ରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ସାଂସଦ ହେମା ମାଳିନୀ ଉଠାଇଲେ ଦାବୀ
ଜାତୀୟ ଖବର

ମଥୁରା ସହରକୁ ଏନସିଆର ରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ସାଂସଦ ହେମା ମାଳିନୀ ଉଠାଇଲେ ଦାବୀ

September 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମଥୁରା ସହରକୁ ଏନସିଆର ରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେପି ସାଂସଦ ହେମା ମାଳିନୀ ଉଠାଇଲେ ଦାବୀ

ମଥୁରା, ଭାରତୀୟ ଜନତା ପାର୍ଟି ସାଂସଦ ହେମା ମାଳିନୀ ମଥୁରାକୁ ଜାତୀୟ ରାଜଧାନୀ ଅଞ୍ଚଳ ବା ଏନସିଆର ରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି। ଏହା ଦ୍ବାରା ଏହି ପବିତ୍ର ସହର ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବ ବୃଦ୍ଧି ପାଇବ ବୋଲି ହେମା କହିଛନ୍ତି। ବୁଧବାର ଏକ ଭିର୍ଚୁଆଲ୍ ମିଟିଂରେ ସାମ୍ବାଦିକମାନଙ୍କ ଏକ ଗୋଷ୍ଠୀ ସହିତ ଯୋଗାଯୋଗ କରୁଥିବାବେଳେ ହେମା ମାଳିନୀ କହିଛନ୍ତି, ମଥୁରା ଆନ୍ତାର୍ଜାତୀୟ ପର୍ଯ୍ୟଟନର ଯଥେଷ୍ଠ ଭିତ୍ତିଭୂମି ରହିଛି। ଯାହାର ବିନିଯୋଗ କରିବା ନିହାତି ଆବଶ୍ୟକ।ଏହାଦ୍ବାରା ବେକାରୀ ସମସ୍ୟା ସମାଧାନ ସହିତ ମଥୁରାର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ।

ହେମା କହିଛନ୍ତି ଯେ ଛଅ ବର୍ଷ ପୂର୍ବେ ସେ ଏହି ମନ୍ଦିର ସହରକୁ ଏନସିଆରରେ ଅନ୍ତର୍ଭୁକ୍ତ କରିବା ପାଇଁ ଏନସିଆର ଯୋଜନା ବୋର୍ଡକୁ ଏକ ପ୍ରସ୍ତାବ ପଠାଇଥିଲେ। ଏଥିସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତେବେ ବର୍ତ୍ତମାନ ହେମା ମଥୁରାଙ୍କୁ ଏନସିଆରରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀଙ୍କୁ ଏକ ଲିଖିତ ଅନୁରୋଧ କରିଛନ୍ତି।

ହେମା ମାଳିନୀ କହିଛନ୍ତି ଯେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଏ ନେଇ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବା ପାଇଁ ଅନୁରୋଧ କରିବେ। ସେ କହିଛନ୍ତି ଯେ, ଥରେ ମଥୁରା ଏନସିଆରର ଏକ ଅଂଶ ହୋଇଗଲେ, ଏଠାରେ ଥିବା ସୁବିଧା ଦିଲ୍ଲୀ ସହିତ ସମାନ ହେବ ଏବଂ ତାଜମହଲ ପରିଦର୍ଶନ ପାଇଁ ଆଗ୍ରା ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ଏଠାରେ ଅତି କମରେ ଗୋଟିଏ ରାତି ରହିପାରିବେ।

ସେହିପରି ମଥୁରାରେ ହୋଲି ଉତ୍ସବ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ବେଳେ ଏଠାରେ ଜୈନ୍ୟ ସଂଗ୍ରହାଳୟ ମଧ୍ୟ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ। ବୁଦ୍ଧ, ଜୈନ୍ୟ ଏବଂ କୁସୁମ ସମୟର ପ୍ରଦର୍ଶନୀ ଆନ୍ତର୍ଜାତୀୟ ସ୍ତରରେ ଗବେଷକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ହେମା କହିଛନ୍ତି।

ଏହି ମନ୍ଦିର ସହରରେ ଥିବା ବିଭିନ୍ନ ସ୍ଥାପତ୍ୟ ଅନୁଭୂତି ଉପରେ ଆଲୋକପାତ କରି ହେମା ମାଳିନୀ କହିଛନ୍ତି ଯେ ଆଧ୍ୟାତ୍ମିକତା ଖୋଜୁଥିବା ଲୋକଙ୍କ ପାଇଁ ଗୋବର୍ଦ୍ଧନ ପାରିକ୍ରମା ଅଛି। ୨୨ କିଲୋମିଟର ବ୍ୟାପିଥିବା ଗୋବର୍ଦ୍ଧନ ପାହାଡ ଉପର ଦୃଶ୍ୟ ବେଶ ଆକର୍ଷଣୀୟ। ସେହିପରି ଦୁଃସାହସିକ କ୍ରୀଡା ଖୋଜୁଥିବା ଲୋକେ ଟ୍ରେକିଂ କରି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।

ହେମା ମାଳିନୀ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026
Latest News

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.