ନୂଆଦିଲ୍ଲୀ : କରୋନା କାରଣରୁ ବିଶ୍ୱ ବ୍ୟାପୀ କୋଟି କୋଟି ଲୋକ ଚାକିରି ହରାଇଥିବା ବେଳେ ଭାରତରେ ସ୍ଥିତି ସଙ୍ଗୀନ ରହିଛି । ତେବେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଏକ କମ୍ପାନୀ । ଭାରତୀୟ କମ୍ପାନୀ ଫ୍ଲିପକାର୍ଟ ଆସନ୍ତା ଦୁଇ ମାସ ମଧ୍ୟରେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଖବର ଆସିଛି । ମଙ୍ଗଳବାର ଦିନ ଫ୍ଲିପକାର୍ଟର ସହଯୋଗୀ କମ୍ପାନୀ ୱାଲମାର୍ଟ ପକ୍ଷରୁ ଏହି ଘୋଷଣା କରାଯାଇଛି । କମ୍ପାନୀର ବ୍ୟବସାୟରେ ଅଭିବୃଦ୍ଧି ଘଟିଥିବାରୁ ଆସନ୍ତା ଦୁଇ ମାସ ମଧ୍ୟରେ 70 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ଭାରତରେ ସତୁରୀ ହଜାର ନିଯୁକ୍ତି ସୃଷ୍ଟି କରିବ ଏହି କମ୍ପାନୀ ଏପରି ଘୋଷଣା କରିଛି । ଦୀପାବଳି ପୂର୍ବରୁ ଫ୍ଲିପକାର୍ଟର ବିଗ ବିଲିୟନ୍ ଡେ ଆସୁଥିବାରୁ ଏହି ସମୟରେ କମ୍ପାନୀର ଅନଲାଇନ ବ୍ୟବସାୟ ଆଶାତୀତ ବୃଦ୍ଧି ପାଇବ । ତେଣୁ କମ୍ପାନୀ ପକ୍ଷରୁ ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । (ଏଜେନ୍ସି)
Tags: flipcart