Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫୦ କୋଟି ଟଙ୍କା ପୁରୁଣା ନୋଟକୁ ନେଇ ଚିନ୍ତାରେ ତିରୂପତି ମନ୍ଦିର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମିଳୁନି ଉତ୍ତର
ଜାତୀୟ ଖବର

୫୦ କୋଟି ଟଙ୍କା ପୁରୁଣା ନୋଟକୁ ନେଇ ଚିନ୍ତାରେ ତିରୂପତି ମନ୍ଦିର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମିଳୁନି ଉତ୍ତର

September 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫୦ କୋଟି ଟଙ୍କା ପୁରୁଣା ନୋଟକୁ ନେଇ ଚିନ୍ତାରେ ତିରୂପତି ମନ୍ଦିର କର୍ତ୍ତୁପକ୍ଷ, ଅର୍ଥମନ୍ତ୍ରୀଙ୍କୁ ଲେଖିଲେ ଚିଠି

ତିରୂପତି, ଆନ୍ଧ୍ର ପ୍ରଦେଶସ୍ଥିତ ବିଶ୍ୱ ପ୍ରସିଦ୍ଧ ତିରୂପତି ମନ୍ଦିର ଦାନ ବାକ୍ସରୁ ୫୦ କୋଟି ଟଙ୍କାର ପୁରୁଣା ନୋଟ ମିଳିଛି। ଏହି ନୋଟଗୁଡିକ ଭକ୍ତମାନେ ପ୍ରଦାନ କରିଛନ୍ତି। ଏହି ନୋଟକୁ ନେଇ ମନ୍ଦିର କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଜଣେ ଟିଟିଡି ଅଧିକାରୀ କହିଛନ୍ତି ଯେ “ଯଦିଓ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ କରିଥିଲେ, ତଥାପି ଭକ୍ତମାନେ ବିମୁଦ୍ରୀକରଣ ନୋଟ୍ ପ୍ରଦାନ ଜାରି ରଖି ଥିଲେ।

ଫଳରେ ମନ୍ଦିରକୁ ବର୍ତ୍ତମାନ ୧.୮ କୋଟି ଟଙ୍କାର ପୁରୁଣା ହଜାରେ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୧୮ କୋଟି ଏବଂ ୬.୩୪ ଲକ୍ଷଟି ପୁରୁଣା ୫୦୦ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୩୧.୭ କୋଟି ଟଙ୍କା ହେବ । ଏହିପରି ସମସ୍ତ ପୁରୁଣା ନୋଟଗୁଡିକୁ ମିଶାଇଲେ ପ୍ରାୟ ୫୦ କୋଟି ଟଙ୍କା ଭକ୍ତମାନେ ଦାନ କରିଛନ୍ତି। ଏତେ ପୁରୁଣା ଟଙ୍କାକୁ କଣ କରିବେ ସେ ନେଇ ଚିନ୍ତାରେ ମନ୍ଦିର କର୍ତ୍ତୁପକ୍ଷ।

ତେବେ ଏ ନେଇ ତିରୁମାଲା ତିରୁପତି ଦେବସ୍ଥାନମ୍ ଚେୟାରମ୍ୟାନ୍ ୱାଇ.ଭି ସୁବାରେଡ୍ଡୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗ ଭକ୍ତଙ୍କ ବିଶ୍ୱାସ ଏବଂ ଭାବାବେଗ ସହ ଜଡିତ ଥିବାରୁ ଏହାକୁ ବିଚାର କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ,  କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ଏହି ଟଙ୍କା ଜମା କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ।

ପୁରୁଣା ନୋଟ ହେଲେ ମଧ୍ୟ ଏହି ଦାନ ଭକ୍ତଙ୍କ ବିଶ୍ୱାସ ଏବଂ ଧାର୍ମିକ ଭାବନା ସହିତ ଜଡିତ ଥିବାରୁ ତାହାକୁ ବନ୍ଦ କରାଯାଇ ପାରିଲା ନାହିଁ ବୋଲି କୁହାଯାଇଛି। ଏହି ପୁରୁଣା ନୋଟ କାର୍ଯ୍ୟକାରୀ ହେଲେ ଏଥିରେ ଅନେକ ଆଧ୍ୟାତ୍ମିକ ତଥା କଲ୍ୟାଣମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ଟିଟିଡି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇକୁ ୨୦୧୭ ମସିହାରୁ ଚିଠି ଲେଖିଥିଲେ ମଧ୍ୟ ଏହା କୌଣସି ଉତ୍ତର ମିଳିପାରି ନାହିଁ।

ଅର୍ଥମନ୍ତ୍ରୀ ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ମନ୍ଦିରକୁ ଯିବାର ଅନେକ ଲାଭ, ପ୍ରତିଦିନ ପୂଜା କଲେ ମିଳିବ ଏହି ସବୁ ଉପକାର

October 12, 2025

ଆଜି ଅକ୍ଟୋବର ୧୨ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2025

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025
Latest News

କଳିଙ୍ଗ ଷ୍ଟାଡିୟମରେ ୨୮ତମ ଏସୀୟ ଟେବୁଲ ଟେନିସ୍ ଦଳଗତ ଚାମ୍ପିଅନସିପ୍ ଆରମ୍ଭ

October 12, 2025

ମନ୍ଦିରକୁ ଯିବାର ଅନେକ ଲାଭ, ପ୍ରତିଦିନ ପୂଜା କଲେ ମିଳିବ ଏହି ସବୁ ଉପକାର

October 12, 2025

ଆଜି ଅକ୍ଟୋବର ୧୨ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଖରାପ ଖବର

October 12, 2025

ଭୁବନେଶ୍ୱରରେ ‘ପିଏମ୍’- ‘ଡିଡିକେୱାଇ ଏବଂ ଡାଲି ଆତ୍ମନିର୍ଭରତା ମିଶନର ଲାଇଭ୍ ୱେବକାଷ୍ଟ

October 11, 2025

ନୂଆଦିଲ୍ଲୀ ରେଳ ଷ୍ଟେସନରେ ନୂତନ ଅତ୍ୟାଧୁନିକ ଯାତ୍ରୀ ସୁବିଧା କେନ୍ଦ୍ର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.