Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫୦ କୋଟି ଟଙ୍କା ପୁରୁଣା ନୋଟକୁ ନେଇ ଚିନ୍ତାରେ ତିରୂପତି ମନ୍ଦିର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମିଳୁନି ଉତ୍ତର
ଜାତୀୟ ଖବର

୫୦ କୋଟି ଟଙ୍କା ପୁରୁଣା ନୋଟକୁ ନେଇ ଚିନ୍ତାରେ ତିରୂପତି ମନ୍ଦିର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମିଳୁନି ଉତ୍ତର

September 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫୦ କୋଟି ଟଙ୍କା ପୁରୁଣା ନୋଟକୁ ନେଇ ଚିନ୍ତାରେ ତିରୂପତି ମନ୍ଦିର କର୍ତ୍ତୁପକ୍ଷ, ଅର୍ଥମନ୍ତ୍ରୀଙ୍କୁ ଲେଖିଲେ ଚିଠି

ତିରୂପତି, ଆନ୍ଧ୍ର ପ୍ରଦେଶସ୍ଥିତ ବିଶ୍ୱ ପ୍ରସିଦ୍ଧ ତିରୂପତି ମନ୍ଦିର ଦାନ ବାକ୍ସରୁ ୫୦ କୋଟି ଟଙ୍କାର ପୁରୁଣା ନୋଟ ମିଳିଛି। ଏହି ନୋଟଗୁଡିକ ଭକ୍ତମାନେ ପ୍ରଦାନ କରିଛନ୍ତି। ଏହି ନୋଟକୁ ନେଇ ମନ୍ଦିର କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଜଣେ ଟିଟିଡି ଅଧିକାରୀ କହିଛନ୍ତି ଯେ “ଯଦିଓ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ କରିଥିଲେ, ତଥାପି ଭକ୍ତମାନେ ବିମୁଦ୍ରୀକରଣ ନୋଟ୍ ପ୍ରଦାନ ଜାରି ରଖି ଥିଲେ।

ଫଳରେ ମନ୍ଦିରକୁ ବର୍ତ୍ତମାନ ୧.୮ କୋଟି ଟଙ୍କାର ପୁରୁଣା ହଜାରେ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୧୮ କୋଟି ଏବଂ ୬.୩୪ ଲକ୍ଷଟି ପୁରୁଣା ୫୦୦ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୩୧.୭ କୋଟି ଟଙ୍କା ହେବ । ଏହିପରି ସମସ୍ତ ପୁରୁଣା ନୋଟଗୁଡିକୁ ମିଶାଇଲେ ପ୍ରାୟ ୫୦ କୋଟି ଟଙ୍କା ଭକ୍ତମାନେ ଦାନ କରିଛନ୍ତି। ଏତେ ପୁରୁଣା ଟଙ୍କାକୁ କଣ କରିବେ ସେ ନେଇ ଚିନ୍ତାରେ ମନ୍ଦିର କର୍ତ୍ତୁପକ୍ଷ।

ତେବେ ଏ ନେଇ ତିରୁମାଲା ତିରୁପତି ଦେବସ୍ଥାନମ୍ ଚେୟାରମ୍ୟାନ୍ ୱାଇ.ଭି ସୁବାରେଡ୍ଡୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗ ଭକ୍ତଙ୍କ ବିଶ୍ୱାସ ଏବଂ ଭାବାବେଗ ସହ ଜଡିତ ଥିବାରୁ ଏହାକୁ ବିଚାର କରିବା ପାଇଁ ଅନୁରୋଧ କରାଯାଇଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ,  କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ଏହି ଟଙ୍କା ଜମା କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ।

ପୁରୁଣା ନୋଟ ହେଲେ ମଧ୍ୟ ଏହି ଦାନ ଭକ୍ତଙ୍କ ବିଶ୍ୱାସ ଏବଂ ଧାର୍ମିକ ଭାବନା ସହିତ ଜଡିତ ଥିବାରୁ ତାହାକୁ ବନ୍ଦ କରାଯାଇ ପାରିଲା ନାହିଁ ବୋଲି କୁହାଯାଇଛି। ଏହି ପୁରୁଣା ନୋଟ କାର୍ଯ୍ୟକାରୀ ହେଲେ ଏଥିରେ ଅନେକ ଆଧ୍ୟାତ୍ମିକ ତଥା କଲ୍ୟାଣମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ଟିଟିଡି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏବଂ ଆରବିଆଇକୁ ୨୦୧୭ ମସିହାରୁ ଚିଠି ଲେଖିଥିଲେ ମଧ୍ୟ ଏହା କୌଣସି ଉତ୍ତର ମିଳିପାରି ନାହିଁ।

ଅର୍ଥମନ୍ତ୍ରୀ ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.