ଜିଲ୍ଲା ଅଧିକାରୀମାନଙ୍କ ଦ୍ଵାରା ପରିବା ଦୋକାନ ଉପରେ ଚଢାଉ: ଦର ବୃଦ୍ଧି ଯାଞ୍ଚ

Published: Sep 16, 2020, 6:43 pm IST

ଭୁବନେଶ୍ବର: ବର୍ତ୍ତମାନ ବନ୍ୟା ନାଁ ରେ ବିଭିନ୍ନ ସ୍ଥାନରେ ପରିବାପତ୍ର ଦର ହୁତୁହୁତୁ ହୋଇ ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ଖାଉଟୀ ଅଧିକାରୀମାନେ ବିଭିନ୍ନ ପରିବା ବଜାର ଉପରେ ଚଢାଉ କରିଛନ୍ତି। ବିଶେଷ କରି ଆଳୁ ଓ ପିଆଜ ପରି ଅତ୍ୟାବଶ୍ୟକ ଜିନିଷର ମଧ୍ୟ ଦର ବୃଦ୍ଧି ଘଟିଛି।

ତେବେ ପ୍ରକୃତରେ ଦର ବୃଦ୍ଧି ଘଟିଛି କି କୃତ୍ରିମ ଭାବେ ଦର ବୃଦ୍ଧି କରାଯାଉଛି ଏହି ଅଧିକାରୀମାନେ ତାହା ଯାଞ୍ଚ କରିଛନ୍ତି। ଖୁଚୁରା ଦୋକାନ ସହିତ ହୋଲସେଲ ବଜାର ଉପରେ ମଧ୍ୟ ଏହି ଚଢାଉ କରାଯାଇଥିଲା। ଏହିପରି ଭାବେ ବିଭିନ୍ନ ସମୟରେ ଖାଉଟୀ ଅଧିକାରୀମାନେ ଜିଲ୍ଲା ପୋଲିସ ସହାୟତାରେ ଏହି ଚଢାଉ କରିବେ ବୋଲି ଜଣାପଡିଛି।

Related posts