Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»2025 ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା 10,500କୁ ହେବ ବୃଦ୍ଧି
ଜାତୀୟ ଖବର

2025 ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା 10,500କୁ ହେବ ବୃଦ୍ଧି

September 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
Govt. has set a target to increase the number of Janaushadhi Kendras to 10500 by the end of March 2025.

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଭାରତ ସରକାର ଦେଶରେ 2025 ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର (ପିଏମବିଜେକେ) ସଂଖ୍ୟାକୁ 10,500ରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଏହି ସଂଖ୍ୟକ ଜନଔଷଧି କେନ୍ଦ୍ର ସ୍ଥାପିତ ହେବା ଦ୍ୱାରା ଦେଶର ସମସ୍ତ ଜିଲ୍ଲାରେ ଜନଔଷଧି କେନ୍ଦ୍ର ଉପଲବ୍ଧ ହୋଇପାରିବ। ଏହାଦ୍ୱାରା ଦେଶର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଉପଲବ୍ଧ ହୋଇପାରିବ । 2020 ଅଗଷ୍ଟ 15 ତାରିଖ ସୁଦ୍ଧା ଦେଶରେ ମୋଟ 6603ଟି ଜନଔଷଧି କେନ୍ଦ୍ର ଥିଲା।

2020 ମାର୍ଚ୍ଚ ଠାରୁ ଜୁନ ମାସ ମଧ୍ୟରେ କୋଭିଡ଼ ମହାମାରୀ ଯୋଗୁ ଲକ୍ ଡାଉନ ପରିସ୍ଥିତି ଦୃଷ୍ଟିରୁ ଏବଂ ଏହା ପରେ ପିଏମବିଜେକେ ଅନେକ ଚାଲେଞ୍ଜର ସାମ୍ନା କରିଛି । ସେଥି ମଧ୍ୟରେ ଏପିଆଇର ଅଭାବ ଏବଂ ଫାର୍ମାସିଉଟିକାଲ୍ସ ପାଇଁ ଆବଶ୍ୟକ ଅନ୍ୟାନ୍ୟ କଞ୍ଚାମାଲର ଅଭାବ ତଥା ପରିବହନ ସମସ୍ୟା ଇତ୍ୟଦି ଯୋଗୁ କେନ୍ଦ୍ରୀୟ ଭଣ୍ଡାର କିମ୍ବା କ୍ଷେତ୍ରୀୟ ୱେରହାଉସରୁ  ରିଟେଲ ଷ୍ଟୋର ପର୍ଯ୍ୟନ୍ତ ଔଷଧପତ୍ର ଯୋଗାଣ କ୍ଷେତ୍ରରେ ଉତ୍ପନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା।

ଏହିସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଏବଂ ସଂପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକ ଆଇଟି ସକ୍ଷମ ସକ୍ରିୟ ଲଜିଷ୍ଟିକ୍ସ ଓ ଯୋଗାଣ ଚେନ୍ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଦ୍ୱାରା ରିଅଲ୍ ଟାଇମ୍ ଆଧାରରେ ସମସ୍ତ ଆଉଟଲେଟକୁ ଔଷଧ ଯୋଗାଣ ସୁନିଶ୍ଚିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ବର୍ତ୍ତମାନ ଦେଶର ଚାରିଟି ସ୍ଥାନରେ ଜନଔଷଧି କେନ୍ଦ୍ରର କ୍ଷେତ୍ରୀୟ ୱେରହାଉସ୍ ରହିଛି। ସେଗୁଡ଼ିକ ହେଲା ଗୁରୁଗ୍ରାମ, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଗୌହାଟୀ। ଅଧିକନ୍ତୁ ଏବେ କେନ୍ଦ୍ରୀୟ ଭାରତରେ ଆଉ ଦୁଇଟି ୱେର ହାଉସ୍ ସ୍ଥାପନ ସକାଶେ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାତିରିକ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ବିତରକମାନଙ୍କୁ ନିଯୁକ୍ତ କରିବା ଦ୍ୱାରା ଯୋଗାଣ ଚେନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ମଧ୍ୟ ଚିନ୍ତା କରାଯାଉଛି।

2020-21 ଠାରୁ 2024-25 ପର୍ଯ୍ୟନ୍ତ ଏଥିପାଇଁ 490 କୋଟି ଟଙ୍କାର ବଜେଟକୁ ମଞ୍ଜୁରି ପ୍ରଦାନ କରାଯିବା ପରେ ପିଏମବିଜେପି ଯୋଜନା ମାଧ୍ୟମରେ ଗୁଣାତ୍ମକ ଔଷଧମାନଙ୍କର ମୂଲ୍ୟକୁ ଯଥେଷ୍ଟ ମାତ୍ରାରେ କାଟ କରାଯାଇପାରିଛି ଏବଂ ସେସବୁକୁ ଦେଶର ଜନସାଧାରଣମାନଙ୍କ ପାଇଁ, ଏବଂ ବିଶେଷ କରି ଗରିବ ଲୋକଙ୍କ ନିମନ୍ତେ ଉପଲବ୍ଧ କରାଯାଉଛି ବୋଲି ଶ୍ରୀ ଗୌଡ଼ା କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.