Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ଗ୍ରାହକମାନଙ୍କ ପାଇଁ ଏକ ବଡ ଘୋଷଣା, ‘ଜିଓ ପୋଷ୍ଟପେଡ୍ ପ୍ଲସ୍‌’; ଜାଣନ୍ତୁ କଣ ରହିଛି ଏଥିରେ ସୁବିଧା
ଜାତୀୟ ଖବର

ଜିଓ ଗ୍ରାହକମାନଙ୍କ ପାଇଁ ଏକ ବଡ ଘୋଷଣା, ‘ଜିଓ ପୋଷ୍ଟପେଡ୍ ପ୍ଲସ୍‌’; ଜାଣନ୍ତୁ କଣ ରହିଛି ଏଥିରେ ସୁବିଧା

September 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ନୂତନ ଭାବେ ଉନ୍ମୋଚିତ ଏହି ପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛି ଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା। ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନାରେ ସୁବିଧା

1-ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌, ଫିଚର୍ସ ପ୍ଲସ୍‌, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର ।

2-ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌

3-୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ ।

4-ଫିଚର୍ସ ପ୍ଲସ୍‌ରେ ପ୍ରତି ସଂଯୋଗ ପିଛା ମାତ୍ର ୨୫୦ ଟଙ୍କାରେ ସାରା ପରିବାର ପାଇଁ ଫାମିଲି ପ୍ଲାନ୍‌, ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ରୋଲ୍‌ଓଭର୍ ଅର୍ଥାତ ବଳକା ଡାଟା ପରବର୍ତ୍ତୀ ମାସକୁ ସ୍ଥାନାନ୍ତରଣ ଏବଂ ଭାରତ ଓ ବିଦେଶରେ ୱାଇ-ଫାଇ କଲିଂ ସୁବିଧା ମିଳିବ ।

5-ଇଣ୍ଟରନ୍ୟାସନାଲ୍ ପ୍ଲସ୍‌ରେ ବିଦେଶକୁ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରଥମ ଧରଣର ବିମାନ ଭିତରେ ସଂଯୋଗ ଉପଲବ୍ଧ ହେବ ।

6-ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ମାଗଣାରେ ଆନ୍ତର୍ଜାତିକ ରୋମିଂ ସୁବିଧା, ଆନ୍ତର୍ଜାତିକ ରୋମିଂରେ ଥିବା ବେଳେ ଭାରତକୁ ୧ ଟଙ୍କାରେ କଲ୍ କରିବା ସୁବିଧା ଏବଂ ମିନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଆନ୍ତର୍ଜାତିକ କଲ୍ କରିବାର ସୁବିଧା ମିଳିବ ।

7-ଏକ୍ସପେରିଏନ୍ସ ପ୍ଲସ୍‌ରେ ଜିଓରେ ପୁରୁଣା କ୍ରେଡିଟ୍ ଲିମିଟ୍ ଜାରି ରହିବ ଏବଂ ସମାନ ନମ୍ବର ରହିବ, କୌଣସି ଅପେକ୍ଷା ସମୟ ରହିବ ନାହିଁ । ଏଥି ସହିତ ମାଗଣା ହୋମ୍ ଡେଲିଭରି ଓ ଆକ୍ଟିଭେସନ୍ ଏବଂ ପ୍ରିମିୟମ୍ କଲ୍ ସେଂଟର ସେବା ଉପଲବ୍ଧ ହେବ ।

8-ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନଙ୍କ ପାଇଁ ୩୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା, ୯୯୯ ଟଙ୍କା ଓ ୧୪୯୯ ଟଙ୍କିଆ ଟାରିଫ୍ ପ୍ଲାନ୍ ଘୋଷଣା କରାଯାଇଛି ।

9-୩୯୯ ଟଙ୍କିଆ ପ୍ଲାନ୍‌ରେ ୭୫ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍ ସେବା, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ଏବଂ ୨୦୦ ଜିବି ପର‌୍ୟ୍ୟନ୍ତ ଡାଟା ରୋଲ୍‌ଓଭର୍ ସୁବିଧା ମିଳିବ ।

10-୫୯୯ ଟଙ୍କିଆ ପ୍ଲାନ୍‌ରେ ୧୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି-ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୨୦୦ ଜିବି ପର‌୍ୟ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୧ଟି ଅତିରିକ୍ତ ସିମ୍ ମିଳିବ ।

11-ସେହିପରି, ୭୯୯ ଟଙ୍କିଆ ପ୍ଲାନ୍‌ରେ ୧୫୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୨ଟି ଅତିରିକ୍ତ ସିମ୍ ମିଳିବ ।

12-୯୯୯ ଟଙ୍କିଆ ପ୍ଲାନ୍‌ରେ ୨୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ରୋଲ୍‌ଓଭର୍ ଓ ଫାମିଲି ପ୍ଲାନ୍ ରହିଥିବା ୩ଟି ଅତିରିକ୍ତ ସିମ୍ ମିଳିବ ।

13-୧୪୯୯ ଟଙ୍କିଆ ପ୍ଲାନ୍‌ରେ ୩୦୦ ଜିବି ହାଇସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲ୍ ଓ ଏସ୍‌ଏମ୍‌ଏସ୍‌, ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍‌, ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପି ସବ୍‌ସ୍କ୍ରିପ୍‌ସନ୍‌, ୫୦୦ ଜିବି ପର‌୍ୟ୍ୟନ୍ତ ଡାଟା ରୋଲ୍‌ଓଭର୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁଏଇରେ ଅସୀମିତ ଡାଟା ଓ ଭଏସ୍ ସେବା ମିଳିବ।

ଜିଓ ପୋଷ୍ଟ୍‌ପେଡ୍ ପ୍ଲସ୍‌ରେ ସାମିଲ ହେବାକୁ ଚାହୁଥିବା ଦେଶର ପୋଷ୍ଟପେଡ୍ ଗ୍ରାହକମାନେ ଜିଓ ଡଟ୍ କମ୍‌/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା ହ୍ୱାଟ୍‌ସ୍‌ଆପ୍‌ ୮୮-୫୦୧-୮୮-୫୦୧କୁ ପଠାଇବାକୁ ହେବ। ତାଙ୍କ ନିଜ ଅପରେଟରଙ୍କ ପାଖରେ ଥିବା କ୍ରେଡିଟ୍ ଲିମିଟ୍ ଜାରି ରହିବ।

ଜିଓପୋଷ୍ଟପେ୍‌ଡ୍ ପ୍ଲସ୍‌ରେ ସାମିଲ ହେବାକୁ ଚାହୁଥିବା ପ୍ରିପେଡ୍ ଗ୍ରାହକମାନେ ଜିଓ ଡଟ୍ କମ୍‌/ପୋଷ୍ଟପେଡ୍ ପରିଦର୍ଶନ କରି କିମ୍ବା ୧୮୦୦ ୮୮ ୯୯ ୮୮ ୯୯କୁ କଲ୍ କରି କିମ୍ବା ନିକଟସ୍ଥ ଜିଓ ଷ୍ଟୋର୍‌,/ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍‌, ରୁ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଜିଓ ପୋଷ୍ଟପେଡ୍ ପ୍ଲସ୍ ସିମ୍‌ର ହୋମ୍ ଡେଲିଭରି ପାଇପାରିବେ । ୧୦୦% ଫେରସ୍ତ ଯୋଗ୍ୟ (ଯଦି ପ୍ରଯୁର‌୍ୟ୍ୟ) କ୍ରେଡିଟ୍ ଲିମିଟ୍‌କୁ ଅନ୍‌ଲକ୍ କରନ୍ତୁ । ମାଇଁ ଜିଓ ଆପ୍ ଜରିଆରେ ଜିଓ ପୋଷ୍ଟପେଡ୍ ପ୍ଲସ୍ ଫାମିଲିରେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କୁ ଯୋଡ଼ି ପାରିବେ।

ଜିଓ ଷ୍ଟୋର୍ ଓ ହୋମ୍ ଡେଲିଭରି ଜରିଆରେ ସେପ୍ଟେମ୍ବର ୨୪ରୁ ଜିଓ ପୋଷ୍ଟପେଡ୍ ପ୍ଲସ୍ ଉପଲବ୍ଧ ହେବ। ଜାଣିବା ଲାଗି କ୍ଲିକ୍ କରନ୍ତୁ:  www.jio.com/postpaid

Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026
Latest News

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.