Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକମାନେ ପ୍ରଥମେ ଇନ୍‌-ଫ୍ଲାଇଟ ଭଏସ୍ ଓ ଡାଟା ସୁବିଧା ପାଇବେ
ବିଶେଷ ଖବର

ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକମାନେ ପ୍ରଥମେ ଇନ୍‌-ଫ୍ଲାଇଟ ଭଏସ୍ ଓ ଡାଟା ସୁବିଧା ପାଇବେ

September 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି। ଜିଓର ଇନ-ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ।

ପ୍ରାରମ୍ଭିକ ଭାବରେ ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍‌-ଫ୍ଲାଇଟ ସେବା ଉପଲବ୍ଧ ହେବ। ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେବା ଆରମ୍ଭ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ, ଯଦ୍ଦ୍ୱାରା ସେମାନେ ଭାରତ ମଧ୍ୟରେ ବିମାନରେ ଥିଲେ ମଧ୍ୟ ସଂଯୁକ୍ତ ରହିପାରିବେ।

ପ୍ରଥମ ଭାରତୀୟ ଅପରେଟର ଭାବେ ଇନ୍‌-ଫ୍ଲାଇଟ ରୋମିଂ ସୁବିଧା ପ୍ରଦାନକରି ଜିଓ ଦୂରସଂଚାର ବଜାରରେ ଅଭିନବ ଏବଂ ପ୍ରଯୁକ୍ତିକ୍ଷେତ୍ରରେ ଅଗ୍ରଣୀ ରହିବା ସ୍ଥିତିକୁ ଅଧିକ ସୁଦୃଢ କରିଛି ଏବଂ ଏହା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଅଫର୍ ଯୋଗାଇଦେଉଛି, ଯାହା ଏହାର ପ୍ରାୟ ୪୦ କୋଟି ବ୍ୟବହାରକାରୀଙ୍କୁ ବହୁମୂଲ୍ୟ ସୁବିଧା ଓ ଅନୁଭୂତି ପ୍ରଦାନ କରୁଛି।

ଜିଓର ନିର୍ଦ୍ଦେଶକ ଶ୍ରୀ ଆକାଶ ଅମ୍ବାନି କହିଛନ୍ତି, “ଜିଓପୋଷ୍ଟପେଡ ପ୍ଲସ୍ ଏହି ଶିଳ୍ପର ଯୁଗାନ୍ତକାରୀ ଏବଂ ସର୍ବୋଚ୍ଚ ମାନର ଉପଭୋକ୍ତା ଅନୁଭୂତି ସହିତ ଆସୁଛି ଏବଂ ଏରୋମୋବାଇଲ ସହିତ ଆମର ସହଭାଗିତା ଦ୍ୱାରା ଆମେ ଏବେ ଆକର୍ଷଣୀୟ ମୂଲ୍ୟରେ ଇନ୍‌-ଫ୍ଲାଇଟ ରୋମିଂ ସେବା ଯୋଗାଇଦେବୁ। ଆମ ଗ୍ରାହକଙ୍କ ପାଇଁ ଏହି ନୂତନ ସେବା ପ୍ରଚଳନ କରି ଆମେ ବେଶ୍ ଆନନ୍ଦିତ, ଯେଉଁମାନେ ତ୍ରୁଟିଶୂନ୍ୟ, ଉଚ୍ଚ ଗୁଣମାନର ଏବଂ ନିରାପଦ ରୋମିଂ ସେବା ୨୦,୦୦୦ ଫୁଟ ଉଚ୍ଚତାରେ ଉପଭୋଗ କରିପାରିବେ ଏବଂ ତଦ୍ଦ୍ୱାରା ପ୍ରତ୍ୟେକ ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକ ସବୁସମୟରେ ସଂଯୁକ୍ତ ରହିପାରିବେ।”

ପାନାସୋନିକ ଆଭିଓନିକ୍ସ ମୋବିଲିଟିର ବରିଷ୍ଠ ନିର୍ଦ୍ଦେଶକ ତଥା ଏରୋମୋବାଇଲର ସିଇଓ କେଭିନ ରୋଗର୍ସ କହିଛନ୍ତି, “ଜିଓ ସହିତ ସହଭାଗିତା କରି ଏବଂ ଆମର ସଂଯୋଗକାରୀ ସେବା ସମଗ୍ର ଭାରତରେ ପରିବ୍ୟାପ୍ତ କରି ଆମେ ଆନନ୍ଦିତ। ନୂତନ ଇନ୍‌-ଫ୍ଲାଇଟ ରୋମିଂ ସୁବିଧା ସହିତ ଜିଓ ପୋଷ୍ଟପେଡ ପ୍ଲସ୍ ଗ୍ରାହକମାନେ ବିମାନଯାତ୍ରା କରିବା ସମୟରେ ସଂଯୋଗ ସ୍ଥାପନ ନେଇ ବ୍ୟସ୍ତ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ। ବଜାରରେ ଅଗ୍ରଣୀ ରହିଥିବା ଏହି ନୂତନ ପ୍ରୟାସ ଗ୍ରାହକମାନଙ୍କୁ ସର୍ବୋତ୍ତମ ସେବା ଯୋଗାଣର ନିରନ୍ତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି।”

ବୈଧ ଇନ୍ ଫ୍ଲାଇଟ ସଂଯୋଗକାରୀ ପ୍ୟାକ୍ ଥିବା ଜିଓ ବ୍ୟବହାରକାରୀମାନେ ସେମାନଙ୍କ ବିମାନ ଆକାଶ ମାର୍ଗରେ ୨୦,୦୦୦ ଫୁଟ ଅଥବା ତାହାଠାରୁ ଉଚ୍ଚତାରେ ପହଂଚିିଲେ, ନିମ୍ନମତେ ଉକ୍ତ ପ୍ୟାକ୍‌କୁ ବ୍ୟବହାର କରିବା ଆରମ୍ଭ କରିପାରିବେ:

୧.ସ୍ମାର୍ଟଫୋନକୁ ସ୍ୱିଚଅନ୍ କରନ୍ତୁ ଏବଂ ଏୟାରପ୍ଲେନ୍ ମୋଡକୁ ବନ୍ଦ କରନ୍ତୁ।

୨. ଆପଣଙ୍କ ଫୋନ ଆପେ ଆପେ ଏରୋମୋବାଇଲ ନେଟୱର୍କ ସହିତ ସଂଯୁକ୍ତ ହେବ। ବିବିଧ ହ୍ୟାଣ୍ଡସେଟ୍ କ୍ଷେତ୍ରରେ ନେଟୱର୍କ ନାମ ଭିନ୍ନ ହୋଇପାରେ।

୩. ଆପଣଙ୍କ ଫୋନ ଯଦି ଆପେ ଆପେ ଏରୋମୋବାଇଲ ନେଟୱର୍କ ସହିତ ସଂଯୁକ୍ତ ହେଉନାହିଁ ତେବେ ଆପଣ ଆପଣଙ୍କ ଫୋନ ସେଟିଂରେ ଥିବା ‘କ୍ୟାରିୟର’କୁ ଯାଇ ସିଲେକ୍ଟ କରନ୍ତୁ।

୪. ଡାଟା ସେବା ବ୍ୟବହାର କରିବା ପାଇଁ ଡାଟା ରୋମିଂ ଅନ୍ ଥିବା ନିଶ୍ଚିତ କରନ୍ତୁ।

୫. ଥରେ ସଂଯୁକ୍ତ ହେଲେ ଆପଣ ଏକ ସ୍ୱାଗତ କରିବା ଲେଖା ଏବଂ ଅନ୍ୟାନ୍ୟ ଉପଯୋଗୀ ସୂଚନା ପାଇବେ।

୬. ଏବେ ଆପଣ ନିଜ ମୋବାଇଲ ଫୋନରେ କଲ୍ କରିବା, ବାର୍ତ୍ତା ପଠାଇବା, ଇ-ମେଲ୍ କରିବା ଅଥବା ଇଂଟରନେଟରେ ପସନ୍ଦଯୋଗ୍ୟ ବିଷୟ ଖୋଜିବା ଆରମ୍ଭ କରିପାରିବେ।

 

 

Share. Facebook Twitter LinkedIn Email WhatsApp Copy Link

Related Posts

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.