ନ୍ୟୁୟର୍କ: କରୋନା କବଳରେ ସାରା ବିଶ୍ବ ଏବେ କବଳିତ । କରୋନା ସଂକ୍ରମଣରେ ବୃଦ୍ଧି ଘଟିଥିବାବେଳେ ଆମାଜନ କମ୍ପାନୀର 20 ହଜାର କର୍ମଚାରୀ କରୋନା ପଜିଟିଭ ଜଣାପଡିଛନ୍ତି । ବିଶ୍ୱର ଏହି ପ୍ରତିଷ୍ଠିତ ଅନଲାଇନ ରିଟେଲ କମ୍ପାନୀ ଏଥିନେଇ ଚିନ୍ତାରେ ପଡିଛି । ଆମେରିକାରେ ଆମାଜାନ ଓ ଫୁଡସ ମାର୍କେଟରେ 13 ଲକ୍ଷ 70 ହଜାର କର୍ମଚାରୀଙ୍କୁ ନେଇ କରାଯାଇଥିବା ଟେଷ୍ଟରେ ଏହି ରିପୋର୍ଟ ସମ୍ମୁଖକୁ ଆସିଛି । ମାର୍ଚ୍ଚ 1ରୁ 19 ସେପ୍ଟେମ୍ବର ମଧ୍ୟରେ ପ୍ରାୟ 20ହଜାର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ । ଇ-ରିଟେଲ କମ୍ପାନୀ ଆମାଜନ କହିଛି, ମାର୍ଚରୁ ଏବେ ସୁଦ୍ଧା ପ୍ରାୟ 19 ହଜାର 816 କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଡେଲିଭରୀ ବୟଠାରୁ ଆରମ୍ଭ କରି କମ୍ପାନୀ ଭିତରି ସିପିଂ ଓ ବିଲିଂ କରୁଥିବା କର୍ମଚାରୀମାନେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)