Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସତ ସୁନା କାଗଜରେ କିଣି ପାଆନ୍ତୁ ଲାଭ, ଯେଉଁଥିରେ ସୁନା ଚୋରୀର ଭୟ ନାହିଁ, ଜାଣନ୍ତୁ କିପରି କରିବେ ବିନିଯୋଗ
ଜାତୀୟ ଖବର

ସତ ସୁନା କାଗଜରେ କିଣି ପାଆନ୍ତୁ ଲାଭ, ଯେଉଁଥିରେ ସୁନା ଚୋରୀର ଭୟ ନାହିଁ, ଜାଣନ୍ତୁ କିପରି କରିବେ ବିନିଯୋଗ

October 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସତ ସୁନା କାଗଜରେ କିଣି ପାଆନ୍ତୁ ଲାଭ, ଯେଉଁଥିରେ ସୁନା ଚୋରୀର ଭୟ ନାହିଁ, ଜାଣନ୍ତୁ କିପରି କରିବେେ ବିନିଯୋଗ

ମୁମ୍ବାଇ, ସୁନାରେ ବିନିଯୋଗ ସର୍ବଦା ଏକ ଲାଭଜନକ କାରବାର। ବର୍ତ୍ତମାନ ସୁନା କିଣିବା ପରିବର୍ତ୍ତେ, ଆପଣ ସରକାରୀ ସୁନା ବଣ୍ଡରେ ବିନିଯୋଗ କରି ଲାଭ ପାଇପାରିବେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସୋଭେରିନ ଗୋଲ୍ଡ ବଣ୍ଡ ଜାରି କରିଛି। ଏଥିରେ ଆପଣଙ୍କ ସକ୍ଷମ ଅନୁସାରେ ସୁନା କିଣି ପକାଇପାରିବେ। ତେବେ ସୁନା ବଦଳରେ ସରକାର ଆପଣଙ୍କୁ ଏକ ବଣ୍ଡ ପେପର ଦେବେ। ଏହି ସୁନା ବଣ୍ଡରେ ରିଜର୍ଭ ବ୍ୟାଙ୍କ ଇସ୍ୟୁ ମୂଲ୍ୟ ସ୍ଥିର କରିଛି। ସେହି ମୂଲ୍ୟରେ ଆପଣ ସୁନା କିଣି ରଖିବେ, ପାଞ୍ଚ ବର୍ଷ ପରେ ବିକ୍ରି କରିପାରିବେ।

ଏହାର ମୂଲ୍ୟ କ’ଣ ଏବଂ ଆପଣ ଏଥିରେ କେମିତି ବିନିଯୋଗ କରି ପାରିବେ ଜାଣନ୍ତୁ।

ଗ୍ରାମ ପିଛା ମୂଲ୍ୟ ୫୦୫୧ ଟଙ୍କା ଧାର୍ଯ୍ୟ କରାଯାଇଛି

ରିଜର୍ଭ ବ୍ୟାଙ୍କ ସୋଭେରିନ ଗୋଲ଼୍ଡ ବଣ୍ଡ ଇସ୍ୟୁ ମୂଲ୍ୟ ୯ ଅକ୍ଟୋବରରେ ଗ୍ରାମ ପିଛା ୫୦୫୧ ଟଙ୍କା ସ୍ଥିର କରିଛି। ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଅକ୍ଟୋବର ୧୨-୧୬ ରୁ ସବସ୍କ୍ରିପସନ୍ ପାଇଁ ସୋଭେରିନ ଗୋଲ଼୍ଡ ବଣ୍ ସ୍କିମ୍ ୨୦୨୦-୨୧ (ସିରିଜ୍-୭) ଖୋଲା ରହିବ।

ଅନଲାଇନ୍ ନିବେଶ ଉପରେ ପ୍ରତି ଗ୍ରାମ ପାଇଁ ୫୦ ଟଙ୍କା ରିହାତି

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିବୃତ୍ତିରେ କୁହାଯାଇଛି ଯେ ଯେଉଁ ନିବେଶକମାନେ ସୁନା ବଣ୍ଡର ସବସ୍କ୍ରିପସନ୍ ପାଇଁ ଅନଲାଇନ୍ ଆବେଦନ କରନ୍ତି ଏବଂ ଏହାକୁ ଡିଜିଟାଲ୍ ମୋଡରେ ପେମେଣ୍ଟ କରନ୍ତି ସେମାନଙ୍କୁ ମଧ୍ୟ ଗ୍ରାମ ପିଛା ୫୦ ଟଙ୍କା ରିହାତି ପ୍ରଦାନ କରାଯିବ। ଏହିପରି ନିବେଶକମାନଙ୍କ ପାଇଁ ରିହାତି ପରେ ସୁନା ବଣ୍ଡର ଇସ୍ୟୁ ମୂଲ୍ୟ ଗ୍ରାମ ପିଛା ୫୦୦୧ ଟଙ୍କା ହେବ।

ପୂର୍ବରୁ ମୂଲ୍ୟ ୫୧୧୭ ଟଙ୍କା ଥିଲା

ଏହାପୂର୍ବରୁ ବଣ୍ଡ ସିରିଜ୍ -୬ ର ଇସ୍ୟୁ ମୂଲ୍ୟ ଗ୍ରାମ ପିଛା ୫୧୧୭ ଟଙ୍କା ଥିଲା। ବିନିଯୋଗ ତାରିଖ ୩୧ ଅଗଷ୍ଟରୁ ୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲା ଥିଲା।

ଆସନ୍ତା ନଭେମ୍ବରରେ ହେବ ପରବର୍ତ୍ତୀ ବିନିଯୋଗ

ସୋଭେରିନ ଗୋଲ଼୍ଡ ବଣ୍ଡ ପରବର୍ତ୍ତୀ ସଦସ୍ୟତା ନଭେମ୍ବରରେ ଆସିବ। ୨୦୨୦-୨୧ ସିରିଜ୍ -୮ ର ଏହି ସଦସ୍ୟତା ୯ ନଭେମ୍ବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଖୋଲା ରହିବ। ଖୋଲିବାର କିଛି ଦିନ ପୂର୍ବରୁ ଏହାର ଇସ୍ୟୁ ମୂଲ୍ୟ ସ୍ଥିର ହେବ।

କିଏ ବିନିଯୋଗ କରିପାରିବ

ଏହି ସୋଭେରିନ ଗୋଲ଼୍ଡ ବଣ୍ଡ ଯୋଜନାରେ ଭାରତୀୟ ନାଗରିକ, ହିନ୍ଦୁ ଅବିଭକ୍ତ ପରିବାର, ଟ୍ରଷ୍ଟ, ବିଶ୍ୱବିଦ୍ୟାଳୟ ଏବଂ ଦାନକାରୀ ଅନୁଷ୍ଠାନ ବିନିଯୋଗ କରିପାରିବେ। ଏହି ବଣ୍ଡରେ ସର୍ବନିମ୍ନ ୧ ଗ୍ରାମ ଏବଂ ଆର୍ଥିକ ବର୍ଷରେ ସର୍ବାଧିକ ୪ କିଲୋଗ୍ରାମ ବିନିଯୋଗ କରାଯାଇପାରିବ। ତଥାପି, ଟ୍ରଷ୍ଟ ଆର୍ଥିକ ବର୍ଷରେ ୨୦ କିଲୋଗ୍ରାମ ପର‌୍ୟ୍ୟନ୍ତ ବିନିଯୋଗ କରିପାରିବ।

ବିନିଯୋଗ କେତେ ଦିନ ପର୍ଯ୍ୟନ୍ତ କରାଯିବ ଏବଂ କେଉଁଠି ହେବ

ଏହି ବଣ୍ଡରେ ବିନିଯୋଗ ୮ ବର୍ଷ ପାଇଁ । ୫ ବର୍ଷ ପରେ ବାହାରି ଯିବାର ମଧ୍ୟ ଏକ ବିକଳ୍ପ ଅଛି। ଆପଣଙ୍କର ନିକଟସ୍ଥ ଯେ କୌଣସି ବ୍ୟାଙ୍କ, ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଡାକଘର ଏବଂ ସ୍ୱୀକୃତି ପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ ମାଧ୍ୟମରେ ଏହି ବଣ୍ଡ ବିନିଯୋଗ ହୋଇ ପାରିବ।

ରିଜର୍ଭ ବ୍ୟାଙ୍କ ସୋଭେରିନ ଗୋଲ୍ଡ ବଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.