Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବାସ ନ ହେଲେ ମଧ୍ୟ ସତ, ବିରିୟାନି କିଣିବା ପାଇଁ ଲାଗିଛି ଦେଢ କିଲୋମିଟରର ଲମ୍ବା ଲାଇନ, ଜାଣନ୍ତୁ କେଉଁଠି
ଜାତୀୟ ଖବର

ବିଶ୍ବାସ ନ ହେଲେ ମଧ୍ୟ ସତ, ବିରିୟାନି କିଣିବା ପାଇଁ ଲାଗିଛି ଦେଢ କିଲୋମିଟରର ଲମ୍ବା ଲାଇନ, ଜାଣନ୍ତୁ କେଉଁଠି

October 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶ୍ବାସ ନ ହେଲେ ମଧ୍ୟ ସତ କଥା, ବିରିୟାନି କିଣିବା ପାଇଁ ଲାଗିଛି ଦେଢ କିଲୋମିଟରର ଲମ୍ବା ଲାଇନ

ବାଙ୍ଗାଲୁରୁ, କେହି ଜଣେ ବିରିୟାନି ଖାଇବା ପାଇଁ କେତେ ସମୟ ଅପେକ୍ଷା କରିପାରିବ। 30 ମିନଟ୍, ଏକ ଘଣ୍ଟା ନା ଦେଢ ଘଣ୍ଟା। ହେଲେ ଏତିକି ସମୟ ନୁହେଁ ବିରିୟାନି ଖାଇବା ପାଇଁ ଲୋକେ ପ୍ରାୟ ଦୁଇରୁ ତିନି ଘଣ୍ଟା ଅପେକ୍ଷା କରୁଛନ୍ତି। ତାହା ପୁଣି ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନରେ ଛିଡା ହୋଇ। ଏହା ବିଶ୍ବାସ ନ ହେଲେ ମଧ୍ୟ ସତକଥା। ଏହିପରି ଦୃଶ୍ୟ ଆଜି ରବିବାର ସକାଳୁ ସକାଳୁ ଦେଖାଯାଇଛି।

ବାଙ୍ଗାଲୁରୁର ହୋଷ୍ଟକୋଟ୍ ଅଞ୍ଚଳରେ ଅବସ୍ଥିତ ଅନନ୍ଦ ବିରିୟାନି ଦୋକାନରେ ଏପରି ଭିଡ ପରିଲକ୍ଷିତ ହୋଇଛି। ଦୀର୍ଘଦିନ ପରେ ବାଙ୍ଗାଲୁରୁ ପ୍ରଶାସନ ହୋଟେଲଗୁଡିକ ଖୋଲିବାକୁ ଅନୁମତି ପ୍ରଦାନ କରିବା ପରେ ଏହି ଭିଡ ହୋଇଛି। ଅନ୍ୟପଟେ ଆଜି ରବିବାର ଥିବାରୁ ଏହି ବିରିୟାନି ଦୋକାନରେ ଲୋକଙ୍କ ଲମ୍ବା ଲାଇନ ପରିଲକ୍ଷିତ ହୋଇଛି। ଠିକ୍ ରବିବାର ପୂର୍ବଦିନ ସରକାରଙ୍କ ଅନୁମତି ମିଳିବା ତାଙ୍କ ପାଟିର ଲାଲ ଆହୁରି ବୃଦ୍ଧି କରି ଦେଇଥିଲା।

‘ମୁଁ ଭୋର 4ଟା 30 ମିନିଟରୁ ଆସି ଲମ୍ବା ଲାଇନରେ ଛିଡା ହୋଇଛି। ମୋତେ ବିରିୟାନି ମିଳିଲା ସକାଳ 7ଟା 10 ବେଳକୁ। ଏତେ ସମୟ ଅପେକ୍ଷା କଲି ସିନା ବିରିୟାନି ମିଳିଲା ତାହା ମୋ ପାଇଁ ଖୁସିର କଥା।’  ଏହା କହିଛନ୍ତି ବିରିୟାନି ନେଇ ଯାଉଥିବା ଜଣେ ଗ୍ରାହକ। ସେହିପରି ଜଣେ ମହିଳା ମଧ୍ୟ ଏକା କଥା କହିଛନ୍ତି। ଆଜ୍ଞା ମୁଁ ବିରିୟାନି କିଣିବା ପାଇଁ ସକାଳୁ ସକାଳୁ ଆସିଲା ବେଳକୁ ଲମ୍ବା ଲାଇନି ଦେଖି ଫେରିଯିବାକୁ ବସିଥିଲି। ହେଲେ ପୁଅର ତାଗଦ ପାଇଁ ଏହି ଲାଇନରେ ଛିଡା ହୋଇ ମୋ ପାଳିକୁ ଅପେକ୍ଷା କରିଛି।

ବାଙ୍ଗାଲୁରୁଠାରୁ 25 କିଲୋମିଟର ଦୂରରେ ଅବସ୍ଥିତ ହୋଷ୍ଟକୋଟ୍  ସହରର ଏହି ଆନନ୍ଦ ବିରିୟାନି ବେଶ୍ ପ୍ରସିଦ୍ଧ। ଦୀର୍ଘ 22 ବର୍ଷ ଧରି ଏହି ଦୋକାନ ଲୋକଙ୍କୁ ସୁସ୍ବାଦୁ ବିରିୟାନି ପ୍ରଦାନ କରିଆସୁଛି। ଏହି ବିରିୟାନିର ସ୍ବାଦ ସହିତ ପୁରା ବାଙ୍ଗାଲୁରୁ ସହର ପରିଚିତ ଅଛି। ଏହି ଦୋକନୀ ପ୍ରତିଦିନ ପ୍ରାୟ ହଜାରେ କେଜିରୁ ଅଧିକ ବିରିୟାନି ବିକ୍ରି କରିଥାନ୍ତି।

ମୁଖ୍ୟତଃ ଏହି ବିରିୟାନିର ସ୍ବତନ୍ତ୍ରତା ହେଉଛି ଯେ, ପୁରା ଦେଶୀ ଢାଞ୍ଚାରେ ପ୍ରସ୍ତୁତ କରାଯାଉଛି। ମର୍ଟନ କିମ୍ବା ଚିକେନ ସେମାନେ ନିଜର ଫାର୍ମରୁ ଆଣୁଛନ୍ତି। ଫଳରେ ତାହା ଖରାପ ପଡିବାର ସମ୍ଭାବନା ନାହିଁ। ବିଶେଷ କରି ଏହାର ରନ୍ଧନ ପ୍ରଣାଳୀ ଲୋକଙ୍କୁ ଏପରି ବାନ୍ଧି ରଖିଛି ଯେ, ଯେ ଥରେ ଖାଉଛି ସେ ବାରମ୍ବାର ଖାଇବାକୁ ଇଚ୍ଛା କରୁଛି। ସେଇଥି ପାଇଁ ଏହାର ନାମ ଆନନ୍ଦ ବିରିୟାନି।

ଆଜି ସକାଳୁ ସୋସିଆଲ ମିଡିଆରେ ଏହି ଲମ୍ବାଲାଇନର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଶହଶହ ଗ୍ରାହକ କିଣିବାକୁ ଯାଇ କିପିରି ଲାଇନରେ ଛିଡା ହୋଇଛନ୍ତି, ଭିଡିଓ କରି ନିଜନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହାକୁ ଦେଖି ସେଠାରେ ଆହୁରି ଭିଡ ପରିଲକ୍ଷିତ ହେବାରେ ଲାଗିଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026

କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପୋଲିସ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦେଇଥିଲେ ବୟାନ

April 7, 2026
Latest News

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ଏଣିକି ଗାଡ଼ି ନମ୍ବର ପ୍ଲେଟରେ ପୋଲିସ୍ ଲୋଗା ମନା

April 7, 2026

କାଳବୈଶାଖୀ ତାଣ୍ଡବ : ଭାଙ୍ଗିଲା ତିନିଶହ ଘର

April 7, 2026

ଅଟକିପାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି : ପାଇବା ପାଇଁ କରିବାକୁ ପଡିବ ଏହି କାମ

April 7, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଯୁବପିଢ଼ିଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ- ‘ଷ୍ଟ୍ରୋକ୍‌କୁ ଜାଣନ୍ତୁ, ଜୀବନ ବଞ୍ଚାନ୍ତୁ’

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.