Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜୟନ୍ତୀରେ ଜାରି ହେଲା 100ଟଙ୍କିଆ କଏନ୍‌
ଆଜିର ଖବର

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ 101ତମ ଜୟନ୍ତୀରେ ଜାରି ହେଲା 100ଟଙ୍କିଆ କଏନ୍‌

October 12, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ର ସରକାର 100 ଟଙ୍କିଆ ନୋଟ୍‌ ଜାରି କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜମାତା ସିନ୍ଧିଆଙ୍କ ଜୟନ୍ତୀ ଅବସରରେ 100ଟଙ୍କିଆ ସ୍ବତନ୍ତ୍ର ମୁଦ୍ରା ଜାରି କରିଛନ୍ତି। ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଆଜି 101 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଦ୍ରାକୁ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାରି କରିଛନ୍ତି ।

1919 ମସିହା ଅକ୍ଟୋବର 12 ତାରିଖରେ ବିଜୟା ରାଜେ ସିନ୍ଧିଆ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଦେବୀଶ୍ବରୀ ଦେବୀ । ତେବେ ସେ ଗ୍ବାଲିୟରର ରାଜମାତା ଭାବେ ବେଶ୍‌ ଲୋକପ୍ରିୟ । ଭାରତୀୟ ରାଜବଂଶର ରାଣୀ ହେବା ସହିତ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ବ ଭାବେ ମଧ୍ୟ ସେ ବେଶ୍‌ ପରିଚିତି ହାସଲ କରିଥିଲେ ।

ଅର୍ଥ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ଏହି ନୂତନ 100 ଟଙ୍କିଆ ମୁଦ୍ରାରେ ଦୁଇ ପାର୍ଶ୍ବକୁ ଡିଜାଇନ୍‌ କରାଯାଇଛି । ଗୋଟିଏ ପାର୍ଶ୍ବରେ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଫଟୋ ରହିଥିବାବେଳେ ଏହାର ଉପରେ ହିନ୍ଦୀରେ ଶ୍ରୀମତୀ ବିଜୟା ରାଜେ ସିନ୍ଧିଆଙ୍କ ଜନ୍ମ ଶତାବ୍ଦୀ ଲେଖା ହୋଇଛି । ଏବଂ ଏହାକୁ ଇଂରାଜୀରେ ତଳେ ଲେଖା ଯାଇଛି । ସେହିପରି ଏହି ମୁଦ୍ରାରେ ଜନ୍ମ ସାଲ ଓ ଜନ୍ମଶତାବ୍ଦୀ ଲେଖା ହୋଇଛି ।   ଅନ୍ୟ ପାର୍ଶ୍ବରେ ଅଶୋକ ସ୍ତମ୍ଭ ରହିଛି। ଅଶୋକ ସ୍ତମ୍ଭ ଉଭୟ ପଟେ ହିନ୍ଦୀ ଏବଂ ଇଂରାଜୀରେ ଭାରତ ଲେଖା ହୋଇଛି । ସୂଚନା ଅନୁସାରେ ଏହି ସ୍ବତନ୍ତ୍ର 100 ଟଙ୍କିଆ ମୁଦ୍ରା ଜାରି ହେବା ଫଳରେ ଫଳରେ ସିନ୍ଧିଆ ପରିବାର ଏଭଳି ପ୍ରଥମ ପରିବାର ଯାହା ପାଇଁ ରାଜ୍ୟ ସରକାର ମୁଦ୍ରା ଜାରି କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026
Latest News

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.