Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା 10 ହଜାର କୋଟି ଟଙ୍କାର ‘ଏନ୍‌ସିଡିସି ଆୟୁଷ୍ମାନ ସହକାର’ ପାଣ୍ଠି ଆରମ୍ଭ, ଜାଣନ୍ତୁ ଏହା କଣ
ଜାତୀୟ ଖବର

କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା 10 ହଜାର କୋଟି ଟଙ୍କାର ‘ଏନ୍‌ସିଡିସି ଆୟୁଷ୍ମାନ ସହକାର’ ପାଣ୍ଠି ଆରମ୍ଭ, ଜାଣନ୍ତୁ ଏହା କଣ

October 19, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
କୃଷି ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା 10 ହଜାର କୋଟି ଟଙ୍କାର ‘ଏନ୍‌ସିଡିସି ଆୟୁଷ୍ମାନ ସହକାର’ ପାଣ୍ଠି ଆରମ୍ଭ, ଜାଣନ୍ତୁ ଏହା କଣ

ନୂଆଦିଲ୍ଲୀ, ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ଏଥିପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନ୍‌ସିଡିସି) ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି; ଯାହା ବିକାଶ କାର‌୍ୟ୍ୟ ପାଇଁ ଅର୍ଥ ଯୋଗାଇ ଦେବ ।

ଆଜି ଏ ସଂପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ ଏନ୍‌ସିଡିସି ଦେଶର ଯୋଗ୍ୟ ସମବାୟ ସଂସ୍ଥାଗୁଡିକୁ ଆସନ୍ତା ବର୍ଷଗୁଡିକ ପାଇଁ ୧୦ ହଜାର କୋଟି ଟଙ୍କାର ଋଣ (ଟର୍ମ ଲୋନ) ଯୋଗାଇ ଦେବ। ବର୍ତ୍ତମାନର କରୋନା ମହାମାରୀ ଫଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ଅନୁଭୂତ ହେଉଛି । ଏହାକୁ ପୂରଣ କରିବା ପାଇଁ ଏନ୍‌ସିଡିସି ଏକ ଯୋଜନା ପ୍ରସ୍ତୁତ କରିଛି।

ଆୟୁଷ୍ମାନ ସହକାର ଯୋଜନାରେ ହସ୍ପିଟାଲର ମରାମତି, ଜୀର୍ଣ୍ଣୋଦ୍ଧାର, ଆଧୁନିକୀକରଣ, ସଂପ୍ରସାରଣ, ନୂଆ ହସ୍ପିଟାଲ ପ୍ରତିଷ୍ଠା, ସ୍ୱାସ୍ଥ୍ୟସେବା ଯୋଗାଣ, ସ୍ୱାସ୍ଥ୍ୟ ଶିକ୍ଷା ବ୍ୟବସ୍ଥା ପ୍ରବର୍ତ୍ତନ ଆଦି ଅନ୍ତର୍ଭୁକ୍ତ।

ଏହି ବ୍ୟବସ୍ଥାରେ ଯେଉଁ ସୁବିଧା ବା ଋଣ ବ୍ୟବସ୍ଥା ରହିଛି ତାହା ହେଲା

(୧) ହସ୍ପିଟାଲ ବା ମେଡିକାଲ, ଆୟୁଷ, ଦନ୍ତ, ନର୍ସିଂ, ଫାର୍ମାସି, ପାରାମେଡିକାଲ ଏବଂ ଫିଜିଓଥେରାପି କଲେଜଗୁଡିକ ୟୁଜି ଏବଂ ପିଜି କାର‌୍ୟ୍ୟକ୍ରମ ଚଳାଇବା ପାଇଁ ଏହି ଋଣ ନେଇପାରିବେ।

(୨) ଯୋଗ ୱେଲନେସ ସେଣ୍ଟର ପାଇଁ ଏହି ପାଣ୍ଠିରୁ ଋଣ ନେଇହେବ ।

(୩) ଆୟୁର୍ବେଦ, ଏଲୋପ୍ୟାଥି, ୟୁନାନି, ସିଦ୍ଧ, ହୋମିଓପ୍ୟାଥି ଏବଂ ଅନ୍ୟାନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଏହି ଯୋଜନାର ହିତାଧିକାରୀ ହୋଇପାରିବେ । ଯେଉଁମାନେ ବୟସ୍କମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ବା ଚିକିତ୍ସା ପାଇଁ ଔଷଧ ପ୍ରଦାନ ଆଦି ସେବା କରୁଛନ୍ତି ସେଭଳି ସଂସ୍ଥା ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର, ମାନସିକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଅନୁଷ୍ଠାନ, ମୋବାଇଲ କ୍ଳିନିକ ସେବା, ହେଲ୍‌ଥ କ୍ଳବ ଓ ଜିମ୍ ଆଦି ଯଦି ସମବାୟ ଭିତ୍ତିରେ କାର‌୍ୟ୍ୟ କରୁଥାଏ ସେମାନେ ମଧ୍ୟ ଏହି ପାଣ୍ଠିରୁ ଋଣ ନେଇପାରିବେ।

(୪) ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ସଂସ୍ଥା, ଟ୍ରମା ସେଣ୍ଟର, ଆୟୁଷ ଔଷଧ ପ୍ରସ୍ତୁତକାରୀ, ଡ୍ରଗ ଟେଷ୍ଟିଂ ଲ୍ୟାବ, ଦନ୍ତ ଚିକିତ୍ସା କେନ୍ଦ୍ର, ଚକ୍ଷୁ ଚିକିତ୍ସା କେନ୍ଦ୍ର, ଲାବରେଟୋରୀ ସେବା ଯୋଗାଣକାରୀ ସଂସ୍ଥା ଓ ଡାଇଗ୍ନୋଷ୍ଟିକ ସେବା ଯୋଗାଉଥିବା ସଂସ୍ଥା ମଧ୍ୟ ଏହି ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

(୫) ବ୍ଳଡ ବ୍ୟାଙ୍କ ଓ ଟ୍ରାନ୍ସଫ୍ୟୁଜନ ସଂସ୍ଥା, ପଞ୍ଚକର୍ମ, ଠୋକଣମ୍‌, କ୍ଷାରସୂତ୍ର ଚିକିତ୍ସା କେନ୍ଦ୍ର ଏବଂ ରେଜିମେଣ୍ଟାଲ ଥେରାପି ପ୍ରଦାନ କରୁଥିବା ୟୁନାନି କେନ୍ଦ୍ର ମଧ୍ୟ ଋଣ ସୁବିଧା ପାଇପାରିବେ ।

(୬) ସେହିଭଳି ମାତୃ ସ୍ୱାସ୍ଥ୍ୟ ଓ ଶିଶୁ ଯତ୍ନ କେନ୍ଦ୍ର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର, ଟେଲି ମେଡିସିନ ଓ ଦୂରଦୂରାନ୍ତରେ ମେଡିକାଲ ସେବା ଯୋଗାଉଥିବା ସଂସ୍ଥା, ଲଜିଷ୍ଟିକ ହେଲ୍ଥ ଓ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନକାରୀ ସଂସ୍ଥା, ସୂଚନା ଓ ଯୋଗାଯୋଗ ଟେକ୍ନୋଲଜି ସଂକ୍ରାନ୍ତ ଡିଜିଟାଲ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଏବଂ ଆଇଆରଡିଏ ଦ୍ୱାରା ମାନ୍ୟତାପ୍ରାପ୍ତ ସ୍ୱାସ୍ଥ୍ୟ ବୀମାକାରୀ ସଂସ୍ଥା ଏହାର ମଧ୍ୟ ସୁଯୋଗ ନେଇପାରିବେ।

(୭) ଏନ୍‌ସିଡିସି ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଯେଉଁ ସଂସ୍ଥାକୁ ଯୋଗ୍ୟ ବୋଲି ବିବେଚିତ କରିବ ସେ ମଧ୍ୟ ଏହି ଋଣ ପାଇପାରିବ।

ଏହି ଯୋଜନାରେ ପରିଚାଳନାଗତ ଆବଶ୍ୟକତା ପୂରଣ ପାଇଁ କାର‌୍ୟ୍ୟକାରୀ ପୁଞ୍ଜି ଓ ମାର୍ଜିନ ମନିର ବ୍ୟବସ୍ଥା ରହିଛି । ଯେଉଁ ସମବାୟ ସମିତିରେ ମହିଳା ସଦସ୍ୟଙ୍କ ସଂଖ୍ୟା ଅଧିକ ସେମାନଙ୍କ ପାଇଁ ଋଣ ଉପରେ ୧ ଶତାଂଶ ସୁଧ ରିଆତିର ବ୍ୟବସ୍ଥା ରହିଛି।

ଏନ୍‌ସିଡିସି ୧୯୬୩ରେ ସଂସଦର ଏକ ଆଇନ ବଳରେ ଦେଶରେ ସମବାୟ ବ୍ୟବସ୍ଥାର ପ୍ରୋତ୍ସାହନ ଏବଂ ବିକାଶ ପାଇଁ ଗଠିତ ହୋଇଥିଲା । ସେବେଠାରୁ ଏ ଯାଏଁ ଏହି ସଂସ୍ଥା ୧.୬୦ ଲକ୍ଷ କୋଟି ଟଙ୍କା ବିଭିନ୍ନ ସମବାୟ ସଂସ୍ଥାକୁ ଋଣ ଆକାରରେ ଯୋଗାଇ ଦେଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026
Latest News

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.