Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ୧୮ରୁ ଅଧିକ ସହର ସମ୍ପ୍ରସାରିତ ହେଲା ଜିଓଫାଇବର ସେବା, ୩୦ଦିନର ମାଗଣା ଟ୍ରାଏଲ ସୁବିଧା
ଆଜିର ଖବର

ଓଡ଼ିଶାର ୧୮ରୁ ଅଧିକ ସହର ସମ୍ପ୍ରସାରିତ ହେଲା ଜିଓଫାଇବର ସେବା, ୩୦ଦିନର ମାଗଣା ଟ୍ରାଏଲ ସୁବିଧା

October 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଜିଓଫାଇବର ଓଡ଼ିଶାରେ ତାହାର ସେବାକୁ ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ଭବାନୀପାଟଣା ସହରକୁ ପରିବ୍ୟାପ୍ତ କରିଛି।

ରାଜ୍ୟରେ ନିଜର ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ଓଡ଼ିଶାର ସହର ଓ ନଗରାଳରେ ପର୍ଯ୍ୟାୟକ୍ରମେ ସେବା ଆରମ୍ଭ କରୁଛି ଏବଂ ସମ୍ପ୍ରତି ଏହା ଭୁବନେଶ୍ୱର, କଟକ,
ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନଗୁଳ, ପୁରୀ ଓ ଜଟଣୀ ଆଦି ସମେତ ଓଡ଼ିଶାର ୧୮ଟି ସହର ଓ ନଗରର ପ୍ରମୁଖ ଅଞ୍ଚଳଗୁଡିକରେ ଉପଲବ୍ଧ ହୋଇଛି।

ଆଗାମୀ କିଛି ସପ୍ତାହ ମଧ୍ୟରେ ଜିଓଫାଇବର ସେବା ବ୍ରହ୍ମପୁର ଓ ଜୟପୁର ସହରରେ ପ୍ରଚଳନ କରାଯିବା ଯୋଜନା ରହିଛି। ଜଗତସିଂହପୁର ସହରରେ ଜିଓଫାଇବର ସେବା ସମ୍ପ୍ରତି ବସଷ୍ଟାଣ୍ଡ ଅଞ୍ଚଳ, କଲେଜ ଛକ, ହାଟବଜାର, ଜୟବଡ, ବଡବଜାର, ସାନବଜାର, କୋର୍ଟଛକ, ଗାଲୁପଡା ଓ ନିକଟବର୍ତ୍ତୀ ଅଳରେ ପ୍ରଥମ ପର୍ଯ୍ୟାୟରେ ଉପଲବ୍ଧ ହେଉଛି
ଏବଂ ଏହା ସହରର ଅନ୍ୟାନ୍ୟ ଅଳକୁ ସମ୍ପ୍ରସାରିତ ହେଉଛି। କେନ୍ଦୁଝର ସହରକୁ ନିଜର ସେବା ପରିବ୍ୟାପ୍ତ କରି ଜିଓଫାଇବର ସମ୍ପ୍ରତି ସହରର ବଡହଳ, ମାଗୁରଗାଡିଆ, କମାରଗଡା, ଟିକରଗୁମୁରା, ଗାନ୍ଧୀ ଛକ, ସିରାଜୁଦ୍ଦିନ ଛକ, ଡିଡି କଲେଜ ରୋଡ ଏବଂ ଆଖପାଖ ଅଳରେ ଉପଳ୨ ହେଉଛି।

ଅନୁରୂପ ଭାବରେ ଜିଓଫାଇବର ସେବା ରାୟଗଡା ସହରର କପିଳାସ ରୋଡ, ଗାନ୍ଧୀନଗର, ନେହରୁ ନଗର, ଇନ୍ଦିରା ନଗର, ଅଶୋକ ନଗର, ୟୁଜିଏମଆଇଟି ଛକ, ଉଦୟ ପ୍ଲାଜା, ଗାୟତ୍ରୀ ନଗର, ନ୍ୟୁ-କଲୋନି, କଲେଜ ରୋଡ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେଉଛି। ଭବାନୀପାଟଣାରେ ଜିଓଫାଇବର ସେବା ସଂପ୍ରତି ରାମନଗର ପଡା, ନୂଆପଡା, ଇରିଗେସନ କଲୋନି, ଶର୍ମା କଲୋନି, ଚୋରିହାରିପଡା, ତାରିଣୀ ମନ୍ଦିର ରୋଡ୍ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହେଉଛି।

କୋରାପୁଟ ସହରର ପୂଜାରୀପୁଟ, ବିଶ୍ୱାଳ କଲୋନୀ, ଜାନିଗୁଡା, ଶାନ୍ତିନଗର, ଗୌତମ
ନଗର, ମାଳି ସାହି ଏବଂ ଆଖପାଖ ଅଳରେ ଜିଓଫାଇବର ସେବା ଆରମ୍ଭ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ପ୍ରତ୍ୟେକ ଭାରତୀୟ ଘରକୁ ଡିଜିଟାଲ ଭାବରେ ସଶକ୍ତ କରିବା ସକାଶେ ନିକଟରେ ଏାହାର ତାରିଫ୍ ପ୍ଲାନ୍‌ରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏତଦ୍ଦ୍ୱାରା ଏହା ନିଜର ଗ୍ରାହକଙ୍କ ଆଗ୍ରହକୁ ସୁଦୃଢ କରିବା ତଥା ‘ନୟେ ଇଣ୍ଡିଆ କା ନୟା ଜୋଶ୍‌’ ମବରେ ପୁନଃ ଶକ୍ତିଶାଳୀ କରିଛି।

ଏଭଳି ଆହ୍ୱାନମୂଳକ ସମୟରେ ଭରସାଯୋଗ୍ୟ ଇଂଟରନେଟ ସଂଯୋଗ ଏକ ଜରୁରୀ ଆବଶ୍ୟକତା ପାଲଟିଥିବା ସମୟରେ ଜିଓଫାଇବର ନୂଆ ପ୍ଲାନଗୁଡିକ ବାସ୍ତବରେ ଅସୀମିତ ଇଂଟରନେଟ, ଅସୀମିତ ଭଏସ କଲ୍‌, ଉଭୟ ଅପ୍‌ଲୋଡ ଏବଂ ଡାଉନଲୋଡ କ୍ଷେତ୍ରରେ ସମାନ ସ୍ପିଡ (ସିମେଟ୍ରିକ ସ୍ପିଡ) ସହିତ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଅତ୍ୟନ୍ତ ସୁଲଭ ମୂଲ୍ୟର ପ୍ଲାନ୍‌ ଓ ସେବା ଯୋଗାଇ ଦେଉଛି।

ଜିଓଫାଇବର ଏହାର ନୂଆ ଗ୍ରାହକମାନଙ୍କ ପାଇଁ ପ୍ରଥମ ଥର ର୍ସବିହୀନ ୩୦ଦିନର
ମାଗଣା ଟ୍ରାଏଲ ସୁଯୋଗ ପ୍ରଚଳନ କରିଛି, ଯେଉଁଥିରେ ଏହା ଗ୍ରାହକଙ୍କୁ ୩୦ଦିନ ପାଇଁ ମାଗଣାରେ ୧୫୦ ଏମ୍‌ବିପିଏସ୍‌ ସ୍ପିଡ୍‌ରେ ଅସୀମିତ ଇଂଟରନେଟ ସହିତ ୧୦ଟି ପ୍ରମୁଖ ଓଟିଟି ଆପ୍ ବ୍ୟବହାର ସୁଯୋଗ ମାଗଣାରେ ଯୋଗାଇଦେଉଛି ଏବଂ ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ଇଚ୍ଛାକରନ୍ତି ତେବେ ଏହା ଉକ୍ତ ସଂଯୋଗ ଫେରସ୍ତ ନେବାର ବିକଳ୍ପ ମଧ୍ୟ
ରଖୁଛି।

ଜିଓଫାଇବର ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025
Latest News

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.