Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅମ୍ବାନୀକୁ ପଛରେ ପକାଇ 2020ରେ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କଲେ କିଏ, ଜାଣନ୍ତୁ
ଆଜିର ଖବର

ଅମ୍ବାନୀକୁ ପଛରେ ପକାଇ 2020ରେ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କଲେ କିଏ, ଜାଣନ୍ତୁ

November 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଦାନୀ ଗ୍ରୁପ
ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

ନୂଆଦିଲ୍ଲୀ : ଏସିଆ ମହାଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଅଦାନୀ । 2020ରେ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅଦାନୀ । ଚଳିତ ବର୍ଷର ପ୍ରଥମ ଦଶମାସ ସୁଦ୍ଧା ଅଦାନୀ 19.1 ବିଲିୟନ ଡଲାର ଆୟ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ସମୟ ମଧ୍ୟରେ ଭାରତ ତଥା ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ଆୟ 16.4 ଡଲାର ଆୟ କରିଛନ୍ତି ।

ବିଗତ 10 ମାସ ମଧ୍ୟରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ପ୍ରାୟ 1.41ଲକ୍ଷ କୋଟି ଆୟ କରିଛନ୍ତି । ହାରାହାରି ଦେଖିଲେ ସେ ଦିନକୁ ପ୍ରାୟ 449 କୋଟି ଆୟ କରୁଛନ୍ତି । ଦୈନିକ ଆୟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ନବମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଷ୍ଟିଭ ବାଲ୍ମର, ଳାରି ପେଜ୍ ଏବଂ ବିଲ ଗେଟ୍ସଙ୍କ ଠାରୁ ମଧ୍ୟ ଆଗରେ ରହିଛନ୍ତି ଅଦାନୀ ।

ଅଦାନୀଙ୍କ ଆୟ ବୃଦ୍ଧି ପାଇଁ 30.4 ବିଲିୟନ ଡଲାରରେ ପହଞ୍ଚିଛି । ବିଶ୍ୱର ଧନୀକ ବ୍ୟକ୍ତିଙ୍କ ତାଲିକାରେ ଅଦାନୀ 40ତମ ସ୍ଥାନରେ ପହଞ୍ଚିଛି । ମୁକେଶ ଅମ୍ବାନୀ ବଶ୍ୱ ଧନୀକ ତାଲିକାରେ 10 ତମ ସ୍ଥାନରେ ରହିଥିବା ବେଳେ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ 75 ବିଲିୟନ ଡଲାରରେ ପହଞ୍ଚିଛି ।

ଟେସଲାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିର ପରିମାଣ 92 ବିଲିୟନ ଡଲାରରେ ପହଞ୍ଚିଛି । ଆମାଜନର ଜେଫ ବେଜୋସଙ୍କ ସମ୍ପତ୍ତିରେ 68 ବିଲିୟନ ଡଲାରର ଅଭିବୃଦ୍ଧି ଘଟିଛି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ନୋଙ୍ଗଫୁ ସ୍ପ୍ରିଙ୍ଗର ଝୋଙ୍ଗ ସାନ ସାନ । ଝୋଙ୍ଗଙ୍କ ସମ୍ପତ୍ତିରେ 57 ବିଲିୟନ ଡଲାରର ଅଭିବୃଦ୍ଧି ଘଟିଛି।

1988 ମସିହାରେ କମୋଡିଟି ଟ୍ରେଡର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଅଦାନୀ ବର୍ତ୍ତମାନ ଏକାଧିକ ବ୍ୟବସାୟ ସହିତ ସମ୍ପୃକ୍ତ । 2020ରେ କରୋନା ଭାଇରସ କାରଣରୁ ଅର୍ଥବ୍ୟବସ୍ଥା ତଳୁଆ ରହିଥିବା ବେଳେ ବିପରୀତ ଟ୍ରେଣ୍ଡରେ ଅଦାନୀଙ୍କ ବିଭିନ୍ନ କମ୍ପାନୀର ଅଂଶଧନ ମୂଲ୍ୟ ଉପରେ ରହିଥିଲା । ଅଦାନୀ ଗ୍ରୀନ ଏନର୍ଜିର ଅଂଶଧନ ମୂଲ୍ୟରେ ସର୍ବାଧିକ ଅଭିବୃଦ୍ଧି ଘଟିଥିଲା । ସେହିପରି ଅଦାନୀ ଗ୍ୟାସ ଏବଂ ଅଦାନୀ ଏଣ୍ଟରପ୍ରାଇଜେସର ଅଂଶଧନ ମୂଲ୍ୟରେ ମଧ୍ୟ ଅଭିବୃଦ୍ଧି ଘଟିଛି। ଅଦାନୀ ପୋର୍ଟସର ଅଂଶଧନ ମୂଲ୍ୟ 38 ପ୍ରତିଶତ ଉପରକୁ ଉଠିଥିବା ବେଳେ ଅଦାନୀ ପାୱାରର ଅଂଶଧନ ମୂଲ୍ୟ 38 ପ୍ରତିଶତ ତଳୁଆ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.