Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏବେ ମାଣ୍ଡିଆର ବରା, ପକୋଡା, ଲଡୁ ଏବଂ ହାଲୁଆ ଆସିଗଲା, ବିଶ୍ବାସ ନ ହେଲେ ମଧ୍ୟ ସତକଥା
ବିଶେଷ ଖବର

ଏବେ ମାଣ୍ଡିଆର ବରା, ପକୋଡା, ଲଡୁ ଏବଂ ହାଲୁଆ ଆସିଗଲା, ବିଶ୍ବାସ ନ ହେଲେ ମଧ୍ୟ ସତକଥା

November 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏବେ ମାଣ୍ଡିଆର ବରା, ପକୋଡା, ଲଡୁ ଏବଂ ହାଲୁଆ ଆସିଗଲା, ବିଶ୍ବାସ ନ ହେଲେ ମଧ୍ୟ ସତକଥା

ଭୁବନେଶ୍ବର, ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ ତରଫରୁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ମହିଳାମାନେ ମଧ୍ୟ ଏହି ଖାଦ୍ୟ ପଦାର୍ଥ କରିବାରେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ବ୍ୟବସାୟୀକ ଭାବେ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ।

ସାଧାରଣତଃ ମାଣ୍ଡିଆକୁ ସମସ୍ତେ ଗରିବ ଘରର ଖାଦ୍ୟ ବୋଲି ବିବେଚନା କରିଥାନ୍ତି। ହେଲେ ଯେବେ ଲୋକଙ୍କ ଭିତରେ ଖାଦ୍ୟ ପଦାର୍ଥ ଉପରେ ସଚେତନତା ସୃଷ୍ଟି ହେଲା ସେତେବେଳେ ମାଣ୍ଡିଆକୁ ଅନେକ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଅସୁବିଧା ହେଲା ଯେ, ମାଣ୍ଡିଆରୁ କେବଳ ଖିରି ବା ଜାଉ ବ୍ୟତିତ ଅନ୍ୟ କିଛି ହୋଇପାରୁ ନ ଥିଲା। ତେବେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀ।

ବର୍ତ୍ତମାନ ଲୋକମାନେ ଯେପରି ସ୍ବାସ୍ଥ୍ୟ ସଚେତନ ସହ ଖାଦ୍ୟ ପଦାର୍ଥ ଉପରେ ଗୁରୁତ୍ବ ଦେଲେଣି ଏଥିରେ ମାଣ୍ଡିଆ ପ୍ରସ୍ତୁତ ଏହି ଭିନ୍ନ ଭିନ୍ନ ଖାଦ୍ୟ ବେଶ ଆଦୃତ ହେବ। ଏ ନେଇ ଖାଦ୍ୟ ଗବେଷକଙ୍କ କହିବା କଥା ମାଣ୍ଡିଆ ହେଉଛି ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟରୁ ସର୍ବୋକୃଷ୍ଟ। କାରଣ ଏଥିରେ ଯେପରି ଭିଟାମିନ ଭରି ରହିଛି ତାହା ଅନ୍ୟ ଡାଲି ଜାତୀୟ ଖାଦ୍ୟରେ ନାହିଁ। ବହୁ ଡାକ୍ତର ସକାଳୁ ସକାଳୁ ମାଣ୍ଡିଆ ଖିରି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ହେଲେ ମାଣ୍ଡିଆରେ କେବଳ ଖିରି ହେଉଥିବାରୁ ତାହାର ଆଦର ମିଳିପାରୁ ନାହିଁ। ଯଦି ମାଣ୍ଡିଆର ବିିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେବ ତେବେ ଏହା ନିଶ୍ଚିତ ଘରେ ଘରେ ଆଦୃତ ହେବ। ହୁଏତ ପଞ୍ଚତାରକା ହୋଟେଲର ମେନୁରେ ଏହା ସ୍ଥାନ ପାଇପାରିବ।

ମାଣ୍ଡିଆ ମାଣ୍ଡିଆ ଉପମା ମାଣ୍ଡିଆ ପକୋଡା
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026

ଇଣ୍ଡିଆ ଏଆଇ ଷ୍ଟାକ୍: ପ୍ରଯୁକ୍ତିରେ ସଶକ୍ତ ଭବିଷ୍ୟତ

February 22, 2026
Latest News

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.